ETV Bharat / state

ପ୍ଲାଷ୍ଟିକ ପାଇଁ ବିପଦରେ ଗୋ-ମାତା, ମରଣ ମୁହଁକୁ ଠେଲି ଦେଉଛି ପୌର ପ୍ରଶାସନ !

Cattle in Danger: ଆବର୍ଜନାରେ ଆସୁଥିବା ପଲିଥିନକୁ ଖାଇ ଗାଈଗୋରୁ ହେଉଛନ୍ତି ଅସୁସ୍ଥ । ସାଙ୍ଗକୁ ରାସ୍ତା କଡରେ ଗଦେଇ ହେଉଛି କୁଢ଼ କୁଢ଼ ଆବର୍ଜନା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jan 12, 2024, 8:54 PM IST

ବିପଦରେ ଗୋ ମାତା
ବିପଦରେ ଗୋ ମାତା
ବିପଦରେ ଗୋ ମାତା

ଖୋର୍ଦ୍ଧା: ପୌର ପ୍ରଶାସନର ଅବହେଳା ପାଇଁ ବିପଦରେ ଗୋମାତା । ଆବର୍ଜନାରେ ଆସୁଥିବା ପଲିଥିନକୁ ଖାଇ ଗାଈଗୋରୁ ହେଉଛନ୍ତି ଅସୁସ୍ଥ । ସାଙ୍ଗକୁ ରାସ୍ତା କଡରେ ଗଦେଇ ହେଉଛି କୁଢ଼ କୁଢ଼ ଆବର୍ଜନା । ପ୍ରଶାସନର ଅବହେଳା କାରଣରୁ ରାସ୍ତା ହେଉଛି ଦୁର୍ଗନ୍ଧମୟ । ତେବେ ଖୁବଶୀଘ୍ର ଏହା ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି ଖୋର୍ଦ୍ଧା ପୌର ପରିଷଦ ଅଧିକାରିଣୀ ।

ଖୋର୍ଦ୍ଧା ପୌର ପ୍ରଶାସନର ଟିକିଏ ଭୁଲ ପାଇଁ ବିପଦରେ ପଡିଛି ଗୋ ମାତାଙ୍କ ଜୀବନ । ସଠିକ ବର୍ଜ୍ୟବସ୍ତୁ ପରିଚାଳନା କରିବାରେ ବିଫଳ ହୋଇଛି ଖୋର୍ଦ୍ଧା ପୌର ପରିଷଦ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଖୋର୍ଦ୍ଧାର ବରିଷ୍ଠ ନାଗରିକ । ଦିନକୁ ଦିନ ଆମ ସମାଜରୁ ଗୋ ମାତାଙ୍କ ବଂଶ ଲୋପ ପାଉଛି । ଖୋର୍ଦ୍ଧା ଅଞ୍ଚଳରେ ଗୋ ମାତାଙ୍କ ଜୀବନକୁ ଦୁର୍ବିସହ କରୁଛି ଖୋର୍ଦ୍ଧା ପୌର ପରିଷଦ । ଖୋର୍ଦ୍ଧା ଶିଳ୍ପାଞ୍ଚଳ ନିକଟରେ ପୌର ପରିଷଦ ପକ୍ଷରୁ ଆବର୍ଜନା ପରିଚାଳନା କେନ୍ଦ୍ର ଓ ମଳ ଉପଚାର ସୁବିଧା କେନ୍ଦ୍ର କରାଯାଇଛି । ସହରରୁ ସଂଗ୍ରହ ହେଉଥିବା ଆବର୍ଜନାକୁ ବ୍ୟବହାର କରି ଜୈବିକ ଖତ ପ୍ରସ୍ତୁତ କରାଯାଉଛି । କିନ୍ତୁ ସହରରୁ ଆବର୍ଜନାରେ ଆସୁଥିବା ପଲିଥିନକୁ ସଠିକ ବିନିଯୋଗ ନକରି ପୌର ପ୍ରଶାସନ ରାସ୍ତା କଡରେ କୁଢ଼ କୁଢ଼ ଆକାରରେ ଗଦେଇ ଦେଉଛି ।

ଏହା ମଧ୍ୟ ପଢ଼ନ୍ତୁ.... ଜଟଣୀରେ ଜମିଲାଣି ନିର୍ବାଚନୀ ମାହୋଲ, ବଢୁଛି ଆଶାୟୀଙ୍କ ସଂଖ୍ୟା

ସେହିପରି ଆବର୍ଜନା ପରିଚାଳନା କେନ୍ଦ୍ର କଡରେ ଥିବା ଖଣି ପୋଖରୀ ଆବର୍ଜନାରେ ପୂର୍ଣ ହୋଇଥିବା ବେଳେ ରାସ୍ତା କଡରେ କୁଢ଼ କୁଢ଼ ପଲିଥିନକୁ ବୁଲା ଗାଈ ଗୋରୁ ଖାଉଛନ୍ତି । ଆବର୍ଜନାକୁ ବିଭକ୍ତି କରଣ କରି ଏକ ସ୍ୱତନ୍ତ୍ର ସ୍ଥାନରେ ଏହି ଦୂଷିତ ପଲିଥିନକୁ ନପକା ଯିବା କାରଣରୁ ଏହା ଏବେ ବୁଲା ଗାଈ ଗୋରୁଙ୍କ ଜୀବନ ନେବାକୁ ବସିଛି । ପୌର ପ୍ରଶାସନର ଏଭଳି ଖାମ ଖିଆଲ ନୀତିକୁ ନାପସନ୍ଦ କରିଛନ୍ତି ବରିଷ୍ଠ ନାଗରିକ ।

ଏ ସମ୍ପର୍କରେ ଖୋର୍ଦ୍ଧାର ବରିଷ୍ଠ ନାଗରିକ ବିମଳ ରଥ କହିଛନ୍ତି, ‘‘ଖୋର୍ଦ୍ଧା ପୌର ପରିଷଦ ଆବର୍ଜନା ପରିଚାଳନା କେନ୍ଦ୍ର କରିନି ବରଂ ସେଠାରେ ଗୋ ମରଣଯନ୍ତା କରିଛି ।’’ ପ୍ରଶାସନର ଅବହେଳା ପାଇଁ ସେ ରାସ୍ତା ଏବେ ଦୁର୍ଗନ୍ଧମୟ ଯାହା ପରିବେଶକୁ ଦୂଷିତ କରୁଛି । ତୁରନ୍ତ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟ ଦେଇ ଏହାର ସୁବ୍ୟବସ୍ଥା କରିବା ପାଇଁ ଦାବୀ କରିଛନ୍ତି । ଅନ୍ୟପଟେ ଘଟଣା ସମ୍ପର୍କରେ ଖୋର୍ଦ୍ଧା ପୌର ପରିଷଦ ଅଧିକାରିଣୀ କହିଛନ୍ତି, ‘‘ଆମ ପାଖକୁ ପ୍ରତିଦିନ ଯେତିକି ପରିମାଣର ପଲିଥିନ ଆସୁଛି ଆମେ ସେଥିରୁ କିଛି ପ୍ରୋସେସିଂ କରୁଛୁ ଏବଂ ବହୁ ପଲିଥିନ ପ୍ରୋସେସିଂ ହୋଇ ପାରୁନି ଯାହା ଫଳରେ ଏଭଳି ପରିସ୍ଥିତି ହୋଇଛି । ଆମେ ଖୁବଶୀଘ୍ର ଏହା ଉପରେ ପଦକ୍ଷେପ ନେଇ ପାଚେରୀ ଆବଦ୍ଧ କରି ଏହା ଉପରେ ଦୃଷ୍ଟି ଦିଆଯିବ ।’’

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.