ETV Bharat / state

Cash for Query Row: ‘ସାଂସଦ ପିନାକୀ ମିଶ୍ର ଜନ ବିରୋଧୀ କି ନୁହେଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ’ - ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଦଳୀୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ‘‘ଦଳୀୟ ସାଂସଦ ପିନାକୀ ମିଶ୍ରଙ୍କ କାର୍ଯ୍ୟ ଜନବିରୋଧୀ କି ନୁହେଁ ମୁଖ୍ୟମନ୍ତ୍ରୀ କୁହନ୍ତୁ । ଯଦି ପିନାକୀ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ । ପୁରା ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଇଓଡବ୍ଲୁକୁ ନିର୍ଦ୍ଦେଶ ଦିଅନ୍ତୁ । ଅଧିକ ପଢନ୍ତୁ

Cash for Query Row: ସାଂସଦ ପିନାକୀ ମିଶ୍ର ଜନ ବିରୋଧୀ କି ନୁହେଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ: ବିଜେପି

author img

By ETV Bharat Odisha Team

Published : Oct 20, 2023, 5:37 PM IST

Updated : Oct 20, 2023, 5:45 PM IST

Cash for Query Row: ସାଂସଦ ପିନାକୀ ମିଶ୍ର ଜନ ବିରୋଧୀ କି ନୁହେଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ: ବିଜେପି

ଭୁବନେଶ୍ବର: ଦଳୀୟ ସାଂସଦ ପିନାକୀ ମିଶ୍ରଙ୍କ କାର୍ଯ୍ୟ ଜନବିରୋଧୀ କି ନୁହେଁ ମୁଖ୍ୟମନ୍ତ୍ରୀ କୁହନ୍ତୁ । ଯଦି ପିନାକୀ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ । ପୁରା ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଇଓଡବ୍ଲୁକୁ ନିର୍ଦ୍ଦେଶ ଦିଅନ୍ତୁ । ତାହା ହେଲେ ଯାଇ କ୍ଷୀର ପାଣି ଅଲଗା ହେବ । ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ‘ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ’ କରିବା ଅଭିଯୋଗରେ ଓଡିଶା ଲିଙ୍କକୁ ନେଇ ଆଜି ବିଜେପି ସିଧାସଳଖ ବିଜେଡି ସାଂସଦ ତଥା ଲୋକସଭାରେ ବିଜେଡି ସଂସଦୀୟ ନେତା ପିନାକୀ ମିଶ୍ରଙ୍କ ନାଁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଛି ।

ଅଧିକ ପଢନ୍ତୁ- ସଂସଦରେ ପ୍ରଶ୍ନ ଉଠାଇବା ପାଇଁ ଟଙ୍କା ନେଇଛନ୍ତି ମହୁଆ ମୌଇତ୍ରା ! ଅଭିଯୋଗ ସହ ତଦନ୍ତ ଦାବି କଲେ BJP ସାଂସଦ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଦଳୀୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି,‘‘ଦଳୀୟ ସାଂସଦ ପିନାକୀ ମିଶ୍ରଙ୍କ କାର୍ଯ୍ୟ ଜନବିରୋଧୀ କି ନୁହେଁ ମୁଖ୍ୟମନ୍ତ୍ରୀ କୁହନ୍ତୁ । ଯଦି ପିନାକୀ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ । ପୁରା ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଇଓଡବ୍ଲୁକୁ ନିର୍ଦ୍ଦେଶ ଦିଅନ୍ତୁ । ତାହା ହେଲେ ଯାଇ କ୍ଷୀର ପାଣି ଅଲଗା ହେବ ।’’ ସେହିପରି ମନୋଜ କହିଛନ୍ତି ମହୁଆ ମୋଇତ୍ରଙ୍କ ସହ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ସମ୍ପର୍କ କଣ ? ସେ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି କି ନାହିଁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ।

ଅଧିକ ପଢନ୍ତୁ- Cash for Question: ବିଜେପିର ସଙ୍ଗୀନ ଅଭିଯୋଗ, ମହୁଆଙ୍କ କେଳେଙ୍କାରୀରେ ଓଡିଶା ସାଂସଦଙ୍କ ସମ୍ପୃକ୍ତି

ସେହିଭଳି ପିନାକୀଙ୍କୁ ଆକ୍ରମଣ କରି ବିଜେପି ମୁଖପାତ୍ର କହିଛନ୍ତି ସେ ହେଉଛନ୍ତି କଳାପାହାଡ । ଓଡିଶା ଗଣତାନ୍ତ୍ରିକ ଇତିହାସରେ କଳା ଅଧ୍ୟାୟ ଯୋଡ଼ି ହୋଇଛି । ଯେଉଁଠି ଜଗନ୍ନାଥ ଥାଆନ୍ତି ସେଠି କଳାପାହାଡ ମଧ୍ୟ ଥାଏ । ପିନାକୀଙ୍କ ପାଇଁ ପୁରୀ ସଂସଦୀୟ କ୍ଷେତ୍ର ସମଗ୍ର ଭାରତ ବର୍ଷରେ ନିନ୍ଦିତ ହୋଇଛି । ଯଦି ପିନାକୀ ମିଶ୍ର ଜନ ବିରୋଧୀ ତେବେ ତୁରନ୍ତ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ । ଇଓଡବ୍ଲ୍ୟୁକୁ ତଦନ୍ତ ଭାର ଦିଅନ୍ତୁ ସରକାର ବୋଲି ବିଜେପି ଦାବି କରିଛି ।

ଅଧିକ ପଢନ୍ତୁ- ଆଦାନୀ ନିର୍ଦ୍ଦେଶିତ ମିଡିଆ ଟ୍ରାଏଲ ଓ ବିଜେପି ଟ୍ରୋଲ ପାଇଁ ମୋ ପାଖରେ ସମୟ ନାହିଁ: ମହୁଆ ମୋଇତ୍ର

ସୂଚନାଯୋଗ୍ୟଯେ ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ‘ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ’ କରିବା ଅଭିଯୋଗ ଆଣିଛନ୍ତି ବିଜେପିର ଫାୟାରବ୍ରାଣ୍ଡ ନେତା ତଥା ସାଂସଦ ନିଶିକାନ୍ତ ଦୁବେ । ଏହି ଘଟଣାରେ ଏବେ ଜଣେ ଓଡିଶା ସାଂସଦଙ୍କ ଲିଙ୍କ ସାମନାକୁ ଆସିଛି । ସାଂସଦ ମହୁଆ ମୋଇତ୍ରାଙ୍କୁ ସହାୟତା ଯୋଗାଇ ଦେବାରେ କଂଗ୍ରେସର 2 ଜଣ ସାଂସଦଙ୍କ ସମେତ ଓଡିଶାର ଜଣେ ସାଂସଦଙ୍କ ଭୂମିକାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଖାଲି ଏତିକି ନୁହେଁ ରିଏଲ ଇଷ୍ଟେଟ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ତାଙ୍କ ସତ୍ୟପାଠରେ ମଧ୍ୟ ଓଡିଶାର ଏହି ସାଂସଦଙ୍କ ନାଁ ଉଲ୍ଲେଖ କରିଛନ୍ତି ।

ବିଜେଡିର ଏହି ସାଂସଦ କୁଆଡେ ଟିଏମସି ସାଂସଦ ମୋହୁଆ ମୋଇତ୍ରାଙ୍କ ସହିତ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଛି । ଯାହାକୁ ସ୍ପଷ୍ଟ କରିଛନ୍ତି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ । ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ମୋହୁଆ ମୋଇତ୍ରାଙ୍କ ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ ସ୍କାଣ୍ଡାଲରେ ସୁପ୍ରିମକୋର୍ଟ ଆଇନଜୀବୀ ଜୟ ଅନନ୍ତ ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ଗତ ୨୦୨୧ ମେ’ ରେ ବ୍ୟବସାୟୀ ହୀରାନନ୍ଦାନୀଙ୍କଠୁ ମିଳିଥିବା ନଗଦ ୨ କୋଟି ଟଙ୍କାକୁ ମହୁଆ ମୋଇତ୍ରା ହାୱାଲା ମାଧ୍ୟମରେ ନିଜର ଅତ୍ୟନ୍ତ ଘନିଷ୍ଠ ତଥା ଓଡିଶାର ଏହି ସାଂସଦଙ୍କ ପାଖରେ କରି ରଖିଥିଲେ । ଖାଲି ଏତିକି ନୁହେଁ ମହୁଆଙ୍କ ପକ୍ଷରୁ ଓଡିଶାର ଏହି ସାଂସଦ ମୂଲ୍ୟବାନ ଫର୍ଣ୍ଣିଚର କ୍ରୟ କରିଥିଲେ ଓ ଯାହାର ବିଲ ମଧ୍ୟ ସେ ପୈଠ କରିଥିଲେ । ଏହି ଘଟଣାକୁ ନେଇ ଏବେ ରାଜ୍ୟରେ ରାଜନୀତି ବଢିବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 20, 2023, 5:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.