ଖୋର୍ଦ୍ଧା: ଖୋର୍ଦ୍ଧା ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଧଳାଜହର କାରବାର । ଏଥିରେ ରୋକ ଲଗାଇବା ପାଇଁ ଉଭୟ ପୋଲିସ ଓ ଅବକାରୀ ବିଭାଗ ରୀତିମତ ପ୍ରଚେଷ୍ଟା ଜାରି ରଖିଛନ୍ତି । ସେହିଭଳି ଆଜି ଜଟଣୀ ଥାନା ପୋଲିସ କୁଦିଆରୀ ବଜାର ଉପରେ ଚଢ଼ାଉ କରି ଜଣେ ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ କରିଛି । ଅଭିଯୁକ୍ତର ନାଁ ଅବଦ୍ଦୁଲ ମହମ୍ମଦ ବୋଲି ଜଣା ପଡିଛି ।
ସେ ସ୍ଥାନୀୟ ଅଞ୍ଚଳରେ ବ୍ରାଉନସୁଗାର ବିକୁଥିବା ନେଇ ସୂଚନା ମିଳିବା ପରେ ତାକୁ ଧରିବା ପାଇ ପୋଲିସ ଚଢାଉ କରିଥିଲା । ତା ନିକଟରୁ ନଗଦ 41 ହଜାର 600 ଟଙ୍କା ଜବତ କରିଛି । ଗିରଫ ପର୍ ତାକୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ସୂଚନା ଦେଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ