ETV Bharat / state

ବୋରିଗାମରେ ଚାଲିଛି ତାଲିବାନୀ ଶାସନ ! OHRCରେ ଗୁହାରୀ କଲେ ବାସନ୍ଦ ଗ୍ରାମବାସୀ - ତାଲିବାନୀ ଶାସନ

ଗଞ୍ଜାମ ବୋରିଗାମରେ ଚାଲିଛି ତାଲିବାନୀ ଶାସନ । ଗତ ୧୬ ବର୍ଷରୁ ଊର୍ଦ୍ଧ୍ବ ହେବ ଗ୍ରାମର ୬ଟି ପରିବାରକୁ କିଛି ଗୋଷ୍ଠୀ ନିର୍ଯାତନା ଦେଇ ଟଙ୍କା ଆଦାୟ କରିବା ସହ ଗ୍ରାମରୁ ବାସନ୍ଦ କରିଥିବା ଅଭିଯୋଗ । ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ବାସନ୍ଦ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

case registered in OHRC over social boycott
ଗଞ୍ଜାମରେ ତାଲିବାନୀ ଶାସନ ଅଭିଯୋଗ
author img

By

Published : Aug 18, 2023, 5:17 PM IST

ଗଞ୍ଜାମରେ ତାଲିବାନୀ ଶାସନ ଅଭିଯୋଗ

ଭୁବନେଶ୍ବର: ଗଞ୍ଜାମ ବୋରିଗାମରେ ଚାଲିଛି ତାଲିବାନୀ ଶାସନ । ଗ୍ରାମର କିଛି ଗୋଷ୍ଠୀ ଲୋକଙ୍କୁ ନିର୍ଯାତନା ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆଣିଲେ ବାସନ୍ଦ ହୋଇଥିବା ଗ୍ରାମବାସୀ । ଏନେଇ ଥାନା, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କିଛି ସମାଧାନ ହେଲାନାହିଁ । ଶେଷରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ୬ ବାସନ୍ଦ ଗ୍ରାମବାସୀ ।

ଗଞ୍ଜାମ ଜିଲ୍ଲା ବୋରିଗାମ ଗ୍ରାମରେ ତେଲି (ଓବିସି) ସମ୍ପ୍ରଦାୟର ଜନସଂଖ୍ୟା ପ୍ରାୟ ୨୫୦୦ ରୁ ୩୦୦୦ । ଲୋକେ ପ୍ରାୟତଃ କୃଷକ, କେତେକ ଛୋଟ ବ୍ୟବସାୟ କରି ଜୀବନ ଅତିବାହିତ କରିଥାନ୍ତି । ଗ୍ରାମରେ ସାମାଜିକ ବାସନ୍ଦ, ବିଛିନ୍ନତା ଏବଂ କଙ୍ଗାରୁ କୋର୍ଟ ଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଗତ ୧୬ ବର୍ଷରୁ ଊର୍ଦ୍ଧ୍ବ ହେବ ବଡ ସାହି ବାସିନ୍ଦା, ଉମା ଶଙ୍କର ସାହୁ, ଶଙ୍କର୍ଷଣ ସାହୁ ଏବଂ ସେମାନଙ୍କ ପରିବାର ସଦସ୍ୟ ସାମାଜିକ ବାସନ୍ଦ ଏବଂ ବିଚ୍ଛିନ୍ନତା କାରଣରୁ ଅନେକ ସମୟରେ ଅନେକ ଯନ୍ତ୍ରଣା ଭୋଗୁଛନ୍ତି ।

ସେମାନେ କହିଛନ୍ତି ଯେ, "ନିର୍ଯାତନା ତଥା ସାମାଜିକ ବାସନ୍ଦ ହେତୁ ପିତାଙ୍କର ମୃତ୍ୟୁ ଘଟିଛି । ଏହି ତଥାକଥିତ ସମାଜ ପଞ୍ଜୀକୃତ ହୋଇନଥିବା ସଂଗଠନର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଲୁଟିବା, ଅନ୍ୟ ଜାତି ବିବାହ ବନ୍ଦ କରିବା, ସେମାନଙ୍କୁ ଟଙ୍କା ଯୋଗାଉ ନ ଥିବା ଲୋକଙ୍କୁ ବାସନ୍ଦ କରିବା, ଏବଂ ସେମାନଙ୍କୁ ମନ୍ଦିର, ପୋଖରୀ ଭିତରକୁ ପ୍ରବେଶ ନକରିବା, ଗ୍ରାମ ବୈଠକରୁ ବାସନ୍ଦ କରିବା ସହ ଶେଷକୃତ୍ୟରେ ସାମିଲ ହେବାକୁ ବାରଣ କରାଯାଉଛି । ଜଳର ଅଧିକାର, ସ୍ୱାସ୍ଥ୍ୟ ଅଧିକାର, ଶିକ୍ଷା ଅଧିକାର, ଚଳନ ଅଧିକାର, ସମ୍ମାନ ସହିତ ବଞ୍ଚିବାର ଅଧିକାର ପରି ସମସ୍ତ ମୌଳିକ ଆବଶ୍ୟକତା ସେମାନଙ୍କ ଠାରୁ ଛଡ଼ାଇ ନିଆଯାଇଛି । କିଛି ଶକ୍ତିଶାଳୀ ବ୍ୟକ୍ତିଙ୍କ ଦ୍ଵାରା ଦାରିଦ୍ର୍ୟର ଶିକାର ହୋଇଥିବା ଲୋକଙ୍କ ଉପରେ ଜୋରିମାନା ଲଗାଉଛନ୍ତି । ତାହା ପୁଣି ମୋଟାଙ୍କର ଜୋରିମାନା ।"

ଏହା ମଧ୍ୟ ପଢ଼ନ୍ତୁ: ପ୍ରେମ ବିବାହ କରିବାରୁ ମିଳିଲା ଦଣ୍ଡ: ୨୦ ବର୍ଷ ଗାଁରୁ ବାସନ୍ଦ ହେଲେ ସ୍ବାମୀ-ସ୍ତ୍ରୀ

ଯେତେବେଳେ ଉମା ସାହୁ କରଣ ଜାତିର ଝିଅ ସହିତ ବିବାହ କଲେ ଏହି ତଥାକଥିତ କୁଳ ସାମାଜ ତାଙ୍କୁ ଏବଂ ତାଙ୍କ ପରିବାରକୁ ସବୁ ପ୍ରକାରରେ ବାସନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି ବାସନ୍ଦ ହୋଇଥିବା ଗ୍ରାମବାସୀ । ଗ୍ରାମରେ ଶଙ୍କର୍ଷଣଙ୍କ ଏକ ଛୋଟ ଦୋକାନ ରହିଛି । କିନ୍ତୁ ଏହି କିଛି ଗୋଷ୍ଠୀର ଲୋକମାନେ ସେହି ଦୋକାନରୁ କିଛି କିଣିବାକୁ ବାରଣ କରନ୍ତି । ଯାହାଦ୍ୱାରା ତାଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି । ଅନେକ ସମୟରେ ବିଭିନ୍ନ ପ୍ରକାରର ଧମକ ମଧ୍ୟ ଦିଆଯାଉଛି । ତେବେ ଏହି ବାସନ୍ଦ ଗ୍ରାମାବାସୀ ମାନେ ସ୍ଥାନୀୟ ଆଇଆଇସି ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକଷ୍ଠରେ କୌଣସି ନ୍ୟାୟ ମିଳୁନାହିଁ । ଏହାସହ ବର୍ତ୍ତମାନ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଏସପି, କଲେକ୍ଟର, ଆଇଜି, ଆରଡିସି, ଡିଜିପି, ମୁଖ୍ୟ ଶାସନ ସଚିବ ନିକଟରେ ପହଞ୍ଚିଛନ୍ତି । ସବୁଠାରେ ଫଳ ଶୂନ୍ୟ । ଶେଷରେ ଆଜି ଓଡ଼ିଶା ମାନବାଧିକାର କମିଶନ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ଦେବା ସହ ନ୍ୟାୟ ପାଇବା ପାଇଁ ମଧ୍ୟ ଲୋକାୟୁକ୍ତଙ୍କ ନିକଟରେ ସମ୍ପୃକ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.