ETV Bharat / state

କ୍ୟାପିଟାଲ ହସପିଟାଲରେ ସକାଳ 9 ରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଓପିଡି ସେବା - କ୍ୟାପିଟାଲ ହସପିଟାଲ ଓପିଡି ସେବା

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । କ୍ୟାପିଟାଲ ହସ୍ପିଟାଲରେ ସୁବିଧାରେ ମିଳିବ ଓପିଡି ସେବା । ସକାଳ 9 ଟା ସମୟରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଓପିଡି ସେବା ଯୋଗାଇଦିଆଯିବ । ଅଧିକ ପଢନ୍ତୁ

କ୍ୟାପିଟାଲ ହସପିଟାଲରେ ସକାଳ 9 ରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଓପିଡି ସେବା

author img

By

Published : Nov 18, 2022, 4:51 PM IST

ଭୁବନେଶ୍ବର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । କ୍ୟାପିଟାଲ ହସ୍ପିଟାଲରେ ସୁବିଧାରେ ମିଳିବ ଓପିଡି ସେବାଏନେଇ କ୍ୟାପିଟାଲ ହସ୍ପିଟାଲ ଓ ପିଜିଆଇଏମଇଆରର ଓପିଡି ସେବାର ସମୟ ଧାର୍ଯ୍ୟ କରାଯାଇଛି । ସକାଳ 9 ଟା ସମୟରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଓପିଡି ସେବା ହସ୍ପିଟାଲ ପକ୍ଷରୁ ଓପିଡି ସେବା ଯୋଗାଇଦିଆଯିବ ।

କ୍ୟାପିଟାଲ ହସପିଟାଲରେ ସକାଳ 9 ରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଓପିଡି ସେବା
କ୍ୟାପିଟାଲ ହସପିଟାଲରେ ସକାଳ 9 ରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଓପିଡି ସେବା

କ୍ୟାପିଟାଲ ହସ୍ପିଟାଲରେ ଓପିଡି ସେବା ପାଇଁ ସକାଳ 9 ଟା ସମୟରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି । ତେବେ ଏହାରି ଭିତରେ ଏକ ଘଣ୍ଟା ମଧ୍ୟାହ୍ନ ଭୋଜନ ପାଇଁ ଓପିଡି ସେବା ବନ୍ଦ ରହିବ । ଅନ୍ୟପଟେ ଅପରାହ୍ନ 5 ଟା ରୁ ସକାଳ 9 ଟା ପର୍ଯ୍ୟନ୍ତ ଜରୁରୀକାଳୀନ ସେବା ମିଳିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁସାରେ, କ୍ୟାପିଟାଲ ହସପିଟାଲର ନବକଳେବର କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ଟ୍ରମା କେୟାର ସର୍ଜରୀ କମ୍ପ୍ଲେକ୍ସ ଓ ପୋଜିଆଇର କାମ ଜୋରସୋରର ଚାଲିଛି । ଏହା ସହ କ୍ୟାପିଟାଲ ହସ୍ପିଟାଲକୁ ଅନେକ ଜିଲ୍ଲାରୁ ହଜାର ହଜାର ଲୋକ ଦୈନିକ ଆସୁଛନ୍ତି । ତେଣୁ ରୋଗୀଙ୍କ ପାଇଁ ବେଡ ଅଭାବ ରହୁଛି । ଏନେଇ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ବେଡ଼ ସଂଖ୍ୟା 2000କୁ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଏହା ସହ ଡାକ୍ତରଙ୍କ ଅଭାବ ମଧ୍ୟ ଦୂର ହେବ । ବୁଧବାର 5ଟି ସଚିବ ଭିକେ ପଣ୍ଡିଆନ ମେଡିକାଲ ଆସି ଏବାବଦରେ ସମସ୍ତ ସମୀକ୍ଷା କରିଛନ୍ତି । କ୍ୟାପିଟାଲ ହସ୍ପିଟାଲର ନବକଳେବର କାମ ଖୁବ୍ ଶୀଘ୍ର ସାରିବକୁ ନିର୍ଦ୍ଦେଶ ଦେଇଛନ୍ତି 5 ଟି ସଚିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.