ETV Bharat / state

ଆଦିବାସୀ ସ୍ବାର୍ଥ ବିରୋଧୀ ଆଇନ ସ୍ଥଗିତ ନୁହେଁ, ପ୍ରତ୍ୟାହାର କରନ୍ତୁ: ବିଜେପି

କ୍ୟାବିନେଟ ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ନିତ୍ୟାନନ୍ଦ କହିଛନ୍ତି ଯେ, ରାଜ୍ୟ ସରକାର ଗତ ୧୪ ତାରିଖରେ ଆଦିବାସୀ ଜମି ବିକ୍ରି ପାଇଁ ଯେଉଁ କଟକଣା ଥିଲା ରେଗୁଲେସନ- ୨, ୧୯୫୬ ଆଇନରେ ସଂଶୋଧନ କରିଥିଲେ । ଆଦିବାସୀ ଜମିକୁ ଅଣ ଆଦିବାସୀଙ୍କୁ ବିକ୍ରି କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଆଦିବାସୀଙ୍କ ପାଇଁ ବଡ଼ ଷଡ଼ଯନ୍ତ୍ର । ଯଦି ଏହି ଆଇନ ଲାଗୁ ହୁଏ, ତେବେ ଆଦିବାସୀ ବାସହରା ଓ ଜମିହରା ହେବେ ଏବଂ ଜୀବନ ଜୀବିକା ହରାଇବେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 18, 2023, 7:38 AM IST

ଆଦିବାସୀ ସ୍ବାର୍ଥ ବିରୋଧୀ ଆଇନ ସ୍ଥଗିତ ନୁହେଁ, ପ୍ରତ୍ୟାହାର କରନ୍ତୁ ସରକାର: ବିଜେପି
ଆଦିବାସୀ ସ୍ବାର୍ଥ ବିରୋଧୀ ଆଇନ ସ୍ଥଗିତ ନୁହେଁ, ଆଦିବାସୀ ସ୍ବାର୍ଥ ବିରୋଧୀ ଆଇନ ସ୍ଥଗିତ ନୁହେଁ, ପ୍ରତ୍ୟାହାର କରନ୍ତୁ ସରକାର: ବିଜେପିପ୍ରତ୍ୟାହାର କରନ୍ତୁ ସରକାର: ବିଜେପି
ଆଦିବାସୀ ସ୍ବାର୍ଥ ବିରୋଧୀ ଆଇନ ସ୍ଥଗିତ ନୁହେଁ, ପ୍ରତ୍ୟାହାର କରନ୍ତୁ ସରକାର: ବିଜେପି

ଭୁବନେଶ୍ବର: ଆଦିବାସୀ ଜମି ହୋଇପାରିବ ହସ୍ତାନ୍ତର । ଆଦିବାସୀ ଜମି ବିକ୍ରି ନିୟମ ବଦଳିବା ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ଆଇନର ସଂଶୋଧନ ହେବା ପରେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଏହାସହ ଜଣେ ଅଣ ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ ବୋଲି ଆଇନରେ ସଂଶୋଧନ ହୋଇଥାନ୍ତା । କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ସରକାରଙ୍କ ନିଷ୍ପତ୍ତିକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ । କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ନିଷ୍ପତ୍ତିକୁ କଡା ସମାଲୋଚନା କରାଯାଇଥିଲା । ଏବେ ସରକାର ନିଜ ନିଷ୍ପତ୍ତିରୁ ଓହରି କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ।

କ୍ୟାବିନେଟ ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ନିତ୍ୟାନନ୍ଦ କହିଛନ୍ତି ଯେ, ରାଜ୍ୟ ସରକାର ଗତ ୧୪ ତାରିଖରେ ଆଦିବାସୀ ଜମି ବିକ୍ରି ପାଇଁ ଯେଉଁ କଟକଣା ଥିଲା ରେଗୁଲେସନ- ୨, ୧୯୫୬ ଆଇନରେ ସଂଶୋଧନ କରିଥିଲେ । ଆଦିବାସୀ ଜମିକୁ ଅଣ ଆଦିବାସୀଙ୍କୁ ବିକ୍ରି କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଆଦିବାସୀଙ୍କ ପାଇଁ ବଡ଼ ଷଡ଼ଯନ୍ତ୍ର । ଯଦି ଏହି ଆଇନ ଲାଗୁ ହୁଏ, ତେବେ ଆଦିବାସୀ ବାସହରା ଓ ଜମିହରା ହେବେ ଏବଂ ଜୀବନ ଜୀବିକା ହରାଇବେ । ତେଣୁ ସରକାର ଏଥିରେ କ୍ଷାନ୍ତ ରହନ୍ତୁ । ଆମେ ଶୁଣିବାକୁ ପାଇଲୁ ରାଜ୍ୟ ସରକାର ତାହାକୁ ସ୍ଥଗିତ ରଖିଛନ୍ତି । ସ୍ଥଗିତ ନରଖି ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରନ୍ତୁ । ନହେଲେ ଏହା ଦ୍ବାରା ଆଦିବାସୀଙ୍କର ବହୁତ କ୍ଷତି ହେବ ।

ଆଦିବାସୀ ସର୍ବହରା ହୋଇଯିବେ । ଏଥିରେ କେବଳ ଯେଉଁମାନେ ବେନାମୀ କାରବାର କରିଛନ୍ତି ତାକୁ ଆଇନ ସମ୍ମତ କରିବା, ଜମି ମାଫିଆ ଓ ଠିକାଦାରଙ୍କୁ ଶାଗ ମାଛ ଦରରେ ଟେକି ଦେବା ପାଇଁ ସରକାର ଏହି ଯୋଜନା କରିଛନ୍ତି । ଏହା ଆଦିବାସୀଙ୍କ ହିତ ପାଇଁ ନୁହେଁ ବରଂ ଏହା ଆଦିବାସୀଙ୍କର ବିନାଶ ପାଇଁ ଏ ସରକାରଙ୍କର ଯୋଜନା । ସବୁ ଆଦିବାସୀ ସମାଜ ଏହାକୁ ଦୃଢ଼ ଭାବେ ସାରା ରାଜ୍ୟରେ ବିରୋଧ କରୁଛନ୍ତି । ଯଦି ସରକାର କୌଣସି ପ୍ରକାର କର୍ଣ୍ଣପାତ ନକନ୍ତି, ଆଗାମୀ ଦିନରେ ଓଡିଶା ପ୍ରଦେଶରେ ଆନ୍ଦୋଳନ ଜୋରଦାର ହେବ । ବ୍ୟାପକ ହେବ । ଜନ ଆନ୍ଦୋଳନରେ ପରିଣତ ହେବ । ସରକାର ଏଥିପାଇଁ ସଜାଗ ରୁହନ୍ତୁ । ନଚେତ ସରକାରଙ୍କୁ ଭୋଗିବାକୁ ପଡ଼ିବ ।

ଅଧିକ ପଢନ୍ତୁ- ଆଦିବାସୀଙ୍କ ଜମି ହସ୍ତାନ୍ତର ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିରେ ରୋକ

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ଆଦିବାସୀଙ୍କ ଜମି ବିକ୍ରି କଟକଣା ଉଠାଇବା ନିଷ୍ପତ୍ତିକୁ କଂଗ୍ରେସ ଗ୍ରହଣ କରୁନାହିଁ । ଏହାକୁ ସ୍ଥଗିତ ନୁହେଁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରନ୍ତୁ ରାଜ୍ୟ ସରକାର । ଆଦିବାସୀଙ୍କ ସହ ଆଉ ଖେଳ ନଖେଳନ୍ତୁ । ସ୍ଥଗିତ ନୁହେଁ କଂଗ୍ରେସର ଦାବି ପ୍ରତ୍ୟାହାର କରାଯାଉ ।

ଅନ୍ୟପଟେ ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି ଯେ, ଆଦିବାସୀଙ୍କ ବିକାଶ ପାଇଁ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ବାସ୍ତବରେ ଅଦ୍ଭୂତପୂର୍ବ ଏବଂ ଐତିହାସିକ । ଆଜି ପର୍ଯ୍ୟନ୍ତ ଆଦିବାସୀଙ୍କର ଉନ୍ନତି ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । ଆଦିବାସୀଙ୍କୁ ଯେଉଁ ପଟ୍ଟା ଦିଆଯାଇଛି ତାହା ଭାରତ ବର୍ଷରେ ନମ୍ବର 1 । ଓଡିଶା ସବୁଠାରୁ ଆଗରେ ରହିଛି । ଲକ୍ଷ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ପଢୁଛନ୍ତି । ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରୁଛନ୍ତି । ଯେଉଁ ଆଦିବାସୀ ପିଲାମାନେ ମେଡିକାଲ ଓ ଇଂଜିନିୟରିଂ କଲେଜରେ ପଢିବେ ସେମାନଙ୍କର ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ।

ଆଦିବାସୀ ଭାଇ ଭଉଣୀଙ୍କର କଳା ସଂସ୍କୃତିର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମଧ୍ୟ ଗଠନ କରିଛନ୍ତି । ସେହି ମାଧ୍ୟମରେ କଳା ଓ ସଂସ୍କୃତିର ବିକାଶ କରାଯାଉଛି । ମୟୂରଭଞ୍ଜରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁରେ ମେଡିକାଲ କଲେଜ, ସୁନ୍ଦରଗଡରେ ଶହୀଦ ବିର୍ସା ମୁଣ୍ଡାଙ୍କ ନାଁରେ ଷ୍ଟାଡିୟମ ହୋଇଛି । ଯାହା ଏସିଆର ସର୍ବ ବୃହତ ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ଅଛି । ସେ ସେମାନଙ୍କ ପାଇଁ କାମ କରୁଛନ୍ତି । ଆଦିବାସୀଙ୍କ ସ୍ବାର୍ଥକୁ ଜଗି କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି । ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସବୁ ଦିଗରୁ ସ୍ବାଗତ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.