ETV Bharat / state

Odisha Bus Strike: ସଂଘ କହିଲା ଧର୍ମଘଟ ପ୍ରତ୍ୟାହୃତ ହୋଇନି, ମନ୍ତ୍ରୀ କହିଲେ ଆଉ ହେବନି ଆନ୍ଦୋଳନ - ଖାରବେଳେ ଭବନ

ଗତ 20 ତିରଖରେ ପରିବହନ ବିଭାଗ ଦେଇଥିବା ପ୍ରତିଶୃତି ମୁତାବକ ଆଜି ଓଡିଶା ଘରୋଇ ବସ ମାଲିକ ସଂଘ ଓ ପରିବହନ ବିଭାଗ ମଧ୍ୟରେ ଖାରବେଳେ ଭବନରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି ‘‘ କୌଣସି ବସ ଧର୍ମଘଟ ହେବନି। ବସ ମାଲିକ ସଂଘ ସେମାନଙ୍କ ଦାବି ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ସରକାରଙ୍କୁ ଦେବେ । ଅଧିକ ପଢନ୍ତୁ

Odisha Bus Strike: ସଂଘ କହିଲା ଧର୍ମଘଟ ପ୍ରତ୍ୟାହୃତ ହୋଇନି, ମନ୍ତ୍ରୀ କହିଲେ ଆଉ ହେବନି ଆନ୍ଦୋଳନ

author img

By ETV Bharat Odisha Team

Published : Oct 26, 2023, 6:02 PM IST

Odisha Bus Strike: ସଂଘ କହିଲା ଧର୍ମଘଟ ପ୍ରତ୍ୟାହୃତ ହୋଇନି, ମନ୍ତ୍ରୀ କହିଲେ ଆଉ ହେବନି ଆନ୍ଦୋଳନ

ଭୁବନେଶ୍ବର: କୌଣସି ବସ ଧର୍ମଘଟ ହେବନି। ବସ ମାଲିକ ସଂଘ ସେମାନଙ୍କ ଦାବି ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ସରକାରଙ୍କୁ ଦେବେ । ବସ ମାଲିକ ଓ ସରକାରଙ୍କ ଲକ୍ଷ୍ୟ ସମାନ, ପରିବହନ ସେବା ଯୋଗାଇବା। ବସ ମାଲିକଙ୍କୁ ଯେଭଳି ଅସୁବିଧା ନହେବ, ସେଥିପ୍ରତି ବି ଦୃଷ୍ଟି ଦିଆଯିବ । କୌଣସି ଆନ୍ଦୋଳନ ଆଗକୁ ହେବନି । ଯେଉଁଠି ବସ ଚାଲୁନଥିଲା ସେଠି ଆମେ ବସ ଚଳାଉଛୁ । ଓଡିଶା ଘରୋଇ ବସ ମାଲିକ ସଂଘ ସହିତ ରାଜ୍ୟ ସରକାରଙ୍କ ଆଲୋଚନା ପରେ ଏହା କହିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ଗତ 20 ତିରଖରେ ପରିବହନ ବିଭାଗ ଦେଇଥିବା ପ୍ରତିଶୃତି ମୁତାବକ ଆଜି ଓଡିଶା ଘରୋଇ ବସ ମାଲିକ ସଂଘ ଓ ପରିବହନ ବିଭାଗ ମଧ୍ୟରେ ଖାରବେଳେ ଭବନରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି ‘‘ କୌଣସି ବସ ଧର୍ମଘଟ ହେବନି। ବସ ମାଲିକ ସଂଘ ସେମାନଙ୍କ ଦାବି ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ସରକାରଙ୍କୁ ଦେବେ । ବସ ମାଲିକ ଓ ସରକାରଙ୍କ ଲକ୍ଷ୍ୟ ସମାନ, ପରିବହନ ସେବା ଯୋଗାଇବା। ବସ ମାଲିକଙ୍କୁ ଯେଭଳି ଅସୁବିଧା ନହେବ, ସେଥିପ୍ରତି ବି ଦୃଷ୍ଟି ଦିଆଯିବ । କୌଣସି ଆନ୍ଦୋଳନ ଆଗକୁ ହେବନି । ଯେଉଁଠି ବସ ଚାଲୁନଥିଲା ସେଠି ଆମେ ବସ ଚଳାଉଛୁ । ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡିବ ।’’

ଅଧିକ ପଢନ୍ତୁ- Bus strike in Odisha: ଆସନ୍ତା 31 ଯାଏଁ ଧର୍ମଘଟ ସ୍ଥଗିତ, ରାତିରୁ ଗଡିବ ବସ

ହେଲେ ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ‘‘ ମନ୍ତ୍ରୀ କଣ କହିଛନ୍ତି ଆମେ ଜାଣିନୁ । କିନ୍ତୁ 31 ତାରିଖ ଯାଏଁ ବ୍ଲକରୁ ଜିଲ୍ଲାକୁ ବସ ଗଡିବ ନାହିଁ। ଘରୋଇ ବସ ମାଲିକ ସଂଘ ଚାପରେ ଗଜପତି ଜିଲ୍ଲାରେ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ବସ ଚଳାଚଳ ବନ୍ଦ କରିଛନ୍ତି ସରକାର । ଯଦି ଏହାପରେ ବି ସରକାର ବ୍ଲକରୁ ଜିଲ୍ଲାକୁ ବସ ଚଳାଚଳ କରିବେ, ଏନେଇ ସଂଘ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବ। ଆଜି ସରକାରଙ୍କ ସହ ହୋଇଥିବା ଆଲୋଚନା ସଫଳ ନୁହେଁ କି ଵିଫଳ ନୁହେଁ। 31 ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ଅଛି । ପ୍ରତ୍ୟାହୃତ ହୋଇନି । 30 ତାରିଖରେ ସଂଘର ସାଧାରଣ ପରିଷଦ ବୈଠକ ବସିବ। ବୈଠକରେ ଆଗମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ । ସରକାରଙ୍କୁ ଆମେ ଆମ ରୁଟ ଚାର୍ଟ ଦେଇଛୁ । ସରକାରଙ୍କ ରିଜୋଲ୍ୟୁସନକୁ ଅପେକ୍ଷା କରିଛୁ।’’

ସୂଚନାଯୋଗ୍ୟଯେ ଦୁଇ ଦଫା ଦାବି ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ଗତ 20 ତାରିଖରେ ସାରା ରାଜ୍ୟରେ ବସ ଧର୍ମଘଟ ଡାକରା ଦେଇଥିଲା । ଲକ୍ଷ୍ମୀ ଯୋଜାନକୁ ବିରୋଧ ସହ ସହର ବାହାରେ ମୋ ବସ ଚଳାଚଳକୁ ବିରୋଧ କରି ଧର୍ମଘଟ ଡାକରା ଦେଇଥିଲା ଓଡିଶା ଘରୋଇ ବସ ମାଲିକ ସଂଘ । ସଂଘର ଡାକରା ପରେ ସାରା ରାଜ୍ୟରେ ଘରୋଇ ବସର ଅଖଚକ ସବୁ ଠପ ହୋଇଯାଇଥିଲା । ପାର୍ବଣ ବେଳେ ସଂଘର ଏପରି ଆନ୍ଦୋଳନକୁ ନେଇ ତୀବ୍ର ଜନଅସନ୍ତୋଷ ବଢିଥିଲା । ସାରା ରାଜ୍ୟରେ ବସଯାତ୍ରୀ ଦହଗଞ୍ଜ ହୋଇଥିଲେ । ଫଳରେ ସରକାର ବାଧ୍ୟହୋଇ ସେହି ଦିନ ସଂଧ୍ୟାରେ ସଂଘ ସହ ଆଲୋଚନା କରିଥିଲେ । ଏହାସହ ଆଗାମୀ 26 ତାରିଖ ଦିନ ପୁଣି ଥରେ ଆଲୋଚନା କରି ସଂଘର ଦାବି ଗୁଡିକ ପୂରଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ସଂଘ ଧର୍ମଘଟରୁ ଓହରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.