ETV Bharat / state

ବଜେଟରେ ୬ଟି ନୂଆ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପକୁ ଫୋକସ୍ - ବଜେଟକୁ ନେଇ ସାମ୍ବାଦିକ ସମ୍ମିଳନୀ

2023-24 ବଜେଟରେ ଜଳ ସମ୍ପଦ ବିଭାଗ ପାଇଁ ବ୍ୟୟବରାଦ ବୃଦ୍ଧି ଘଟି ୧୧୬୫୫ କୋଟି ଟଙ୍କାରେ ପହଞ୍ଚିଛି । ଜଳ ସମ୍ପଦ ବିଭାଗର ବଜେଟକୁ ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ

Department of Water Resources
Department of Water Resources
author img

By

Published : Mar 1, 2023, 10:24 PM IST

Department of Water Resources

ଭୁବନେଶ୍ବର: ଜଳ ସମ୍ପଦ ବିଭାଗର ବଜେଟକୁ ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ । 2023-24 ବଜେଟରେ ଜଳ ସମ୍ପଦ ବିଭାଗ ପାଇଁ ବ୍ୟୟବରାଦ ବୃଦ୍ଧି ଘଟି ୧୧୬୫୫ କୋଟି ଟଙ୍କାରେ ପହଞ୍ଚିଛି । ୨୦୨୨-୨୩ ରେ ଜଳ ସମ୍ପଦ ବିଭାଗକୁ ମିଳିଥିଲା ୯୩୭୪.୪୬ କୋଟି । ଏ ବର୍ଷ ୬ ଟି ନୂଆ ବୃହତ ଓ ମଧ୍ୟମ ଜଳ ସେଚନ ପ୍ରକଳ୍ପ ଘୋଷଣା କରାଯାଇଛି । ସେଥିପାଇଁ ୩୩୫୫ କୋଟି ବ୍ୟୟବରାଦ ହୋଇଛି । ରାଜ୍ୟରେ ଚାଲୁ ରହିଥିବା ୩ଟି ଜଳ ସେଚନ ପ୍ରକଳ୍ପ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଛି । ଲୋୟର ସୁକତେଲ ଓ କାନପୁର ଜଳଭଣ୍ଡାର କାର୍ଯ୍ୟ ଆରମ୍ଭ କରାଯିବ । 2010 ରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ଅଦ୍ୟାବଧି 15000 ରୁ ଅଧିକ ଚେକ ଡ୍ୟାମ ନିର୍ମାଣ କରାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ଏହି ଯୋଜନା କୁ ଆଉ 3 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ 1280 ଚେକ ଡ୍ୟାମ ନିର୍ମାଣ ପାଇଁ 811 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ନବ କୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ହେଉଛି।ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୧୭୦ଟି ନୂଆ ପ୍ରକଳ୍ପ ଲାଗି ୫୦୦ କୋଟି ବ୍ୟୟବରାଦ ହୋଇଛି । ୩୦୦ କୋଟି ବ୍ୟୟବରାଦ ରେ ଖୋଳାଯିବ ୨୦ ହଜାର ଡିପ ବୋର ୱେଲ । ଲୁଣା ବନ୍ଧା ସୁଦୃଢ଼ୀକରଣ ପାଇଁ ୭୬୩ କୋଟି ବ୍ୟୟବରାଦ ହୋଇଛି । ରାଜ୍ୟରେ ୫୦୦ ଚେକ୍ ଡ୍ୟାମ ନିର୍ମାଣ ପାଇଁ ମଧ୍ୟ ବଜେଟରେ ଘୋଷଣା ହୋଇଛି । ନଦୀ ଜଳ ସଂରକ୍ଷଣ ଲାଗି ଏ ବର୍ଷ ବଜେଟରେ ତୃତୀୟ ପର୍ଯ୍ୟାୟରେ ୨୦ ନୂଆ ଇନଷ୍ଟ୍ରିମ ଷ୍ଟୋରେଜ ଘୋଷଣା ହୋଇଛି । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୩୦ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ଘୋଷଣା ହୋଇଥିଲା। ଯେଉଁଥିରୁ ୨୮ ପ୍ରକଳ୍ପର କାମ ଆରମ୍ଭ ହୋଇଛି ।

ରାଜ୍ୟରେ 1999-2000 ବର୍ଷ ସୁଦ୍ଧା 35.91 ଲକ୍ଷ ହେକ୍ଟର କ୍ଷମତା ଥିବାବେଳେ 2021-22 ମଧ୍ୟରେ ଅତିରିକ୍ତ 30.74ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି କରାଯାଇ ରାଜ୍ୟର ସର୍ବମୋଟ ଜଳସେଚନ କ୍ଷମତା 66.88ଲକ୍ଷ ହେକ୍ଟର କୁ ବୃଦ୍ଧି କରାଯାଇଛି। ଅଚଳ ହୋଇ ପଡି ରହିଥିବା ଉଠା ଜଳସେଚନ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରିବା ପାଇଁ 2019 ରୁ 2024 ପର୍ଯ୍ୟନ୍ତ 750 କୋଟି ଟଙ୍କା ଅନୁମୋଦନ କରିଛନ୍ତି ସରକାର। ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟକାରୀ ନିମନ୍ତେ ଏ ପର୍ଯ୍ୟନ୍ତ ମୋଟ 8267 ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କରାଯାଇଛି।

ସେହିପରି ବନ୍ୟା ଓ ବାତ୍ୟାକୁ ପ୍ରତିରୋଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧକ ଲୁଣା ବନ୍ଧ ପ୍ରକଳ୍ପ କୁ ଚେନ୍ନାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନ ଟେକ୍ନୋଲୋଜିର ବୈଷୟିକ ସହାୟତା ରେ ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡା ଏବଂ ପୁରୀରେ ପ୍ରାୟ 200 କିମି ଲୁଣାବନ୍ଧ ମଜବୁତ କରିବା ସହିତ ସେହି ଅଞ୍ଚଳରେ ଜୀବ ଓ ସମ୍ପଦର ସୁରକ୍ଷା କରିବ। ଏହି ଯୋଜନାରେ 763.48 କୋଟି ଟଂକା ବ୍ୟୟବରାଦ କରାଯାଇ 21690 ହେକ୍ଟର ଚାଷଜମି କୁ ସୁରକ୍ଷା ଦେବା ସହିତ 292500 ଲୋକଙ୍କୁ ଉପକୃତ କରିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.