ETV Bharat / state

ଖୋର୍ଦ୍ଧାରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ - ଖୋର୍ଦ୍ଧା ଅବକାରୀ ବିଭାଗ

ଆଜି ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ ଖୋର୍ଦ୍ଧା ନବୀନବାଗ ଅଞ୍ଚଳରେ ଚଢ଼ାଉ କରି 10ଗ୍ରାମ ବ୍ରାଉନସୁଗାର ଜବତ କରିଛି । ସଂପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରିଛି ଅବକାରୀ ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Sep 5, 2019, 3:08 PM IST

ଖୋର୍ଦ୍ଧା: ଜିଲ୍ଲା ନବୀନବାଗ ଅଞ୍ଚଳରୁ 10 ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଆଜି ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ୍‌ ଚଢାଉ କରି ବ୍ରାଉନସୁଗାର ଜବତ ସହ ଏଥିରେ ସଂପୃକ୍ତ ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରିଥିବା ଜଣାପଡିଛି । ଗିରଫ ବେପାରୀ ଜଣକ ସ୍ଥାନୀୟ ଅଞ୍ଚଳର ବିକାଶ ଘଟୁଆଳି ବୋଲି ଜଣାପଡିଛି ।

ଦିନକୁ ଦିନ ନିଶା ବେପାରୀଙ୍କ ଦୌରାତ୍ମ୍ୟ ବଢି ବଢି ଚାଲିଥିବାବେଳେ ସେଥିରେ କିଛିଟା ପରିବର୍ତ୍ତନ ଆସୁଥିବା ପରିଲକ୍ଷିତ ହେଉଛି । ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରୁଥିବାବେଳେ ଅନେକ ଭୟରେ ଏହି ବେପାର ଠାରୁ ଦୂରେଇ ଗଲେଣି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ସୂଚନା ମିଳିଛି । ବିକାଶ ଘଟୁଆଳି ଦୀର୍ଘଦିନ ଧରି ଏହି ବ୍ୟବସାୟ କରୁଥିବା ଅବକାରୀ ଅଧିକାରୀ କହିଥିବାବେଳେ ପଚରାଉଚରା ଜାରି ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବ୍ରାଉନସୁଗାର ଜବତ ଜଣେ ଗିରଫ

ଖୋର୍ଦ୍ଧା : ଦିନକୁ ଦିନ ନିଶା ବେପାରୀଙ୍କ ଦୌରାତ୍ମ୍ୟ ବଢି ବଢି ଚାଲିଥିବା ବେଳେ ସେଥିରେ କିଛିଟା ପରିବର୍ତନ ଆସୁଥିବା ପରିଲଖିତ ହେଉଛି । ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରୁଥିବା ବେଳେ ଅନେକ ଭୟରେ ଏହି ବେପାରଠାରୁ ଦୁରେଇ ଗଲେଣି ।

Body:ଆଜି ଖୋର୍ଦ୍ଧା ଅବକାରୀ ବିଭାଗର ଏକ ଟିମ ଖୋର୍ଦ୍ଧା ନବୀନବାଗ ଅଞ୍ଚଳରେ ଚଢ଼ାଉ କରି 10ଗ୍ରାମ ବ୍ରାଉନସୁଗାର ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ବେପାରୀ ଜଣକ ସ୍ଥାନୀୟ ଅଞ୍ଚଳର ବିକାଶ ଘଟୁଆଳି । ସେ ଦୀର୍ଘଦିନ ଧରି ଏହି ବ୍ୟବସାୟ କରୁଥିବା ଅବକାରୀ ବିଭାଗ ପାଖରେ ଖବର ଥିବା ନେଇ ଅବକାରୀ ଅଧିକାରୀ କହିଛନ୍ତି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

Conclusion:ବାଇଟ - ରଞ୍ଜନ କୁମାର ନାୟକ,ଅବକାରୀ ଅଧିକାରୀ ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.