ETV Bharat / state

ଇ-କମର୍ସ ଢାଞ୍ଚାରେ ବ୍ରାଉନସୁଗାର ବିକ୍ରି, ପେସାଦାର ନିଶା ବେପାରୀ ଗିରଫ - ନୂଆ ନୂଆ ଉପାୟରେ ନିଶା ବିକ୍ରି କରୁଛନ୍ତି ବେପାରୀ

ନୂଆ ନୂଆ ଉପାୟରେ ଧଳା ଜହର ବିକ୍ରି କରୁଛନ୍ତି ବେପାରୀ । ଇ-କମର୍ସ ଢାଞ୍ଚା ପାର୍ସଲରେ ଚାଲିଥିଲା ନିଶା କାରବାର । ଅଧିକ ପଢନ୍ତୁ

ନୂଆ ନୂଆ ଉପାୟରେ ନିଶା ବିକ୍ରି କରୁଛନ୍ତି ବେପାରୀ

author img

By ETV Bharat Odisha Team

Published : Sep 12, 2023, 9:35 PM IST

ନୂଆ ନୂଆ ଉପାୟରେ ନିଶା ବିକ୍ରି କରୁଛନ୍ତି ବେପାରୀ

ଭୁବନେଶ୍ବର: ନିଶା ବେପାରୀଙ୍କ ହବ୍ ପାଲଟିଛି ରାଜଧାନୀ । ନୂଆ ନୂଆ ଉପାୟରେ ନିଶା ବିକ୍ରି କରୁଛନ୍ତି ବେପାରୀ । ଅନଲାଇନ ପାର୍ସଲରେ ଚାଲିଥିଲା ନିଶା କାରବାର । ଏମିତି ଏକ ଗ୍ଯାଙ୍ଗକୁ ଧରିଛି କ୍ରାଇମବ୍ରାଞ୍ଚ ପୋଲିସ । ଦୁଇ ବର୍ଷ ଧରି ଫେରାର ଥିବା ଡ୍ରଗସ ବେପାରୀକୁ ଶେଷରେ କମିଶନରେଟ୍ ପୋଲିସ ହାତରେ ଧରା ପଡିଛି । ଖଣ୍ଡଗିରି ବାରି ଅଞ୍ଚଳରୁ ସୋମନାଥ ବାରିକକୁ ୧୦୫ଗ୍ରାମର ବ୍ରାଉନସୁଗାର ସହ ଗିରଫ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୧ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ସ୍ପେଶାଲ କ୍ରାଇମବ୍ରାଞ୍ଚ ୟୁନିଟ(SCU) ଅତିରିକ୍ତ ଡିସିପି ସଞ୍ଜୀବ ଶତପଥି ।

ADCP ସଞ୍ଜୀବ ଶତପଥି କହିଛନ୍ତି, ‘‘ବାଲେଶ୍ବର ବର୍ଡର ଓ ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର କାରବାର କରାଯାଉଛି । ଏନେଇ ଓଡ଼ିଶା ପୋଲିସ ସମେତ ଅବକାରୀ ଓ ଏନସିବି ଭଳି ସଂସ୍ଥାର କଡ଼ା ନଜର ରହିଛି । ବାରମ୍ବାର ପୋଲିସ ହାତରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ଯୋଗୁଁ ପୋଲିସ କଡ଼ା ନଜରୁ ବର୍ତ୍ତିବା ପାଇଁ ଏବେ ଡ୍ରଗସ ବେପାରି ନୂଆ ତରିକା ଆପଣାଇଛନ୍ତି । ଏନେଇ ସେମାନେ ଡ୍ରଗସ କାରବାର ପାଇଁ ହେଉଥିବା ଟଙ୍କା କାରବାର ୟୁପିଆଇ ବା ଆକାଉଣ୍ଟ ଜରିଆରେ କରୁଥିଲେ। ପରେ ବ୍ରାଉନସୁଗାର ସପ୍ଲାୟ ପାଇଁ ସେମାନେ ଇକମର୍ସ ଢାଂଚା ଆପଣାଇଛନ୍ତି । ବ୍ରାଉନସୁଗାରର ଏକ ପ୍ୟକେଟ ଇ କମର୍ସ ବା ଅନଲାଇନ ଡେଲିଭେରି କରୁଛନ୍ତି । ପ୍ୟାକେଟକୁ ବିଭିନ୍ନ ଜିନିଷ କହି ଦିଘାରୁ ଆସୁଥିବା ଟ୍ରକ ଡ୍ରାଇଭର ବା ବସ ଡ୍ରାଇଵରମାନଙ୍କୁ ଦେଇ ବରମୁଣ୍ଡାରୁ ପ୍ୟାକେଟ ରିସିଭ ପାଇଁ ଏକ କୋଡ଼ ଦେଉଛନ୍ତି । ଟ୍ରକର ଗାଡି ନମ୍ବର ଦେଖି ସେମାନଙ୍କ ପାଖକୁ ଯାଇ ସେମାନଙ୍କ ପାସକୋର୍ଡ କହିବା ପରେ ଡ୍ରାଇଭର ସେମାନେ ପଠାଇଥିବା ପ୍ୟାକେଟଟି ଦେଇ ଦେଉଛନ୍ତି । ଏଥିପାଇଁ ଡ୍ରାଇଭରମାନଙ୍କୁ କିଛି ଅର୍ଥ ଦେଇ ଏଭଳି ପ୍ରଲୋଭିତ କରି ଏଭଳି ଢଙ୍ଗରେ କାରବାର କରୁଛନ୍ତି ବେପାରୀ ।’’

ଏହା ମଧ୍ୟ ପଢନ୍ତୁ...କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଫାର୍ମାସିଷ୍ଟ ସହ ଦୁର୍ଦ୍ଦାନ୍ତ ଅପରାଧି ଗିରଫ

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଡ଼୍ରାଇଭରଙ୍କ ଅଜାଣତରେ ବ୍ରାଉନସୁଗାର ସେମାନଙ୍କ ଜରିଆରେ ଆସି ଭୁବନେଶ୍ବର ବା ବିଭିନ୍ନ ଅଞ୍ଚଳରେ ପହଞ୍ଚୁଛି । ଫଳରେ ପୋଲିସ ଟ୍ରାକି କରିବା ଧରିବା କଷ୍ଟକର ହେଉଛି । ଏଭଳି ନିଆରା ଢଙ୍ଗରେ କାରବାର କାରଯାଉଥିବା ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୋମନାଥ ବାରିକ ବୋଲି ଜଣା ପଡିଥିଲା । ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କଠାରୁ ୧୦୫ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.