ଖୋର୍ଦ୍ଧା: ଧଳା ଜହରକୁ ନେଇ ଧରପଗଡ । କେତେବେଳେ ଘରୁ ତ କେତେବେଳେ ଦୋକାରୁ ମିିଳିଲାଣି ବ୍ରାଉନସୁଗାର । ନାଁ କୁ ପରିବା ଦୋକାନ ହେଲେ ଭିତରେ ଚାଲିଥିବା କିଛି ଅଲଗା ବେପାର । ପରିବା ବିକ୍ରି ସହ ଚାଲିଥିଲା ଧଳାଜହର କରାବାର । ଖୋର୍ଦ୍ଧା ସହରରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ଚଢ଼ାଉ କରି ଏକ ପରିବା ଦୋକାନରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ ।
ସାମନ୍ତରାପୁର ଠାରେ ଥିବା ରାଜେନ୍ଦ୍ର ପୃଷ୍ଟିଙ୍କ ଘର ଏବଂ ବଜାରରେ ଥିବା ପରିବା ଦୋକାନରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ । ଘଟଣାରେ ଜଣକୁ ଅଟକ ରଖିଥିବା ବେଳେ କେତେ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି ତାହା ସ୍ପଷ୍ଟ କରିନି ସ୍କ୍ବାର୍ଡ । ପୋଲିସ ହାତରେ ଲାଗିଥିବା ପଲିଥିନ ଭର୍ତ୍ତି ଧଳଜହରର ଓଜନ ପ୍ରାୟ ୨ କିଲୋରୁ ଅଧିକ ହେବ ।
ଏହା ବି ପଢନ୍ତୁ...STFକୁ ବଡ଼ ସଫଳତା, ନୟାଗଡରୁ ୪ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ
ଖୋଲାଖୋଲି ଭାବରେ ବ୍ରାଉନସୁଗାର କାରବାର କରିବାକୁ ଲୋକ କିପରି ଏମିତି ସାହାସ କରୁଛନ୍ତି ତାହା ଚିନ୍ତାର କାରଣ ହୋଇଛି । ତେବେ ଏ ବେପାର ଚେର କେତେ ଦୂର ଲମ୍ବିଛି ତାର ଖୋଳତାଳ କରୁଛି ପୋଲିସ । ପ୍ରକାଶ ଥାଉ କି ଆଜି ନୟାଗଡ଼ PWD ଲେନରେ STF ଟିମ ଚଢ଼ାଉ କରି ଗୋଟିଏ ଘରୁ 4 କିଲୋଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ । ଏହାର ଆନୁମାନିକ ମୂଲ୍ୟ 4 କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ