ETV Bharat / state

୬ ହଜାର ଟଙ୍କା ପାଇଁ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ସମ୍ପର୍କୀୟ ଭାଇ ଅଟକ

author img

By

Published : Aug 8, 2023, 8:38 PM IST

୬ ହଜାର ଟଙ୍କା ପାଇଁ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ । ସମ୍ପର୍କୀୟ ଭାଇର ଆକ୍ରମଣରେ ଭାଇ ଓ ଭାଉଜ ଗୁରୁତର । ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ବର ଥାନା କିମ୍ଭିରିଆ ବସ୍ତିରେ ଏଭଳି ଅଘଟଣ ଘଟିଛି । ଅଧିକ ପଢ଼ନ୍ତୁ

man attacked couple in bhubaneswar
ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ
ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର: ମାତ୍ର ୬ ହଜାର ଟଙ୍କାକୁ ନେଇ ଭାଇର ବେକ କାଟିଲା ଭାଇ । ୪ ବର୍ଷ ତଳେ ନେଇଥିବା ୬ ହଜାର ଟଙ୍କା ପାଇଁ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କଲା ସମ୍ପର୍କୀୟ ଭାଇ । ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ବର ଥାନା କିମ୍ଭିରିଆ ବସ୍ତିରେ ଏଭଳି ଅଘଟଣ ଘଟିଛି । ସମ୍ପର୍କୀୟ ଭାଇର ଛୁରୀ ଓ ବ୍ଲେଡ ଆକ୍ରମଣରେ ସ୍ବାମୀ ଗୁରୁତର ହୋଇଥିବା ବେଳେ ସ୍ତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଯୁବକକୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁଯାୟୀ, ସତ୍ୟଘନ ସ୍ୱାଇଁ ଓ ପତ୍ନୀ ଶିବାନୀ ପ୍ରେମ ବିବାହ କରି ୪ବର୍ଷ ତଳେ ବାଲିଅନ୍ତାରେ ରହି ଆସୁଥିଲେ । ସତ୍ୟଘନଙ୍କ ମାମୁଁ ପୁଅ ଭାଇ ମଧ୍ୟ ସେଠାରେ ରହୁଥିଲେ । ୪ ବର୍ଷ ତଳେ ସତ୍ୟଘନ ତାଙ୍କ ଠାରୁ ୬ ହଜାର‌ ଟଙ୍କା ଧାର ନେଇଥିଲେ । ତେବେ ୪ବର୍ଷ ପରେ ମଞ୍ଚେଶ୍ବର ଥାନା ପଣ୍ଡରା ଛକ ନିକଟରେ ଥିବା କିମ୍ଭିରିଆ ବସ୍ତିରେ ଥିବା ଶ୍ବଶୁର ଘରକୁ ପ୍ରଥମ ଥର ପାଇଁ ଯାଇଥିଲେ ସତ୍ୟଘନ । ସମ୍ପର୍କୀୟ ଭାଇ ଏନେଇ ଖବର ପାଇଥିଲେ । ଦୀର୍ଘଦିନ ଧରି ଧାର ଟଙ୍କା ନେଇ ଧରାଛୁଆ ଦେଉନଥିବା ଭାବି ଶ୍ବଶୁର ଘରେ ଅପମାନ କଲେ ଟଙ୍କା ମିଳିଯିବ ବୋଲି ସେ ମଧ୍ୟ ସେଠାରେ ପହଞ୍ଚିଲା । ସୋମବାର ବିଳମ୍ବିତ ରାତିରେ ଶ୍ବଶୁର ଘରକୁ ଆସି ସତ୍ୟଘନଙ୍କୁ ଟଙ୍କା ମାଗିଥିଲେ । ସତ୍ୟଘନ ଦେଇ ଦେବେ କହି ତାଙ୍କୁ ସେଠାରୁ ଯିବାକୁ କହିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: RIଙ୍କୁ ମରଣାନ୍ତକ ଆକ୍ରମଣ, ୬ ମାଫିଆଙ୍କ ନାଁରେ ମାମଲା

ଏଥିରେ ଉତ୍ୟକ୍ତ ହୋଇପଡ଼ି ଯୁବକ ଜଣକ ସତ୍ୟଘନଙ୍କ ବେକକୁ ଏକ ବ୍ଲେଡରେ ଆକ୍ରମଣ କରିଥିଲେ । ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଉ ସ୍ତ୍ରୀ ମଧ୍ୟ ଯୁବକର ଆକ୍ରଣର ଶିକାର ହୋଇଥିଲେ । ଏହାପରେ ସେ ଘଟଣାସ୍ଥଳରୁ ଫେରାର ମାରିଥିଲେ । ଉଭୟଙ୍କୁ ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଲାଟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଆକ୍ରମଣ କରିଥିବା ଯୁବକକୁ ପୋଲିସ ଥାନାରେ ଅଟକ ରଖିଛି । ଅନ୍ୟପଟେ ଦମ୍ପତିଙ୍କୁ ଆକ୍ରମଣ କରିଥିବା ନେଇ ଉକ୍ତ ଯୁବକ ଦୋଷ ସ୍ବୀକାର କରିଛନ୍ତି । ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.