ETV Bharat / state

Budget Session: ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ

author img

By

Published : Mar 1, 2023, 2:13 PM IST

Updated : Mar 1, 2023, 2:42 PM IST

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ

ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ

ଭୁବନେଶ୍ବର: ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ୍ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି । ନବ ଦାସ ହତ୍ୟା ସମ୍ପର୍କରେ ପଚାରା ଯାଇଥିବା ପ୍ରଶ୍ନରେ ଗୃହରେ ବିଭ୍ରାନ୍ତକର ତଥ୍ୟ ଦିଆଯାଇଥିବାରୁ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି । ନରସିଂହ ମିଶ୍ରଙ୍କ ଅଭିଯୋଗ ଯେ, ନବ ଦାସ ହତ୍ୟା ମାମଲାରେ ଗୃହରେ ଭୁଲ ତଥ୍ୟ ରଖିଛନ୍ତି ଗୃହମନ୍ତ୍ରୀ । ଲଖିମପୁର ଖେରି ମାମଲାରେ ସୁପ୍ରିମକୋର୍ଟ ଯାହା ପଦକ୍ଷେପ ନେଇଛନ୍ତି ତାକୁ ଅନୁକରଣ କରାଯାଇ ନବ ଦାସ ହତ୍ୟା ମାମଲାରେ ସମାନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୁହାଯାଇଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ।

ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ତଦନ୍ତର ତଦାରଖ କରୁଛନ୍ତି । ଖେରୀରେ କିନ୍ତୁ ନ୍ୟାୟିକ ତଦନ୍ତ ଦିଆଯାଇଛି । ତାହାହେଲେ ଏହା ସମାନ କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀ ଭୁଲ ମାଗନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା । ଏହା ଉପରେ ନରସିଂହ ମିଶ୍ର ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ବିଜେଡି ବିଧାୟକ ଗୃହରେ ଉତ୍ତର ରଖୁଥିବା ସମୟରେ ବିରୋଧି କଂଗ୍ରେସ ଓ ବିଜେପି ହୋହଲ୍ଲା କରିଥିଲେ । ଯାହାଫଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଛନ୍ତି ।

ଆଜି ଗୃହକାର୍ଯ୍ୟ ଆରମ୍ଭରୁ ପ୍ରଶ୍ନକାଳରେ ଯୁବମୋର୍ଚ୍ଚା ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀ ବିଜେପି ହୋହଲ୍ଲା କରିଥିଲେ । ପୋଲିସ କିପରି ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର କରିଛି ଖବରକାଗଜରେ ବାହାରିଥିବା ଫଟୋ ଦେଖାଇଥିଲେ । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଥମେ ସାଢେ ୧୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ପରେ ସାଢେ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣିଥରେ ବିରୋଧି ହୋହଲ୍ଲା କରିଥିଲେ । ପରେ ବାଚସ୍ପତି ଗୃହକୁ ୧୫ ମିନିଟ ପାଇ ମୁଲତବୀ କରିଥିଲେ ।

ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଯେ, ଗୃହମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ । ସେପଟେ ଗୃହକୁ ସ୍ୱାଭାବିକ କରିବା ପାଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ । ଗୃହକୁ ଆଉ ୫ ମିନିଟ୍ ମୁଲତବୀ କରିଥିଲେ ଉପବାଚସ୍ପତି । ପରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭାଙ୍ଗ ନୋଟିସ ଆଣିଥିଲେ । ବିରୋଧିଙ୍କ ହଟ୍ଟଗୋଳରେ ବାଚସ୍ପତି ପୁଣିଥରେ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 1, 2023, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.