ETV Bharat / state

କାମିଆ ଜାନି ବିବାଦ: ରାଜ୍ୟପାଳଙ୍କୁ ଫେରାଦ ହେଲେ ବୈଦିକ ବ୍ରାହ୍ମଣ ପରିଷଦ

author img

By ETV Bharat Odisha Team

Published : Jan 3, 2024, 4:49 PM IST

Kamia Jani Row: ବ୍ଲଗର କାମିଆଙ୍କ ଶ୍ରୀମନ୍ଦିର ପ୍ରବେଶକୁ ବିରୋଧ କରି ରାଜ୍ୟପାଳଙ୍କୁ ଭେଟିଛି ବୈଦିକ ବ୍ରାହ୍ମଣ ପରିଷଦ । ଶ୍ରୀମନ୍ଦିରରେ ଆଉ ଥରେ ମାଘ ସ୍ନାନ ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

brahmin council meets governor
ରାଜ୍ୟପାଳଙ୍କୁ ଭେଟିଲା ବ୍ରାହ୍ମଣ ପରିଷଦ

ରାଜ୍ୟପାଳଙ୍କୁ ଭେଟିଲା ବ୍ରାହ୍ମଣ ପରିଷଦ

ଭୁବନେଶ୍ବର: ଥମିବାରେ ନାଁ ନେଉନି କାମିଆ ଜାନି ବିବାଦ । କାମିଆଙ୍କ ଶ୍ରୀମନ୍ଦିର ପ୍ରବେଶକୁ ବିରୋଧ କରି ରାଜ୍ୟପାଳଙ୍କୁ ଭେଟିଲା ବୈଦିକ ବ୍ରାହ୍ମଣ ପରିଷଦ । ଗୋମାଂସ ଭକ୍ଷଣ ପାଇଁ ପ୍ରଚାର କରୁଥିବା କାମିଆଙ୍କ ମନ୍ଦିର ପ୍ରବେଶକୁ ନେଇ ବୈଦିକ ବ୍ରାହ୍ମଣ ପରିଷଦ ପ୍ରଶ୍ନ ଉଠାଇଛି । ଏଭଳି ମହାପାପ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବା ଦରକାର ବୋଲି ଦାବି ହୋଇଛି । ତେବେ ବୈଦିକ ବ୍ରାହ୍ମଣ ପରିଷଦ ଦାବି କରି କହିଛି, "ଶ୍ରୀମନ୍ଦିର ଶୋଧନ କରିବା ପାଇଁ ଆଉ ଥରେ ମାଘ ସ୍ନାନ କରାଯାଉ । ଯଦି ସରକାର କୌଣସି ପଦକ୍ଷେପ ନେବେ ନାହିଁ, ତାହେଲେ ଆଗାମୀ ଦିନରେ ଶ୍ରୀମନ୍ଦିର ଘେରାଉ କରିବେ 10 ହଜାର ବ୍ରାହ୍ମଣ ।" ଆଗକୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ ବୋଲି ବ୍ରାହ୍ମଣ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏପରିକି ଭୋଟ ବର୍ଜନ କରିବା ପାଇଁ ମଧ୍ୟ ଚେତାବନୀ ଦେଇଛି ବ୍ରାହ୍ମଣ ସମାଜ । "ସବୁ ଜାଣିଥିବା ସତ୍ତ୍ୱେ କାମିଆ ଜାନିଙ୍କୁ କେମିତି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଗଲା?" ବୋଲି ପ୍ରଶ୍ନ କରିବା ସହ ବୈଦିକ ବ୍ରାହ୍ମଣ ପରିଷଦ ସମ୍ପାଦକ ସତ୍ୟ ନାରାୟଣ ତ୍ରିପାଠୀ କହିଛନ୍ତି, "ଜଗନ୍ନାଥଙ୍କ ମହାପ୍ରସାଦ ପ୍ରଚାର କରିବା ଦରକାର ନାହିଁ । କାରଣ ମହାପ୍ରଭୁ ଜଗନ୍ନାଥ ସ୍ଵୟଂ ପ୍ରତିଷ୍ଠିତ ଏବଂ ତାଙ୍କ ମହାପ୍ରସାଦ ସର୍ବ ବିଦିତ । ପ୍ରଚାର ପ୍ରସାର ନାଁରେ ଜଗନ୍ନାଥ ସଂସ୍କୃତିରେ ରାଜନୀତିକରଣ କରାଯାଉଛି ।" ୟୁଟ୍ୟୁବର କାମିଆ ଜାନିଙ୍କ ଭିଡିଓକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଥିବା ଝଡ଼ ଥମିବାର ନାଁ ନେଉନାହିଁ । ବିଜେପି ଏବଂ ବିଜେଡି ମଧ୍ୟରେ ବାକ୍‌ଯୁଦ୍ଧ ଏବେବି ଜାରି ରହିଛି ।

ଏହା ମଧ୍ଯ ପଢନ୍ତୁ...୫ଟି ଅଧ୍ୟକ୍ଷ ନିଜର ପ୍ରଚାର ପାଇଁ କରିଛନ୍ତି ଜଗନ୍ନାଥଙ୍କୁ ବ୍ୟବହାର: ପୂର୍ବତନ ରାଜ୍ୟ ବିଜେପି ସଭାପତି

ଏହା ମଧ୍ୟ ପଢନ୍ତୁ...ଥମିବାର ନାଁ ନେଉନି କାମିଆ ବିବାଦ; ୟୁଟ୍ୟୁବରଙ୍କ ଗିରଫ ଦାବିରେ ଗଣବିକ୍ଷୋଭ

ସେପଟେ ବିବାଦ ବଢିବା ପରେ ମୁହଁ ଖୋଲିଥିଲେ ୟୁ-ଟ୍ୟୁବର କାମିଆ ଜାନି। ସେ କହିଥିଲେ, "ମୁଁ ଜଣେ ହିନ୍ଦୁ। କେବେ ବି ବିଫ୍ ଖାଇନାହିଁ କି ଗୋମାଂସର ପ୍ରଚାର ପ୍ରସାର କରିନାହିଁ।" ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏକ ଭିଡ଼ିଓ ଜାରି କରି ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କର କର୍ତ୍ତବ୍ୟ ହେଉଛି ଭାରତର ବିଭିନ୍ନ ପ୍ରକାରର ନୂଆ ଜିନିଷକୁ ବିଶ୍ୱସ୍ତରରେ ପହଞ୍ଚାଇବା । ଭାରତର ସଂସ୍କୃତି, କଳାକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିବା ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.