ETV Bharat / state

ରାଜଧାନୀରେ ଦାଦାବଟି ପାଇଁ ବାର ମ୍ୟାନେଜରଙ୍କୁ ଅପହରଣ, 2 ବାଉନସର ଗିରଫ

author img

By ETV Bharat Odisha Team

Published : Sep 8, 2023, 8:37 AM IST

ରାଜଧାନୀରେ ଦାଦାବଟି ପାଇଁ ଅପହରଣ ଘଟଣାରେ ୨ ଜଣ ବାଉନସରଙ୍କୁ ବାନ୍ଧିଲା ଏୟାରଫିଲ୍ଡ ଥାନା ପୋଲିସ । ଅଧିକ ପଢନ୍ତୁ

Bouncers arrested for kidnapping bar manager

ଭୁବନେଶ୍ବର: ରାଜଧାନୀରେ ଦାଦାବଟି ପାଇଁ ବାର ମ୍ୟାନେଜରଙ୍କୁ ଅପହରଣ । ଘଟଣାର ଏକ ମାସ ପରେ 2 ବାଉନସରଙ୍କୁ ବାନ୍ଧିଲା ଏୟାରଫିଲ଼୍ଡ ଥାନା ପୋଲିସ । ମାସକୁ 50 ହଜାର ଟଙ୍କା ବଟି ମାଗି କରିଥିଲେ ଅପହରଣ । କଟକରୋଡ଼ ମହାନ୍ତି ବାରରେ କାମ କରୁଥିବା ଫ୍ଲୋର ମ୍ୟାନେଜର ମୁଜିବୁର ରେହମାନଙ୍କୁ ଅପହରଣ କରିଥିଲେ ଅପହରଣକାରୀ, କିନ୍ତୁ ଟଙ୍କା ନ ଦେବାରୁ ଶେଷରେ ମାଡ଼ ମାରି ଛାଡ଼ି ଦେଇଥିଲେ। ଏହି ଅପହରଣ ଘଟଣାରେ 4 ଜଣ ସାମିଲ ରହିଥିବା ବେଳେ ଦୁଇ ବାଉନସର ଏୟାର ଫିଲଡ ଥାନା ପୋଲିସ ଗିରଫ କରିଛି । ଦୁଇ ବାଉନସର ହେଲେ ଆଶିଷ ଓ ଆଦିତ୍ୟ ଦଳାଇ । ସେମାନଙ୍କ ଠାରୁ ଅପହରଣ ବ୍ୟବହୃତ ହେଇଥିବା ସ୍କର୍ପିଓ ଗାଡି ଜବତ ହୋଇଥିବା କହିଛନ୍ତି ଜୋନ 3 ଏସିପି ଗିରିଜା ଚକ୍ରବର୍ତ୍ତୀ । ଅନ୍ୟ 2 ଜଣ ସହଯୋଗୀ ଫେରାର ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ଦାଦାବଟିର ନୂଆ ଟ୍ରିକ୍, ଘର ତୋଳିଲେ ଦେବାକୁ ପଡୁଛି ଲୋକାଲ୍ ବଟି

ଏହା ମଧ୍ୟ ପଢନ୍ତୁ-ପେଟ୍ରୋଲ ପମ୍ପରୁ ଦାଦାବଟି ମଗିବା ଓ ନିଆଁ ଲଗାଇବା ଉଦ୍ୟମ, 2 ଗିରଫ

ଏସିପିଙ୍କ ସୂଚନା ଅମୁଯାୟୀ, ଗତ ଜୁଲାଇ ମାସ 28 ତାରିଖରେ ମହାନ୍ତି ବାରର ମ୍ୟାନେଜରଙ୍କୁ ସ୍କପିଓ ଯୋଗେ ଅପରାହ୍ନ ସମୟରେ ଉଠାଇ ନେଇଥିଲେ ଅଭିଯୁକ୍ତ । 50 ହଜାର ଟଙ୍କାର ଦାଦାବଟି ଫିକ୍ସିଂ ପାଇଁ ବାର ମ୍ୟାନେଜରଙ୍କୁ କରିଥିଲେ ଅପହରଣ । ମାଲିକ ସହ ମ୍ୟାନେଜର ଦାଦାବଟିର ଫିକ୍ସିଂ କରିଥାନ୍ତେ ହେଲେ ତାହା ନ କରିବାରୁ ଉଦେଶ୍ୟମୂଳକ ଭାବେ ମୁଜିବୁର ରେହମାନଙ୍କୁ ଉଠାଇ ନେଇ ଶିଶୁପାଳଗଡରେ ରଖି ମାଡ ମାରିଥିଲେ ଅଭିଯୁକ୍ତ । ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା ଭାବି ତାଙ୍କୁ ବାହାରେ ଫୋପାଡ଼ି ଦେଇଥିଲେ। ଏନେଇ ଏୟାର ଫିଲ୍ଡ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଥିଲା । ଶେଷରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ବେଳେ ଖୁବଶୀଘ୍ର ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯିବା ପାଇଁ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଜୋନ ୩ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ।

ଏହା ମଧ୍ୟ ପଢନ୍ତୁ-ପାର୍ବଣ ଋତୁ ପାଇଁ କମିଶନରେଟ୍‌ ପୋଲିସର ଷ୍ଟ୍ରାଟେଜି କଣ ? ଖୁଲମଖୁଲା ବଟି ଆଦାୟ କରୁଛନ୍ତି ଦୁର୍ବୃତ୍ତ

ଗୁରୁବାର ଭୁବନେଶ୍ବର 6 ନମ୍ବର ଅଞ୍ଚଳରେ ଏକ ସରକାରୀ କ୍ବାଟର କାମ ଚାଲୁଥିବେଳେ କିଛି ଲୋକ ଆସି ଦାଦା ବିଟି ମାଗିଥିଲେ। ବାରମ୍ବାର ଟଙ୍କା ମାଗିଥିବା ବେଳେ ନ ଦେବାରୁ ଅଚାନକ ଆସି କାମ ବନ୍ଦ କରିବାକୁ କହିବା ସହ ଶ୍ରମିକ ଏବଂ ମିସ୍ତ୍ରୀକୁ ମାରଧର କରିଥିଲେ । ଏନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି କଣ୍ଟ୍ରାକ୍ଟର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.