ETV Bharat / state

ଆତଙ୍କ ଖେଳାଇବାକୁ ବାହୁବଳୀ ଚେହେରା, ରାଜଧାନୀରେ ଚିନ୍ତା ବଢାଉଛନ୍ତି ବାଉନସର - ରାଜଧାନୀରେ ଆତଙ୍କ ଖେଳାଉଛନ୍ତି ବାଉନସର

ରାଜଧାନୀରେ ଜମି ଜବରଦଖଲ ମାମଲାରେ ଆଉ ୫ ଜଣ ବାଉନସରକୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

bouncer arrested in bhubaneswar
bouncer arrested in bhubaneswar
author img

By

Published : Apr 12, 2023, 12:18 PM IST

bouncer arrested

ଭୁବନେଶ୍ବର: ରାଜଧାନୀରେ ଅପରାଧ ଘଟାଇବାକୁ ମୋହରା ସାଜୁଛନ୍ତି ବାଉନସର । ଆତଙ୍କ ଖେଳାଇବାକୁ ମାଧ୍ୟମ ସାଜିଛି ବାହୁବଳୀ ଚେହେରା । ଏକଜୁଟ ହେଉଛନ୍ତି ଆଉ ଟଙ୍କା ପାଇଁ ସବୁ ସୀମା ଟପୁଛନ୍ତି । ଅପରାଧର ନୁଆ ଟ୍ରେଣ୍ଡ ସାଜିଛି ଭଡାଟିଆ ବାଉନସର ଗ୍ୟାଙ୍ଗ୍ । ନୟାପଲ୍ଲୀ ଥାନା IRC ଭିଲେଜର ୧୪୭୦ ପ୍ଲଟରେ ଜବରଦଖଲ ଘଟଣାରେ ଗିରଫ ହୋଇଛନ୍ତି ଆଉ ୫ଜଣ ବାଉନସର ।

ଗତ ୨୪ମାର୍ଚ୍ଚରେ ନୟାପଲ୍ଲୀ ଥାନା ଅଞ୍ଚଳର ପ୍ରେସିଡେନ୍ସି ହୋଟେଲ ନିକଟରେ ଏକ ଜମି ଜବର ଦଖଲ ପାଇଁ ଆତଙ୍କ ଖେଳାଇଥିଲେ ବାଉସର‌ ଗ୍ୟାଙ୍ଗ । ଏହି ଘଟଣାରେ ସାମିଲ ଥିବା ଅଭିଯୁକ୍ତମାନଙ୍କୁ ଧରିବା ପରେ ସାମ୍ନାକୁ ଆସୁଛି ଏମାନଙ୍କ ଆତଙ୍କରାଜର କାରନାମା । ପୂର୍ବରୁ ୨ମହିଳା ସମେତ ୧୪ଜଣ ବାଉନସର ସହ ମୋଟ ୧୯ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏବେ ପୁଣି ୫ ଜଣ ବାଉନସରକୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ପ୍ରାୟ ଖୋର୍ଦ୍ଧା ଏବଂ ଜଟଣୀ ଅଞ୍ଚଳ‌ର ହୋଇଥିବା ଜଣାପଡ଼ିଛି । ସେମାନେ ହେଲେ ପ୍ରସାଦ ବିଶୋଇ, ପ୍ରଭାତ କୁମାର ସାହୁ, ଲତିଫ ଖାନ ସହ ଫିରୋଜ ଖାନ ଓ ଏସ କେ ମୁସ୍ତାଖିମ୍ । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୋଲିସ ।

ଭୁବନେଶ୍ୱରରେ ଏବେ ବାଉନସର ହେବାକୁ ଯୁବପିଢିଙ୍କ ଆଗ୍ରହ ବଢୁଛି । କାରଣ ଭଲ ଦରମାକୁ କାମ କମ । ସହଜରେ ଟଙ୍କା ରୋଜଗାର ସହ‌ ସୌଖିନ ଜୀବନଶୈଳୀର ମିଜାଜ ପାଇବେ ଏମାନେ । ଏହି ସବୁ ସୁବିଧା ପାଇବା ପାଇଁ ଅପରାଧ ଦୁନିଆରେ ପାଦ‌ ଦେବାକୁ ଆଗ୍ରହୀ ବାହୁବଳୀ ଚେହେରା ଥିବା ଯୁବପିଢି । ଜମି ଜବର ଦଖଲଠୁ ଆରମ୍ଭ କରି ଜାଗା ବାଡି କିଣାବିକା, ପାର୍ଟି ଇଭେଣ୍ଟ ଠାରୁ ଆରମ୍ଭ କରି ବଡବଡ କାର୍ଯ୍ୟକ୍ରମରେ ସୁରକ୍ଷା । ବିଭିନ୍ନ ହସ୍ପିଟାଲ ଓ ବ୍ୟବସାୟିକ ପ୍ରତିଷ୍ଠାନ ଭଳି ଚାରିଆଡ଼େ ଏବେ ବାଉନସରଙ୍କ ରାଜ୍ । ସବୁଠି ଖୋଜା ପଡିଛନ୍ତି ବାହୁବଳି ଚେହେରା ଥିବା ବାଉନସର । ଗଣ୍ଡଗୋଳ ହେଉ ବା ମାରପିଟ୍ ସବୁ ଜାଗାରେ ବାଉନସର ଥିଲେ କାମ ସହଜରେ‌ ହେଉଛି । ଏଥିପାଇଁ କିଛି ବ୍ୟକ୍ତି ବ୍ୟବସାୟ ଭାବେ ଏହାକୁ ବାଛିଛନ୍ତି ।

ବାଉନସର ଯୋଗାଇବାକୁ ଖୋଲିଛନ୍ତି ନାମୀଦାମୀ ଅଫିସ । ଲୋକେ ମୋଟା ଅଙ୍କର ଟଙ୍କା ଦେଇ ଗଣ୍ଡଗୋଳ ଭଳି ପରିସ୍ଥିତି ହେଉ ବା ଜବରଦଖଲ ବା ଆତଙ୍କରାଜ ପାଇଁ ବି ବାଉନସରକୁ ବ୍ୟବହାର କରୁଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଭଲଭଲ ପ୍ରତିଷ୍ଠାନରେ କାମ କରୁଥିଲେ ବି ଅଧିକ ଟଙ୍କା ରୋଜଗାର ପାଇଁ ଏମାନେ ଏବେ କିଛି ଅପରାଧିକ ପୃଷ୍ଠଭୂମି ବ୍ୟକ୍ତିଙ୍କ ସହ ହାତ ମିଶାଇ ଏଭଳି ଆତଙ୍କର କାରନାମା ଭିଆଉଛନ୍ତି । ଯାହାଙ୍କ ପାଇଁ ଏବେ ବାଉନସର ହେବାକୁ ଯୁବପିଢିଙ୍କ ମଧ୍ୟରେ ବେସ ଡିମାଣ୍ଡ‌ ରହିଛି । ଜିମରେ ଭଲ ବାହୁବଳୀ ଚେହେରା ତିଆରି କରିବାକୁ ମଧ୍ୟ ଗହଳି ଜମୁଛି । ଧିରେ ଧିରେ ବିଭିନ୍ନ କଣ୍ଟାକ୍ଟ ଜରିଆରେ ଗଢି ଉଠୁଛି ନୂଆ ନୂଆ ବାଉନସର ଗ୍ୟାଙ୍ଗ । ଯେତେବେଳେ ଯେଉଁଠି ଆବଶ୍ୟକ ପଡୁଛି ଆଇନକୁ ହାତକୁ ନେଇ ଅପରାଧ ଘଟାଇବାକୁ ପଛଘୁଞ୍ଚା ଦେଉନାହାନ୍ତି । ଯାହା ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.