ETV Bharat / state

ଦୁଇ ଦିନରେ କପାସିଆ ଗ୍ରାମରେ ଦୁଇ ଥର ବୋମା ମାଡ଼, ଜଣେ ଗିରଫ

author img

By

Published : Jul 28, 2022, 3:13 PM IST

ରାଜନୈତିକ ଶତୃତାରୁ କପାସିଆ ଗ୍ରାମରେ ବୋମା ମାଡ଼ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ତନାଘନା ଜାରି । ଅଧିକ ପଢନ୍ତୁ

ଦୁଇ ଦିନରେ କପାସିଆ ଗ୍ରାମରେ ଦୁଇ ଥର ବୋମା ମାଡ଼, ଜଣେ ଗିରଫ
ଦୁଇ ଦିନରେ କପାସିଆ ଗ୍ରାମରେ ଦୁଇ ଥର ବୋମା ମାଡ଼, ଜଣେ ଗିରଫ

ଖୋର୍ଦ୍ଧା: ରାଜନୈତିକ ଶତୃତାରୁ ବୋମା ମାଡ଼ । ବୋଲଗଡ଼ ଥାନା ଅନ୍ତର୍ଗତ ଡାବରଧୂଆ ପଞ୍ଚାୟତ ସ୍ଥିତ କପାସିଆ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଥିବା ସୂଚନା । ରାଜନୈତିକ ଶତୃତାକୁ ନେଇ ଭେରାଇଟ ଷ୍ଟୋର ଉପରକୁ ବୋମା ଫିଙ୍ଗା ଯାଇଥିବା ବୋଲଗଡ ଥାନାରେ ଅଭିଯୋଗ ହୋଇଛି । ୨ଜଣ ଦୁର୍ବୃତ୍ତ ଏକ କଳା ପଲସରେ ଆସି ବୋମା ମାଡ଼ କରିଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଧିକ ତଦନ୍ତ ଜାରି ରଖିଛି ।

ସେହିପରି ଗତ 25ତାରିଖରେ କପାସିଆ ଗ୍ରାମର ପ୍ରସନ୍ନ କୁମାର ପ୍ରଧାନଙ୍କ ଭେରାଇଟି ଷ୍ଟୋର ଉପରକୁ 3ଟି ବୋମା ମାଡ଼ ହୋଇଥିଲା । ଏହି ଘଟଣାରେ ବୋଲଗଡ଼ ପୋଲିସ ମଙ୍ଗିଆ ଖାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସର ପେଟ୍ରୋଲିଂ ଅବହେଳା କାରଣରୁ ଏଭଳି ପରିସ୍ଥିତି ଉପୁଜୁଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.