ଖୋର୍ଦ୍ଧା : ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମରେ ଆଜି କମେଣ୍ଟ ମାରିବାକୁ କେନ୍ଦ୍ର କରି ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ପ୍ରଥମେ ବଚସା, ଗଣ୍ଡଗୋଳ ଓ ପରେ ବୋମା ମାଡ ଘଟିଥିବା ଦେଖିବାକୁ ମିଳିଛି । ଗୋଟିଏ କି ଦୁଇଟି ନୁହେଁ ପରେ ଘନ ଘନ ୧୫ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଥିବା ଜଣାପଡିଛି ।
ଏଥିରେ ତିନିଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଖବରପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ଫୋର୍ସ ସହ ପହଞ୍ଚି ତନାଘନା ଜାରି ରଖିଛି । ଦୁଇ ଯୁବକ ବୋମା ମାଡ କରିଥିବା ସୂଚନା ମିଳିଥିବାବେଳେ ଉକ୍ତ ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ଧରା ପଡିନାହାଁନ୍ତି । ଉକ୍ତ ଦୁଇ ଅଭିଯୁକ୍ତ ଯୁବକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ