ETV Bharat / state

ଜମିବାଡି ବିବାଦକୁ ନେଇ କନ୍ତିଆରେ ବୋମା ମାଡ, ବ୍ୟବସାୟୀ ଗୁରୁତର

author img

By

Published : Feb 4, 2023, 12:08 PM IST

ଜମିବାଡି ବିବାଦକୁ ନେଇ କନ୍ତିଆରେ ବ୍ୟବସାୟୀଙ୍କ ଉପରକୁ ବୋମା ମାଡ । କନ୍ତିଆ ଗ୍ରାମର ରଚିତ୍ରାନନ୍ଦ ସାମନ୍ତରାୟ ଗୁରୁତର ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କନ୍ତିଆରେ ବୋମା ମାଡ
କନ୍ତିଆରେ ବୋମା ମାଡ
କନ୍ତିଆରେ ବୋମା ମାଡ

ଖୋର୍ଦ୍ଧା: ଜମିଜମା ବିବାଦକୁ ନେଇ ବ୍ୟବସାୟୀଙ୍କୁ ବୋମା ମାଡ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମରେ ବୋମାମାଡ ହୋଇଥିବା ସୂଚନା । ବୋମାମାଡରେ କନ୍ତିଆ ଗ୍ରାମର ରଚିତ୍ରାନନ୍ଦ ସାମନ୍ତରାୟ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି(ଶନିବାର) ସକାଳେ ବ୍ୟବସାୟୀ ରଚିତ୍ରାନନ୍ଦ ସାମନ୍ତରାୟଙ୍କ ଉପରକୁ ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ । ୩ରୁ ଅଧିକ ବୋମା ଫିଙ୍ଗିଥିବା ନେଇ କୁହାଯାଉଛି । ବାଇକରେ କିଛି ବ୍ୟକ୍ତି ଆସି ବୋମା ଫିଙ୍ଗିଥିବା କୁହାଯାଉଛି । ତେବେ ବୋମା ମାଡରେ ବ୍ୟବସାୟୀ ରଚିତ୍ରାନନ୍ଦ ସାମନ୍ତରାୟ ଗୁରୁତର ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକାଧିକ ଅଫୁଟା ବୋମା ଜବତ କରିଛି । ତେବେ ବୋମା ମାଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଜମିଜମା ବିବାଦକୁ ନେଇ ବୋମାମାଡ କରାଯାଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପ୍ରକୃତ କାରଣ ସାମ୍ନାକୁ ଆସିପାରିବ । ତେବେ ବର୍ତ୍ତମାନ ବ୍ୟବସାୟୀଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ବୋମା ମାଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ: Tirtol MLA Marriage Controversy: ବିଧାୟକ ବିଜୟ ଶଙ୍କରଙ୍କ ବିରୁଦ୍ଧରେ ମାମଲା ରୁଜୁ

ଏହି ଘଟଣାକୁ ନେଇ ଆହତ ବ୍ୟବସାୟୀଙ୍କ ଭାଇ କହିଛନ୍ତି, " ମୁଁ ସକାଳୁ କୁକୁଡା ଫାର୍ମକୁ ଆସୁଥିବା ବେଳେ କୁନା, ନାଲୁ, ଟୁଲୁ ଏବଂ ତାଙ୍କ ମାଆ କଟୁରୀ ଏବଂ ବୋମା ଧରିକି ବସିଥିଲେ । ମୋତେ ଗାଳିଗୁଲଜ କରିଥିଲେ କିନ୍ତୁ ମୁଁ ନଶୁଣି ପଳେଇ ଆସିଥିଲି । କିନ୍ତୁ ପରବର୍ତ୍ତୀ ସମୟରେ ପାଟିତୁଣ୍ଡ କରିବା ସହ ଗାଳିଗୁଲଜ କରିଥିଲେ । ଏହାପରେ ବୋମା ଫିଙ୍ଗିଥିଲେ । ବୋମା ମୋ ଭାଇର ଗୋଡ ଉପରେ ପଡିଥିଲା । ଫଳରେ ଗୋଡ ଛିଣ୍ଡି ଯାଇଛି । ଭାଇଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । "

ପ୍ରକାଶଥାଉକି, ଗତ ଡିସେମ୍ବର ୨୭ ତାରିଖରେ ଖଟିକୁ ବାରଣ କରିବାକୁ ବୋମା ମାଡ ହୋଇଥିଲା । ଡିସିପି ଅଫିସ ଠାରୁ ୧୦୦ ମିଟର ଦୂରରେ ଏହି ବୋମା ମାଡ ହୋଇଥିଲା । ଦୋକାନ ସାମ୍ନାରେ ଖଟିକୁ ବାରଣ କରିବାରୁ ବୋମାମାଡ କରିଥିବା ନେଇ ପରବର୍ତ୍ତୀ ସମୟରେ ଜଣାପଡିଥିଲା । ପାଠ ପଢ଼ିବା ବୟସରେ ଘଟାଉଛନ୍ତି ଅପରାଧ । ବୋମା ମାଡ କରିଥିବା ୪ ଜଣ ଯୁକ୍ତ ଦୁଇ ଛାତ୍ର ଗିରଫ ହୋଇଥିଲେ । ଅଭିଯୁକ୍ତମାନେ ହେଲେ କାହ୍ନା ମଙ୍ଗରାଜ, ବିଶାଲ ଶ୍ରୀଚନ୍ଦନ, ମୀର ରିୟାଜୁଦ୍ଦିନ ଓ ରାହୁଲ ସାହୁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.