ETV Bharat / state

ଖୋର୍ଦ୍ଧାର ବାଳସିଂହ ଗାଁରେ ବୋମା ମାଡ: ଚାରି ଆହତ

author img

By

Published : Jun 15, 2022, 7:48 AM IST

ଖୋର୍ଦ୍ଧା ବୋଲଗଡ ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ବାଳସିଂହ ଗାଁରେ ବୋମା ମାଡ । ଏଥିରେ ୪ ଜଣ ଆହତ । ଅଧିକ ପଢନ୍ତୁ

ଖୋର୍ଦ୍ଧାର ବାଳସିଂହ ଗାଁରେ ବୋମା ମାଡ: ଚାରି ଆହତ
ଖୋର୍ଦ୍ଧାର ବାଳସିଂହ ଗାଁରେ ବୋମା ମାଡ: ଚାରି ଆହତ

ଖୋର୍ଦ୍ଧା: ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ବୋଲଗଡ ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ବାଳସିଂହ ଗ୍ରାମରେ ବୋମା ମାଡ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ ହୋଇଥିବା ସୂଚନା ମିଳିଛି । ଏଥିରେ ଉଭୟ ଗୋଷ୍ଠୀର ଚାରି ଜଣ ଆହତ ହୋଇଛନ୍ତି । ଆହତଙ୍କ ମାନଙ୍କ ମଧ୍ୟରେ ସେହି ଗ୍ରାମର ପୀତବାସ ପ୍ରଧାନ ,ସୁଶାନ୍ତ ପ୍ରଧାନ,ସୁକାନ୍ତ ପ୍ରଧାନ ଏବଂ ଜଣେ ନାବାଳିକା ଅଛନ୍ତି ।

ଆହତମାନଙ୍କୁ ପ୍ରଥମେ ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ପୀତବାସ ପ୍ରଧାନ ଓ ସୁଶାନ୍ତ ପ୍ରଧାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବୋଲଗଡ ଥାନା ଅଧିକାରିଣୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.