ETV Bharat / state

କବାଡ଼ିଆକୁ ପିଲାଙ୍କ ବହି ବିକିବା ଘଟଣା, ନିଲମ୍ବିତ ହେଲେ CRCC - ନିଲମ୍ବିତ ହେଲେ ସିଆରସିସି

କବାଡ଼ିଆକୁ ପିଲାଙ୍କ ବହି ବିକ୍ରି କରିବା ଘଟଣା । ନିଲମ୍ବିତ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦେଉଳି କ୍ଲସ୍ଟର ସେଣ୍ଟର ସିଆରସିସି । ଅଧିକ ପଢ଼ନ୍ତୁ

bolagarh crcc suspended over selling school books
ପିଲାଙ୍କ ବହି ବିକ୍ରି କରି ସିଆରସିସି ନିଲମ୍ବିତ
author img

By

Published : Apr 25, 2023, 3:59 PM IST

Updated : Apr 25, 2023, 4:12 PM IST

ପିଲାଙ୍କ ବହି ବିକ୍ରି କରି ସିଆରସିସି ନିଲମ୍ବିତ

ଖୋର୍ଦ୍ଧା: ପିଲାଙ୍କ ବହି ବିକ୍ରି କରିବା ପଡ଼ିଲା ମହଙ୍ଗା । କାର୍ଯ୍ୟରୁ ନିଲମ୍ବିତ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦେଉଳି କ୍ଲସ୍ଟର ରିସୋର୍ସ ସେଣ୍ଟର କୋର୍ଡିନେଟର (ସିଆରସିସି) ମନମୋହନ ମିଶ୍ର । ବହି ବିକ୍ରି କରୁଥିବାର ଭିଡ଼ିଓ ଭାଇରାଲ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରାୟ ତିନି କ୍ୱିଣ୍ଟାଲ ପାଠ୍ୟ ପୁସ୍ତକକୁ ବିକ୍ରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିଲେ ମନମୋହନ ମିଶ୍ର । ଧରାପଡ଼ିଯିବାରୁ କାନଧରି ଉଠବସ ହେଲେ । ଯାହାର ଭିଡ଼ିଓ ଭାଇରାଲ ହେବା ପରେ ବ୍ଲକ ଶିକ୍ଷା ଅଧିକାରୀ ସିଆରସିସିଙ୍କ କାର୍ଯ୍ୟାଳୟକୁ ସିଲ କରାଯିବା ସହ ସିଆରସିସି ମନମୋହନଙ୍କୁ ନିଲମ୍ବିତ କରିଛନ୍ତି ।

ସୂଚନା ଅନୁଯାୟୀ, ବୋଲଗଡ଼ ବ୍ଲକ ଦେଉଳି କ୍ଲସ୍ଟର ସେଣ୍ଟରରେ କବାଡ଼ିଆକୁ ବିକ୍ରି ପାଇଁ ଚଳିତବର୍ଷର ଗଦାଗଦା ପାଠ୍ୟ ପୁସ୍ତକ ରଖାଯାଇଥିଲା । ଓଜନ ସରିଥିଲା ଓ ମୂଲଚାଲ ମଧ୍ୟ ହୋଇଥିଲା । ଦାୟିତ୍ୱରେ ଥିବା ସିଆରସିସି ମନମୋହନ ମିଶ୍ର ଦଶ ଗୋଟି ସ୍କୁଲ ପାଇଁ ଉଦିଷ୍ଟ ପାଠ୍ୟ ପୁସ୍ତକକୁ କବାଡ଼ିଆକୁ ବିକିବା ପାଇଁ ସମସ୍ତ ବ୍ୟବସ୍ଥା ସାରିଥିଲେ । ହେଲେ ବହି ବିକ୍ରି ପୂର୍ବରୁ ଗ୍ରାମବାସୀ ପହଞ୍ଚିଥିଲେ । ଖବର ପାଇ ସ୍କୁଲ କମିଟି ସଭାପତି, ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଧରାପଡ଼ିବାରୁ କାନଧରି ବସଉଠ ହୋଇଥିଲେ ଏବଂ ଏପରି କରିବେ ନାହିଁ ବୋଲି କହିଥିଲେ ।

ତେବେ ଏହି ଘଟଣା ଜଣାପଡିବା ପରେ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଦୁଇଜଣ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମବାସୀ ,କବାଡ଼ିଆ ଏବଂ ସିଆରସିସି ମନମୋହନ ମିଶ୍ରଙ୍କ ବୟାନ ରେକର୍ଡ କରିବା ସହ ସିଆରସିସି କାର୍ଯ୍ୟାଳୟକୁ ସିଲ କରିଥିଲେ ଅଧିକାରୀ । ସିଆରସିସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏନେଇ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି, " ଗ୍ରାମବାସୀଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ ହୋଇଥିଲା । ସମ୍ପୃକ୍ତ ସିଆରସିସି ନିଜ ଦୋଷ ସ୍ବୀକାର କରୁନଖିଲେ ମଧ୍ୟ ସମସ୍ତ ପ୍ରମାଣକୁ ଦୃଷ୍ଟିରେ ରଖି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହାର ଯାଞ୍ଚ ଜାରି ରହିଛି । ଏହାପରେ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ତେବେ କେବଳ ବୋଲଗଡ଼ ବ୍ଲକରେ 8 ହଜାରରୁ ଊର୍ଦ୍ଧ୍ବ ବହି ପିଲାମାନଙ୍କ ଆବଶ୍ୟକତା ରହିଥିବା ବେଳେ ସିଆରସିସି ଏତେ ସଂଖ୍ୟକ ବହିକୁ ବିକ୍ରି ପାଇଁ ଉଦ୍ୟମ କରିବା ଜିଲ୍ଲାରେ ଶିକ୍ଷା ବିଭାଗର ଅସଲ ମୁଖା ଖୋଲି ଦେଇଛି । ଘଟଣାକୁ ବ୍ଲକ ଶିକ୍ଷା ଅଧିକାରୀ ଏକ ପ୍ରକାର ସ୍ୱୀକାର କରିବା ସହିତ ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି ।

ଇଟିଭି, ଭାରତ ଖୋର୍ଦ୍ଧା

Last Updated : Apr 25, 2023, 4:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.