ETV Bharat / state

ରାଜଧାନୀରେ ବେଆଇନ ପାର୍କିଂ ଉପରେ ରୋକ୍, ଅମାନିଆଙ୍କୁ BMCର ତାଗିଦ୍

author img

By

Published : Jul 9, 2023, 2:31 PM IST

ସହିଦନଗର ଜନପଥ ଅଞ୍ଚଳରୁ ହଟିବ ବେଆଇନ ପାର୍କିଂ । ଏଣିକି ଭୂତଳ କାର ପାର୍କିଂ ରହିବ ଗାଡ଼ି । ନିୟମ ନମାନିଲେ କାର୍ଯ୍ୟନୁଷ୍ଠାନ ନେବ ବିଏମ୍ସି । ଅଧିକ ପଢ଼ନ୍ତୁ

ସହିଦନଗର ଜନପଥ ଅଞ୍ଚଳରୁ ହଟିବ ବେଆଇନ ପାର୍କିଂ
ସହିଦନଗର ଜନପଥ ଅଞ୍ଚଳରୁ ହଟିବ ବେଆଇନ ପାର୍କିଂ
ସହିଦନଗର ଜନପଥ ଅଞ୍ଚଳରୁ ହଟିବ ବେଆଇନ ପାର୍କିଂ

ଭୁବନେଶ୍ୱର: ଟ୍ରାଫିକ ପରିସ୍ଥିତିକୁ ସୁଧାରିବାକୁ ଯାଇ କଠୋର ହେଲା ବିଏମସି । ଏଣିକି ବାହାରେ ଗାଡି ରଖିଲେ ଗଣିବେ ତଣ୍ଡ । ଆଉ ଆପଣଙ୍କ ଗାଡିକୁ ଉଠାଇନେବ ପୋଲିସ । କାରଣ ଭୁବନେଶ୍ୱରର ଟ୍ରାଫିକ ଜାମକୁ କମ କରିବାକୁ ଯାଇ ଭୁବନେଶ୍ୱରରେ ନିର୍ମାଣ ହୋଇଥିବା ଭୂତଳ କାର୍ ପାର୍କିଂକୁ ଲୋକମାନେ ବ୍ୟବହାର ନକରି ନୋ ପାର୍କିଂ ଅଞ୍ଚଳରେ ଗାଡି ରଖୁଛନ୍ତି । ଏହାଦ୍ୱାରା ବ୍ୟବସାୟିକ ପ୍ରତିଷ୍ଠାନ ହେଉ ଅବା ହସ୍ପିଟାଲ ସେଠାରେ ଗାଡିଗୁଡିକ ରାସ୍ତା ଉପରେ ରହିବାରୁ ଭୟଙ୍କର ଟ୍ରାଫିକ ସମସ୍ୟା ଉପୁଜୁଛି । ଏଭଳି କିଛି ସମସ୍ୟାକୁ ନେଇ କଠୋର ହୋଇଛି ବିଏମସି । ଯଦି ଆପଣ ବେଆଇନ ସ୍ଥାନରେ ଗାଡି ରଖୁଛନ୍ତି ତେବେ ଆପଣଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର କମିଶନର ।

ବେଆଇନ କାର ଓ ବାଇକ ପାର୍କିଂକୁ ନେଇ ଏଣିକି ବିଏମସି ପକ୍ଷରୁ ନିଆଯିବ କାର୍ଯ୍ୟନୁଷ୍ଠାନ । ସହରର ଟ୍ରାଫିକ ସମସ୍ୟାକୁ ନେଇ ଏଭଳି ନିଷ୍ପତି ନେଇଛି ବିଏମସି । ଏନେଇ ସହିଦ ନଗର ବ୍ୟବସାୟୀଙ୍କୁ ସଚେତନ କରିଛି ବିଏମସି । ସଚେତନ ପରେ ବ୍ୟବସାୟୀଙ୍କୁ ତାଗିଦ କରିଥିବା ବେଳେ ଏଣିକି ସହିଦ ନଗର ଜନପଥ ଅଞ୍ଚଳରୁ ହଟିବ ପାର୍କିଂ । ଏହି ଅଞ୍ଚଳରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ହସ୍ପିଟାଲ ଯେଉଁମାନଙ୍କର ପାର୍କିଂ ବ୍ୟବସ୍ଥା ନାହିଁ ସେମାନେ ଏଠାରେ ଗାଡି ରଖିପାରିବେ । ଏହି ୪ ଥାକିଆ ମଲ୍ଟି ଲେବଲ କାର ପାର୍କିଂ ଅଞ୍ଚଳରେ ୨୦୦ କାର, ୩୦୦ ବାଇକ ଓ ୨୦୦ ସାଇକେଲ ରଖିବାର ବ୍ୟବସ୍ଥା କରାଯାଇଛି । ବିଶେଷ କରି ଜନଗହଳି ପୂର୍ଣ୍ଣ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ବିଏମସି ଏଭଳି ସୁବିଧା କରିଛି । କିନ୍ତୁ ଲୋକମାନେ ସଚେତନ ହେଉନାହାନ୍ତି ।

ଏହାମଧ୍ୟ ପଢନ୍ତୁ: ସିଲଭରସିଟିର ସ୍ମାର୍ଟ କଲୋନୀ; ଚକାଚକ୍ ରାସ୍ତା, କାନ୍ଥବାଡରେ ଅଙ୍କା ହୋଇଛି ଚିତ୍ର

ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗ କହିଛନ୍ତି, ‘‘ସ୍ମାର୍ଟସିଟିର ଏହି ସ୍ମାର୍ଟ ବ୍ୟବସ୍ଥାକୁ ନେଇ ଖୁସି ହେବା ସହ ଆମେ ନିଜେ ସଚେତନ ହୋଇ ଗାଡି ରଖିଲେ ସହରର ଟ୍ରାଫିକ ସମସ୍ୟା ଦୂର ହେବ । ଏଥିପାଇଁ ଟିକେ କଷ୍ଟ ହୋଇପାରେ କିନ୍ତୁ ଏସବୁ ସ୍ଥାନରେ ଗାଡି ରଖିଲେ ସୁରକ୍ଷିତ । କିନ୍ତୁ ଏଥିପାଇଁ ଜନ ସଚେତନତା ଓ ମନୋବଳର ଆବଶ୍ୟକତା ରହିଛି । ଏହି ନିୟମ ନମାନିଲେ ଅମାନିଆ ତଣ୍ଡ ଭୋଗିବେ ।’’

ସେହିପରି କିଛି ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସହରବାସୀ । ସେମାନେ କହିଛନ୍ତି ଯେ, ମଲ୍ଟି ଲେବେଲ କାର ପାର୍କିଂ ହେଉଛି ଠିକ୍ ଅଛି କିନ୍ତୁ ଉଠାଦୋକାନୀ ବା ଛୋଟ ବ୍ୟବସାୟୀ ଏଥିପାଇଁ ହଇରାଣ ହେଉଛନ୍ତି । କାରଣ ଏହି ବ୍ୟବସାୟୀଙ୍କୁ ବିଏମସି ରାସ୍ତାରୁ ଉଠାଇଦେଲା ସେମାନଙ୍କୁ କିଛି ଥଇଥାନ କରିଲା ନାହିଁ । ପ୍ରଥମେ ତାଙ୍କୁ ଥଇଥାନ କରି ବିଭିନ୍ନ କାର୍ଯ୍ୟକ୍ରମ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.