ETV Bharat / state

ଗୃହପାଳିତ ପଶୁଙ୍କ ପାଇଁ ସ୍ୱତନ୍ତ୍ର ଆଇନ ଆଣିବ BMC, ମନ୍ତ୍ରୀ କହିଲେ କୁକୁର କାମୁଡ଼ା ପ୍ରସଙ୍ଗରେ ସଜାଗ ବିଭାଗ

ହାଇଦ୍ରାବାଦରେ 4 ବର୍ଷର ଶିଶୁକୁ ବୁଲା କୁକୁର ଝୁଣି ଖାଇବା ପ୍ରସଙ୍ଗ । ଏଭଳି ଘଟଣାର ପୁନରାବୃତ୍ତି ନ ହେବା ଦିଗରେ ଯତ୍ନବାନ ରହିବା ସହ ଘଟଣାକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟ ସରକାର। ଅଧିକ ପଢନ୍ତୁ

author img

By

Published : Feb 23, 2023, 9:49 PM IST

Updated : Feb 23, 2023, 10:12 PM IST

special rules for domestic animals
special rules for domestic animals
special rules for domestic animals

ଭୁବନେଶ୍ବର: ହାଇଦ୍ରାବାଦରେ ଶିଶୁକୁ ଝୁଣିଗଲେ ବୁଲା କୁକୁର। ଏଭଳି ଏକ ହୃଦୟସ୍ପର୍ଶୀ ଦୁଃଖଦ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ଏହି ଦୁଃଖଦ ଘଟଣା ଖବରର ଶିରୋନାମା ପାଲଟିଥିବା ବେଳେ ସବୁଆଡେ ଚର୍ଚ୍ଚା ହେଉଛି । ଏଭଳି ଘଟଣାର ପୁନରାବୃତ୍ତି ନ ହେବା ଦିଗରେ ଯତ୍ନବାନ ରହିବା ସହ ଘଟଣାକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟ ସରକାର। ଦୁଃଖ ପ୍ରକାଶ କରିବା ସହ ସଜାଗ ରହି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀଙ୍କ ନିର୍ଦେଶ ।

  • Kindly specify the exact location in Bhubaneswar. In accordance to it, I'll direct the concerned CDVO to look into the matter and work with @bmcbbsr to resolve the issue. https://t.co/EFxlzr7hn8

    — Ranendra Pratap Swain (@rajaaswain) February 22, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ଏହି ଖବର ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଥିବା ବେଳେ ଏଭଳି ଦୁଃଖଦ ଘଟଣା ଯେଭଳି ଆମ ରାଜ୍ୟରେ ନ ଘଟିବ ସେଥିପାଇଁ ରାଜ୍ୟ ସରକାରଙ୍କୁ ଘାରିଛି ଚିନ୍ତା। ଏନେଇ ସଜାଗ ରହିବା ସହ ସହରାଞ୍ଚଳରୁ କିଭଳି ବୁଲା କୁକୁରଙ୍କୁ ହଟାଯାଇ ପାରିବ ସେଥିନେଇ ରାଜ୍ୟର ସମସ୍ତ ଜିଲ୍ଲା CDVO ଙ୍କୁ ଦିଆଯାଇଛି ନିର୍ଦେଶ। ନଗର ଉନ୍ନୟନ ବିଭାଗ ସହିତ ଏନେଇ ଆଲୋଚନା ଚାଲିଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ମନ୍ତ୍ରୀଙ୍କ ନିର୍ଦେଶନାମା ପରେ ବିଏମସି ସହିତ ଦ୍ୱିପାକ୍ଷିକ ଆଲୋଚନା କରି ଭୁବନେଶ୍ୱର ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଥିବା କହିଛନ୍ତି SDVO।

ତେବେ ଏ କ୍ଷେତ୍ରରେ ଆନିମଲ ୱେଲଫର ବୋର୍ଡ଼ ଅଫ ଇଣ୍ଡିଆର ୨୦୧୮ ମାର୍ଗଦର୍ଶିକାକୁ ଅନୁପାଳନ କରିବା ଜରୁରୀ ବୋଲି ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର SDVO ରବି ନାରାୟଣ ପଟ୍ଟନାୟକ। ସେପଟେ କୁକୁରଙ୍କୁ ହଟାଇବା ପରିବର୍ତ୍ତେ ABC ବା କୁକୁରଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଦିଗରେ ଗୁରୁତ୍ୱ ଆରୋପ କରିଛନ୍ତି ବିଏମସି କର୍ତ୍ତୃପକ୍ଷ। ଭୁବନେଶ୍ୱରରେ ପ୍ରାୟ ୬୦ ହଜାର ବୁଲା କୁକୁର ଥିବା ଅନୁମାନ କରାଯାଉଛି। ABC କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଗଲେ କୁକୁରଙ୍କ ସଂଖ୍ୟା ଉପରେ ନିୟନ୍ତ୍ରଣ ଆସିପାରିବ ବୋଲି ବିଏମସିର ମତ। ଏନେଇ ବିଏମସି ମେୟର କହିଛନ୍ତି ବିଏମସିର ଆସନ୍ତା କର୍ପୋରେସନ ବୈଠକରେ ଚୂଡାନ୍ତ ହେବ ସ୍ୱତନ୍ତ୍ର ପେଟ ଆକ୍ଟ। ବିଏମସି ପକ୍ଷରୁ ପ୍ରସ୍ତୁତ ହୋଇଛି ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ଆଇନ। ଚିଠା ଆଇନ ପ୍ରସ୍ତୁତ ପୂର୍ବରୁ ନିଆଯାଇଛି ପଶୁପକ୍ଷୀ ପ୍ରେମୀଙ୍କ ପ୍ରସ୍ତାବ ଓ ପରାମର୍ଶ। ଚିଠା ଆଇନକୁ ଲାଗୁ କରିବା ପୂର୍ବରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅନୁମୋଦନ ପାଇଁ ପଠାଯାଇଛି।

କର୍ପୋରେସନ ବୈଠକରେ ଆଲୋଚନା ପରେ ଜାରି ହେବ ସ୍ୱତନ୍ତ୍ର ମାର୍ଗଦର୍ଶିକା। ଏହି ନିୟମ ଲାଗୁ ହେଲେ ଘରେ ପଶୁପକ୍ଷୀ ପାଳିବାକୁ ହେଲେ ବିଏମସିର ଅନୁମତି ନେବାକୁ ପଡିବ। ମାଲିକଙ୍କ ଦ୍ୱାରା ସେମାନଙ୍କ ଗୃହପାଳିତ ପଶୁପକ୍ଷୀଙ୍କ ପଞ୍ଜିକରଣ ବାଧ୍ୟତାମୂଳକ ହେବ। ଏଭଳି ଅନେକ ନୀତି ନିୟମ ଭିତରେ ଗୃହପାଳିତ ପଶୁପକ୍ଷୀଙ୍କୁ ରଖିବାକୁ ଅନୁମତି ମିଳିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।

ସେହିପରି ହାଇଦ୍ରାବାଦରେ 4 ବର୍ଷର ଶିଶୁକୁ ବୁଲା କୁକୁର ଝୁଣି ଖାଇବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ଆମ ବିଭାଗକୁ ସଜାଗ ରହିବାକୁ କହିଛୁ। ଏପରି ଖବର ଆସିଲେ ତୁରନ୍ତ ଚିକିତ୍ସା ପାଇଁ ନିର୍ଦେଶ ଦିଆଯାଇଛି। ଔଷଧ ମହଜୁଦ ରହିଛି। ଏଥିସହ ପୌରାଞ୍ଚଳରେ ବୁଲା କୁକୁର ହଟାଇବା କାମ ନଗର ଉନ୍ନୟନ ବିଭାଗର ତାଙ୍କ ସହିତ ଆଲୋଚନା ଚାଲିଛି।

ସେପଟେ ରାଜରାସ୍ତାରେ ବୁଲା କୁକୁରଙ୍କ ଆକ୍ରମଣରେ ଶିଶୁର ମୃତ୍ୟୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସମସ୍ତେ। ତେବେ ହାଇଦ୍ରାବାଦର ଏକ ଘଟଣାକୁ ନେଇ ସହରାଂଚଳରୁ ବୁଲା କୁକୁରଙ୍କୁ ହଟାଇବା ଯୋଜନାକୁ ନାପସନ୍ଦ କରିଛନ୍ତି ପଶୁପ୍ରେମୀ। ଏହାଦ୍ୱାରା କୁକୁରଙ୍କ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି କହିଛନ୍ତି ପଶୁପ୍ରେମୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 23, 2023, 10:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.