ETV Bharat / state

ରାଜଧାନୀରେ ଆରମ୍ଭ ହେବ ବୁଲା କୁକୁରଙ୍କ ଗଣନା, ବନ୍ଧ୍ୟାକରଣକୁ ଗୁରୁତ୍ବ - ବୁଲା କୁକୁର ଗଣନା କରିବ ବିଏମସି

ରାଜଧାନୀରେ ବୁଲା କୁକୁରଙ୍କ ଗଣନା କରିବ ବିଏମସି । କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ମଞ୍ଚେଶ୍ବରରେ ଖୋଲିବ ବୃହତ ଷ୍ଟାରିଲାଇଜ କେନ୍ଦ୍ର । ଅଧିକ ପଢନ୍ତୁ

ରାଜଧାନୀରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ
ରାଜଧାନୀରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ
author img

By

Published : May 2, 2023, 11:01 AM IST

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ବୁଲା କୁକୁରଙ୍କ ଦୌରାତ୍ମ୍ୟ । ସଂଖ୍ୟା ବୃଦ୍ଧି ସାଙ୍ଗକୁ କୁକୁରଙ୍କ ଉତ୍ପାତରେ ଅତିଷ୍ଠ ହେଉଛନ୍ତି ଜନସାଧାରଣ । ଏଥିରେ ରୋକ ଲଗାଇବାକୁ ଯାଇ ବିଏମସି ବଡ଼ ପଦକ୍ଷେପ ନେଇଛି । ରାଜଧାନୀରେ ଖୁବଶୀଘ୍ର ଆରମ୍ଭ ହେବ କୁକୁର ଗଣନା । ଏହାସହ ସହରରେ ତ୍ବରାନ୍ବିତ ହେବ ଆନିମଲ ବାର୍ଥ କଣ୍ଟ୍ରୋଲ ବା ABC କାର୍ଯ୍ୟକ୍ରମ । ଉଭୟ କାର୍ଯ୍ୟ ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯିବ । କୁକୁର ଗଣନା କ୍ଷେତ୍ରରେ ରାଜ୍ୟରେ ଏହା ହେବ ପ୍ରଥମ ।

ରାଜଧାନୀରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ
ରାଜଧାନୀରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ

ସହରରେ କୁକୁରଙ୍କ ସଂଖ୍ୟା ବଢୁଥିବା ବେଳେ ଦିନକୁ ଦିନ ସେମାନେ ଅଧିକ ହିଂସ୍ର ହେଉଛନ୍ତି । ତେଣୁ ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ବିଏମସି ଏହି ପଦକ୍ଷେପ ନେଇଛି । ଆନିମଲ୍‌ ବାର୍ଥ କଣ୍ଟ୍ରୋଲ ବା ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ୨୦୦୧ ଅନୁଯାୟୀ କୁକୁରଙ୍କ ଗଣନା ଜରୁରୀ ହୋଇଥିବାରୁ ଖୁବଶୀଘ୍ର ଗଣନା ଆରମ୍ଭ ହେବ । ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ବରରେ କୁକୁରଙ୍କ ସଂଖ୍ୟା ଗଣନା ପାଇଁ ଅଣ୍ଟା ଭିଡିଛି ବିଏମସି । ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୩ ହଜାର କୁକୁର ଥିବା ଆକଳନ କରାଯାଇଛି । ପୂର୍ବରୁ ଦକ୍ଷିଣ ଦିଲ୍ଲୀ ଓ ଅହମ୍ମଦାବାଦରେ କୁକୁରଙ୍କ ଗଣନା କରାଯାଇଛି । ଏବେ ଭୁବନେଶ୍ବରରେ ଘରୋଇ ସଂସ୍ଥା ଜରିଆରେ ପ୍ରତି ଓ୍ବାର୍ଡ ଓ ସାହିରେ କୁକୁରଙ୍କ ଗଣନା କରାଯିବାକୁ ଯୋଜନା କରିଛି ବିଏମସି । କୁକୁରଙ୍କ ଦୌରାତ୍ମ୍ୟ ଉପରେ ରୋକ ଲଗାଇବାକୁ ବିଏମସି ନେବାକୁ ଯାଉଥିବା ବିଭିନ୍ନ ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଇଛି ।

ରାଜଧାନୀରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ
ରାଜଧାନୀରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ

ଏଥିସହ ABC କାର୍ଯ୍ୟକ୍ରମ ପାଇଁ ମଞ୍ଚେଶ୍ବରରେ ଅତ୍ୟାଧୁନିକ ତଥା ବୃହତ ଷ୍ଟାରିଲାଇଜ କେନ୍ଦ୍ର ଖୋଲିବା ନେଇ ବିଏମସି ଯୋଜନା କରୁଥିବା କହିଛି । ଯେଉଁଠି ଦୈନିକ ୧୫୦ କୁକୁରଙ୍କର ଏକାସଙ୍ଗେ ବନ୍ଧ୍ୟାକରଣ ହୋଇପାରିବ । ଏହା ହେଲେ ଦେଢ ବର୍ଷ ମଧ୍ୟରେ କୁକୁରଙ୍କ ଜନ୍ମ ଉପରେ ନିୟନ୍ତ୍ରଣ ଲାଗିପାରିବ ବୋଲି ବିଏମସି ଲକ୍ଷ୍ୟ ରଖିଛି । ଏଥିପାଇଁ ମହାରାଷ୍ଟ୍ରର ଭାଟ୍ସ ଫର ଆନିମଲ ନାମକ ଏକ ଘରୋଇ ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷର କରିଛି ବିଏମସି । ପ୍ରତି କୁକୁରଙ୍କୁ ଧରିବା, ବନ୍ଧ୍ୟାକରଣ କରିବା, ଟିକାକରଣ ଓ ଚିକିତ୍ସା ପାଇଁ ୧୬୫୦ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ ।

ରାଜଧାନୀରେ ଉଭୟ ପୋଷା ଓ ବୁଲା କୁକୁରଙ୍କୁ ନେଇ ବିଏମସି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ପୋଷା କୁକୁର ଲାଗି ପେଟ୍ ବାଇ-ଲ ଜାରି ହେବାକୁ ଥିବାବେଳେ ବୁଲା କୁକୁର ବନ୍ଧ୍ୟାକରଣକୁ ତ୍ବରାନ୍ବିତ କରିବାକୁ ଗରୁତ୍ବ ଦିଆଯାଉଛି । ବୁଲାକୁକୁର ବନ୍ଧ୍ୟାକରଣ ହାର ବଢାଇବା ସହ ଅନ୍ୟାନ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରାଯିବାକୁ ସ୍ବତନ୍ତ୍ର ହସ୍ପିଟାଲର ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମଞ୍ଚେଶ୍ବରରେ ପରିତକ୍ତ ଅବସ୍ଥାରେ ପଡ଼ି ରହିଥିବାବା ଏକ ଲେଡିଜ୍ ହଷ୍ଟେଲର ୧୮ କୋଠରୀକୁ ନୂଆ ରୂପ ଦିଆଯାଉଛି । ଖୁବଶୀଘ୍ର ଏହାର ପୁନର୍ବିକାଶ କାମ ଶେଷ କରାଯାଇ ବୁଲା କୁକୁରଙ୍କ ସାମୁହିକ ବନ୍ଧ୍ୟାକରଣ ବଢ଼ାଇବାକୁ ବିଏମସି ଗରୁତ୍ବ ଦେଇଥିବା ବିଭାଗୀୟ ଉପାୟୁକ୍ତ ରମେଶ ଜେନା କହିଛନ୍ତି । ପୁଣିଥରେ କୁକୁର ଗଣନା ହେବା ସହ ସର୍ଭେ ଶେଷ ପରେ ବିଏମସି ଆବଶ୍ୟକ ପଦକ୍ଷେପ ନେବ ।

ଖାଦ୍ୟ ମିଳୁନଥିବାରୁ ଦିନକୁ ଦିନ ବୁଲା କୁକୁର ହିଂସ୍ର ହେଉଛନ୍ତି । ତେଣୁ କୁକୁରଙ୍କ ସୁରକ୍ଷା ସହ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ଦେଢ ବର୍ଷ ମଧ୍ୟରେ କୁକୁରଙ୍କ ଜନ୍ମ ଉପରେ ନିୟନ୍ତ୍ରଣ ଲଗାଯିବ । ଭୁବନେଶ୍ବରରେ ବୁଲା କୁକୁରଙ୍କ ସଂଖ୍ୟା ପ୍ରାୟ ୬୦ ହଜାର ପାର କରିବ ବୋଲି ବିଏମସି ଆକଳନ କରିଛି । ବର୍ତ୍ତମାନ ଦୈନିକ ୨୦ରୁ ୨୫ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି ।

ସେହିପରି ଭୁବନେଶ୍ବର ମହାନଗର ନିଗମରେ କୁକୁର ରଖିବା ପାଇଁ ନିୟମ କଡାକଡି ହୋଇଛି । ଦେଶୀ ହେଉକି ବିଦେଶୀ କୁକୁର ଘରେ ପୋଷିବା ପାଇଁ ବିଏମ୍‌ସି ଦ୍ବାରା ଜାରି ହୋଇଥିବା ନିୟମ ମାନିବାକୁ ପଡିବ । ଶନିବାର କର୍ପୋରେସନ ବୈଠକରେ ବିଧିବଦ୍ଧ ଭାବେ କୁକୁରଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ବାଇ-ଲ’ ପାରିତ ହୋଇଛି । ଏବେଠାରୁ ନିୟମ ଅନୁଯାୟୀ ୪ ମାସରୁ କମ୍‌ ବୟସର କୁକୁର ରଖି ପାରିବେ ନାହିଁ । ସେହିପରି କୁକୁର ରଖିବା ପାଇଁ ହେଲେ ମାଲିକଙ୍କୁ ପଞ୍ଜିକରଣ କରିବାକୁ ପଡିବ । ଏଥିସହ ପଶୁ ଡାକ୍ତରଙ୍କଠାରୁ ଟୀକାକରଣର ସାର୍ଟିଫିକେଟ ରଖିବା ବାଧ୍ୟତାମୂଳକ କରାଯାଇଛି । ପ୍ରତିବର୍ଷ ଏପ୍ରିଲ ପହିଲା କିମ୍ବା ଏହାର ୭ଦିନ ମଧ୍ୟରେ ପଞ୍ଜିକରଣ କରାଯିବ । ଏଥିପାଇଁ ୫ଶହ ଏବଂ ରିନ୍ୟୁ କରିବା ପାଇଁ ୨୫୦ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ରେଜିଷ୍ଟ୍ରେସନ ଏକ୍ସପାରୀ ହେବା ପରେ ରିନ୍ୟୁ କଲେ ୩୫୦ଟଙ୍କା ଦେବାକୁ ପଡିବ ।

କୁକୁର କାହାକୁ କାମୁଡିଲେ, ବାହାର ଜିନିଷ ନଷ୍ଟ କଲେ ଏପରିକି ରାସ୍ତା, ପାର୍କ, ଜନବସତି ଭଳି ସର୍ବସାଧାରଣ ସ୍ଥାନରେ ମଳତ୍ୟାଗ କଲେ ମାଲିକଙ୍କୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଘରୁ ବାହାରକୁ ନେଲେ କୁକୁର ବେକରେ ମେଟାଲ ଟୋକନ୍‌ କିମ୍ବା ଟ୍ୟାଗ୍‌ ପକାଯିବା ବାଧ୍ୟତାମୂଳକ । ଯେଉଁମାନେ ନିଜ ପୋଷା କୁକୁରଙ୍କୁ ବିଭିନ୍ନ ଖେଳ, ଏବଂ ଡଗ୍‌ ଶୋ’ରେ ସାମିଲ କରାଇବେ ସେମାନଙ୍କୁ ବିଏମ୍‌ସି ଠାରୁ ଗେମ୍‌ ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ନେବାକୁ ପଡିବ । କୁକୁର ବୟସ ହୋଇଗଲେ ମାଲିକ ତାକୁ ରାସ୍ତା କଡରେ ଛାଡିଦେଇ ପାରିବେ ନାହିଁ । ମାଲିକି ଏହି ନିୟମକୁ ଉଲ୍ଲଂଘନ କଲେ ପଞ୍ଜିକରଣ ପ୍ରାଧିକରଣ ଦ୍ୱାରା ତାଙ୍କୁ ଦଣ୍ଡିତ ହେବାକୁ ପଡିବ ।

ଯଦି ମାଲିକ ଏହି ଉଲ୍ଲଂଘନ ଜାରି କରନ୍ତି ତାହାହେଲେ ଅତିରିକ୍ତ ଭାବେ ଦିନକୁ ୨୦୦ ଟଙ୍କା ଜରିମାନା ୭ ଦିନ ଯାଏଁ ଦେବାକୁ ପଡିବ । ଏହାପରେ ସମ୍ପୃକ୍ତ କୁକୁରକୁ ସିଜ୍ କରାଯାଇ ତାହାର ରକ୍ଷଣାବେକ୍ଷଣ ପାଇଁ ଦିନତୁ ୨୦୦ ଟଙ୍କା ହିସାବରେ ମାଲିକଙ୍କୁ ଦେବାକୁ ହେବ । ୭ ଦିନ ଭିତରେ କୁକୁର ନନେଲେ ରେଜିଷ୍ଟ୍ରେସନ ବାତିଲ କରିବା ସହ କୁକୁରକୁ ସାର୍ବଜନୀନ ଭାବେ ବିକ୍ରୟ କିମ୍ବା ଆଡପ୍ଟ କରାଯିବ । ସେହିପରି ବର୍ଷକରେ ଅତିକମରେ ୩ ଥର ନିୟମ ଉଲ୍ଲଂଘନ କଲେ ମଧ୍ୟ ରେଜିଷ୍ଟ୍ରେସନ ବାତିଲ କରାଯିବ ବୋଲି ନିୟମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.