ETV Bharat / state

ଆରମ୍ଭ ହେଲା ବିଏମସିର ଆତ୍ମମନ୍ଥନ କର୍ମଶାଳା

author img

By

Published : Nov 28, 2022, 6:59 PM IST

ଆରମ୍ଭ ହେଲା ବିଏମସିର ଆତ୍ମମନ୍ଥନ କର୍ମଶାଳା । ଦେଶରେ ଭୁବନେଶ୍ବରକୁ ନମ୍ବର ୱାନ ସ୍ୱଚ୍ଛ ସହରରେ ପରିଣତ କରିବାକୁ ହେଉଛି ଆତ୍ମମନ୍ଥନ । ଅଧିକ ପଢ଼ନ୍ତୁ

ଆରମ୍ଭ ହେଲା ବିଏମସିର ଆତ୍ମମନ୍ଥନ କର୍ମଶାଳା
ଆରମ୍ଭ ହେଲା ବିଏମସିର ଆତ୍ମମନ୍ଥନ କର୍ମଶାଳା

ଭୁବନେଶ୍ବର : ଆରମ୍ଭ ହେଲା ବିଏମସିର ଆତ୍ମମନ୍ଥନ କର୍ମଶାଳା (Atma Manthan workshop) । ଦେଶରେ ଭୁବନେଶ୍ବରକୁ ନମ୍ବର ୱାନ ସ୍ୱଚ୍ଛ ସହରରେ ପରିଣତ କରିବାକୁ ହେଉଛି ଆତ୍ମମନ୍ଥନ। ଭୁବନେଶ୍ୱର ହୋଟେଲ ସ୍ୟାଣ୍ଡି ଟାୱାରରେ ଏହାକୁ ନେଇ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ଆତ୍ମମନ୍ଥନ କର୍ମଶାଳାରେ ମେୟର, କମିଶନର, କର୍ପୋରେଟର, ସାନିଟାରୀ ଇନ୍ସପେକ୍ଟର, ଏନଜିଓ, ସ୍ୱଚ୍ଛ ସାଥୀ, ସଫେଇ ସଂସ୍ଥା ମିଶି ସ୍ବଚ୍ଛତା ଉପରେ ଗୁରୁତ୍ଵପର୍ଣ୍ଣ ଆଲୋଚନା କରିଛନ୍ତି ।

ଆରମ୍ଭ ହେଲା ବିଏମସିର ଆତ୍ମମନ୍ଥନ କର୍ମଶାଳା

ସାରା ଦେଶରେ ସ୍ଵଚ୍ଛତା ସହର ଭିତରେ ଭୁବନେଶ୍ୱର ୮୦ ନମ୍ବରରେ ରହିଛି । ତେଣୁ ୧ ନମ୍ବର ସ୍ଥାନ ହାସଲ ପାଇଁ ଆତ୍ମମନ୍ଥନ କରାଯାଉଛି । ସଫେଇ ଦିଗରେ କ'ଣ ଚ୍ୟାଲେଞ୍ଜ ରହିଛି ଓ ଏହାକୁ କିପରି ମିଳିତ ଭାବରେ ଟିମ୍ ୱାର୍କ ମାଧ୍ୟମରେ ଦୂର କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଛି । ସମସ୍ତେ ବିଏମସିକୁ କିଛି ନୂଆ ଆଇଡିଆ ଦେବାସହ ସ୍ୱଚ୍ଛତା ସମ୍ପର୍କୀୟ କିଛି ଦାୟିତ୍ଵ ବି ହାତକୁ ନେଇଛନ୍ତି ।

ସମସ୍ତଙ୍କୁ ମିଳିତ ଭାବେ ପ୍ରୟାସ କରିବାକୁ ଆହ୍ବାନ ଦେଇଛନ୍ତି ଭୁବନେଶ୍ୱର ମେୟର ଓ କମିଶନର । ହକି ୱାର୍ଲ୍ଡ କପ୍ ପୂର୍ବରୁ ସହରକୁ ସ୍ୱଚ୍ଛ, ନିର୍ମଳ କରିବାକୁ ମୂଳ ଲକ୍ଷ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ଉତ୍ତର ଜୋନର ୧୧ ଟି ୱାର୍ଡ ପରିମଳ ସମିତି କର୍ମକର୍ତ୍ତା ଯୋଗଦେଇଥିଲେ । କିଛି ୱାର୍ଡରେ ସମ୍ପୂର୍ଣ୍ଣ ବସ୍ତି ରହିବା ସହ ରାସ୍ତା ସଙ୍କୁଚିତ ରହିଛି ।

ଗଳିକନ୍ଦିକୁ ଗାଡ଼ି ଯାଇ ଅଳିଆ ଆଣିବା ଏକ ପ୍ରକାର ଚ୍ୟାଲେଞ୍ଜ ରହିଛି । ଏହାଛଡା ଅଣବସ୍ତି ଅଞ୍ଚଳରୁ ଓଦା ଶୁଖିଲା ଅଳିଆକୁ ପୃଥକିକରଣ କରିବା ଆଣିବା ଶତପ୍ରତିଶତ ଠିକ୍ ହୋଇପାରିନାହିଁ । ତେଣୁ ଟିମ୍ ୱାର୍କ ଜରିଆରେ ସବୁର ସମସ୍ୟାର ସମାଧାନ କରିବାକୁ କୁହାଯାଇଛି । ସେହିପରି ବିଏମସିର ଆତ୍ମମନ୍ଥନ କାର୍ଯ୍ୟକ୍ରମରେ ସବୁ ୱାର୍ଡକୁ ସାମିଲ କରାଯିବ । ସ୍ୱଚ୍ଛତା ସହର କାଟାଗୋରିରେ ୮୦ ନମ୍ବରରୁ ୧ ନମ୍ବର ସ୍ଥାନ ହାସଲ ପାଇଁ ପ୍ରୟାସ ଚାଲୁ ରହିବ ଏହି ଆତ୍ମମନ୍ଥନ ।

ଏ ସମ୍ପର୍କରେ ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି ''ଭୁବନେଶ୍ବରକୁ ସ୍ବଚ୍ଚ ସୁନ୍ଦର କରିବାସହ ନମ୍ବର ଓ୍ବାନ କରିବା ସହରରେ ପରିଣିତ କରିବା ପାଇଁ ଆମ ଲକ୍ଷ୍ୟ । ଏଥିପାଇଁ ଲୋକମାନଙ୍କ ସହଭାଗିଦାରିତା ସବୁଠୁ ଆବଶ୍ୟକ । ତେଣୁ ସମସ୍ତେ ଏକତ୍ରିତ ହୋଇ ଏକାଠି କାମ କଲେ ପରସ୍ପରକୁ ସହଯୋଗ କଲେ ଏପରିକି ବିଏମସିଙ୍କ ମେୟରଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଏହାସହ ସ୍ବଚ୍ଛ କର୍ମୀ, ବିଭିନ୍ନ ଏଜେନିସି, ଏନଜିଓ ଯେଉଁମାନେ କାମକରୁଛନ୍ତି ସମସ୍ତେ ମିଳିତ ହୋଇ ଓ ସହଭାଗିଦାରିତା ରହିଲେ ହିଁ ଆମେ ଶତ ପ୍ରତିଶତ ଟାର୍ଗେଟ ଫୁଲଫିଲ୍ କରିପାରିବା ଓ ନମ୍ବର ଓ୍ବାନରେ ପହଞ୍ଚି ପାରିବା । ତେଣୁ କାହାକୁ ଦୋଷାରୋପ କରିବା ଅପେକ୍ଷା ଆତ୍ମଚିନ୍ତନ କରିବା ଦରକାର ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.