ETV Bharat / state

BMC ଓ OUAT ମଧ୍ୟରେ ଏମଓୟୁ ସ୍ବାକ୍ଷରିତ, ଦେଲେ ୨.୫ ଏକର ଜମି

author img

By

Published : May 19, 2023, 8:38 AM IST

ବିଏମସି ଓ ଓୟୁଏଟି ମଧ୍ୟରେ ଏମଓୟୁ ସ୍ବାକ୍ଷରିତ । ପ୍ରଥମ ପର୍ଯ୍ୟାୟରେ ୨.୫ ଏକର ଜମି ପାଇଁ ସ୍ବାକ୍ଷରିତ ହୋଇଛି ଏମଓୟୁ । ଅଧିକ ପଢନ୍ତୁ

BMC signed  agreement with MOU
BMC signed agreement with MOU

ଭୁବନେଶ୍ବର: ବର୍ଜ୍ୟ ପରିଚାଳନା ପାଇଁ ବିଏମ୍‌ସି ସହିତ ହାତ ମିଶାଇଲେ ଓୟୁଏଟି କର୍ତ୍ତୃପକ୍ଷ । ଏନେଇ ବିଏମ୍‌ସିକୁ ଦେଲେ ୨.୫ ଏକର ଜମି । ଏହି ଅନୁବନ୍ଧିତକୁ ନେଇ ଏଣିକି ବର୍ଜ୍ୟ ପରିଚାଳନା କରିବ ବିଏମ୍‌ସି ଏବଂ ଜୈବସାର ଗବେଷଣା କରିବ ଓୟୁଏଟି । ତେବେ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ଅଧିନିୟମ ୨୦୧୬କୁ ଭିତ୍ତି କରି ଭୁବନେଶ୍ୱର ମହାନଗର ନିଗମ ସହରକୁ ବର୍ଜ୍ୟମୁକ୍ତ କରିବା ଏବଂ ସ୍ଥାନିକ ବର୍ଜ୍ୟ ପରିଚାଳନାକୁ ଆଗେଇ ନେବା ଦିଗରେ କାର୍ଯ୍ୟ କରୁଛି । ଏହାକୁ ନେଇ ଏଯାବତ୍ ୩୪ ଗୋଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଏବଂ ୧୮ ଗୋଟି ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟ କାର୍ଯ୍ୟକାରୀ କରିସାରିଛନ୍ତି ।

ଏତଦ୍ ବ୍ୟତୀତ ବର୍ଜ୍ୟ ପରିଚାଳନା ପାଇଁ ଆଧୁନିକ ତଥା ବିକାଶ ମୂଳକ ପଦକ୍ଷେପ ନେଉଛନ୍ତି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । ଏହି କାର୍ଯ୍ୟକୁ ଆଗେଇ ନେବାରେ ଏକ ନୂତନ ପଦକ୍ଷେପ ସ୍ୱରୂପ ଓଡିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି(ଓୟୁଏଟି) ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ । ଏନେଇ ଓୟୁଏଟି ବିଏମ୍‌ସିକୁ ୨.୫ ଏକର ଜମି ଦେବ । ସେହିପରି ଏହି ବୁଝାମଣାରେ ବିଏମ୍‌ସି ପକ୍ଷରୁ ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର କରାଯାଇ ସଂଲଗ୍ନ ଅଞ୍ଚଳରୁ ବର୍ଜ୍ୟ ସଂଗ୍ରହ ଏବଂ ପ୍ରକ୍ରିୟାକରଣ କରାଯିବ । ଯାହାର ସଂପୂର୍ଣ୍ଣ ଖର୍ଚ୍ଚ ବହନ କରିବ ବିଏମ୍‌ସି ।

ଏହା ମଧ୍ୟ ପଢନ୍ତୁ- ରିଜିଜୁଙ୍କ ପରେ ବଦଳିଲେ ରାଷ୍ଟ୍ରମନ୍ତ୍ରୀ ଏସ.ପି ସିଂ ବଘେଲ, ମିଳିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ

ଏହା ମଧ୍ୟ ପଢନ୍ତୁ- IPS Reshuffle; ଅମିତାଭଙ୍କୁ ପରିବହନ ଓ ନରସିଂହଙ୍କୁ ଅବକାରୀ କମିଶନର ଦାୟିତ୍ବ

ଏଥିସହ ‘ମୋ ଖତ’ ଓୟୁଏଟିର ଆବଶ୍ୟକତା ମେଣ୍ଟାଇବା ଏବଂ କେବଳ ବଳକା ଖତକୁ ବିଏମ୍‌ସି ବିକ୍ରି କରିବ । ଅନ୍ୟ ପକ୍ଷରେ ଖତର ମାନ ଏବଂ ଏ ସଂପର୍କିତ ଗବେଷଣାକୁ ଦୃଢ କରିବାରେ ଓୟୁଏଟି ସହ ଯୋଗାଯୋଗ କରିବେ ବୋଲି ରାଜିନାମାରେ କୁହାଯାଇଛି । ନିକଟରେ ‘ମୋ ଖତ’ର ଚାହିଦା ବଢିବା ଏବଂ ଭୁବନେଶ୍ୱର ବ୍ୟତିତ ଅନ୍ୟ ସ୍ଥାନରେ ଏହାକୁ ବିକ୍ରୟ କରାଯିବା ମଧ୍ୟ ସହର ପାଇଁ ପ୍ରଶଂସା ଆଣିଛି । ତେବେ ଚାଲୁ ରହିଥିବା ପ୍ରୟାସ ଅନୁସାରେ ସହରରେ ଅଧିକ ଶକ୍ତି ସଂପନ୍ନ ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ଦିନକୁ ଦିନ ବଢୁଥିବା ବର୍ଜ୍ୟକୁ ପରିଚାଳନା କରାଯାଇ ସହରର ସ୍ୱଚ୍ଛତାରେ ଉନ୍ନତି ଆଣିବ । ଏଭଳି ହେଲେ ଗୋଷ୍ଠୀ ସହଭାଗିତା, ଆନୁଷ୍ଠାନିକ ସଂଯୋଜନା ଦ୍ୱାରା ବର୍ଜ୍ୟ ପରିଚାଳନାରେ ଆମେ ଶୀର୍ଷରେ ପହଞ୍ଚି ପାରିବା ବୋଲି କହିଛନ୍ତି କମିଶନର ବିଜୟ ଅମୃତା କୁଲାଙ୍ଗେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.