ETV Bharat / state

ମହଙ୍ଗା ପଡିଲା ବେଆଇନ୍‌ ହୋର୍ଡିଂ: ପାନ ମସଲା କମ୍ପାନୀକୁ ୫ ଲକ୍ଷ ଟଙ୍କା ଫାଇନ୍

author img

By ETV Bharat Odisha Team

Published : Dec 20, 2023, 10:40 AM IST

BMC Penalty on Pan Masala Company: ବିନା ଅନୁମତିରେ ରାସ୍ତା ଉପରେ ହୋର୍ଡିଂ ପାଇଁ ପାନ ମସଲା କମ୍ପାନୀକୁ ୫ ଲକ୍ଷ ଟଙ୍କା କଲା ବିଏମସି । ଅଧିକ ପଢ଼ନ୍ତୁ

ପାନ ମସଲା କମ୍ପାନୀକୁ ୫ ଲକ୍ଷ ଟଙ୍କା ଫାଇନ୍
ପାନ ମସଲା କମ୍ପାନୀକୁ ୫ ଲକ୍ଷ ଟଙ୍କା ଫାଇନ୍

ଭୁବନେଶ୍ବର: ମହଙ୍ଗା ପଡ଼ିଲା ରାସ୍ତା ଉପରେ ପାନ ମସଲା କମ୍ପାନୀର ବିଜ୍ଞାପନ । ବିନା ଅନୁମତିରେ ରାସ୍ତା ଉପରେ ହୋର୍ଡିଂ ପାଇଁ ଫାଇନ କଲା ବିଏମ୍‌ସି । ଭୁବନେଶ୍ବର ମହାନଗର ନିଗମ(ବିଏମସି) ସମ୍ପୃକ୍ତ କମ୍ପାନୀ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଛି ।

ତେବେ ଏହି କମ୍ପାନୀର କାର୍ଯ୍ୟାଳୟ ଜୟଦେବ ବିହାର ହୋଇଥିବା ବେଳେ ବିନା ଅନୁମତିରେ ସହିଦ ନଗର ଅଞ୍ଚଳରେ ରାସ୍ତା ଉପରେ ବିଜ୍ଞାପନ ହୋର୍ଡିଂ କରିଥିଲା । ଏହା ବିଏମସି ସ୍କ୍ବାଡ୍‌ ନଜରକୁ ଏହା ଆସିଥିଲା । ଏହାପରେ ପଚରାଉଚରା ପରେ ସମ୍ପୃକ୍ତ କମ୍ପାନୀ ଗତ ୧୧ ତାରିଖରୁ ବିଜ୍ଞାପନ ହୋର୍ଡିଂ କରିଥିବା ଜଣାପଡ଼ିଥିଲା। ତେବେ ତଥ୍ୟ ପ୍ରମାଣ ସହ ବିଏମସି ସ୍କ୍ବାଡ୍‌ ସମ୍ପୃକ୍ତ କମ୍ପାନୀ ଉପରେ ୫ ଲକ୍ଷ ଟଙ୍କା ଜରିମାନା ପକାଇଛି । ଏହାସହ କମ୍ପାନୀ ନାମରେ ଥାନାରେ ଏତଲା ଦିଆଯାଇଛି । ବିଏମସି ଅଞ୍ଚଳରେ ବିନା ଅନୁମତିରେ କୌଣସି ପୋଷ୍ଟର, ବ୍ୟାନର, ହୋର୍ଡିଂ ଆଦି ମାରିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ସମ୍ପୃକ୍ତ କମ୍ପାନୀ ଅବଗତ ଥିଲେ ମଧ୍ୟ ସର୍ବସାଧାରଣ ରାସ୍ତା ଉପରେ ବେଆଇନ ଭାବରେ ବିଜ୍ଞାପନ ହୋର୍ଡିଂ କରିଥିବାରୁ ଏହି ଜରିମାନା ଧାର୍ଯ୍ୟ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- ସାବଧାନ! କାନ୍ଥବାଡ଼ କିମ୍ବା ବିଦ୍ୟୁତ ଖୁଣ୍ଟରେ TO-LET ଲେଖିଲେ ଦେବେ ଫାଇନ୍

ସେହିପରି, ୟୁନିଟ୍-୩, ଖାରବେଳ ନଗରସ୍ଥିତ ଜେନେକ୍ସ ଫର୍ଟିଲିଟି କେୟାର, ଝାରପଡାସ୍ଥିତ ଅନ୍ନପୂର୍ଣ୍ଣା ଟେଣ୍ଟ ହାଉସ, ସହୀଦନଗର ଜୟଦେବ ଏକାଡେମୀ ସେମାନଙ୍କର ପ୍ରଚାର ପ୍ରସାର ପାଇଁ ପୋଷ୍ଟର, ବ୍ୟାନର ଓ ହୋଡିଂ ଇତ୍ୟାଦି ମାରିଥିବାରୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଁଏ ଜୋରିମାନା ଧାର୍ଯ୍ୟ କରାଯାଇଛି। ସେମାନେ ସରକାରୀ କାନ୍ଥ, ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଆଦିରେ ପୋଷ୍ଟର, ବ୍ୟାନର, ହୋର୍ଡିଂ ମାରି ପରିବେଶକୁ ଅପରିଷ୍କାର କରୁଥିବା ନେଇ ଅଭିଯୋଗ ହୋଇଥିଲା । ଖାଲି ସେତିକି ନୁହେଁ ୱାର୍ଡ ନମ୍ବର ୫୦ର ଜଣେ ଦୋକାନୀଙ୍କୁ ୫ ମିଟର ପରିଧି ସଫା ନରଖିବା କାରଣରୁ ୧୦ ହଜାର ଟଙ୍କା ଫାଇନ୍‌ ହୋଇଛି। ସେହିପରି ପରିମଳ ଅଭ୍ୟାସ ଠିକ୍‌ ରଖୁନଥିବା ଦୋକାନକୁ ବିଏମସିର ଟିମ୍‌ ସାଇନ୍‌ ବନ୍ଦ କରିଛି। ନିଜ ଅଭ୍ୟାସ ନବଦଳାଇବା ପର୍ଯ୍ୟନ୍ତ ଏହି ବନ୍ଦ ବଳବତ୍ତର ରହିବ ବୋଲି ବିଏମସି କହିଛି। ସୂଚନାଯୋଗ୍ୟ ଯେ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଗତକାଲି(ମଙ୍ଗଳବାର) ସକାଳେ ୱାର୍ଡ ୫୦ ଗସ୍ତ କରି ପରିମଳ ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଟିମ୍‌ ସାଇନ୍‌ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.