ETV Bharat / state

ଦୁଇ ଦିନ ଭିତରେ ହେବ ମାର୍କେଟ ବିଲ୍ଡିଂ ସମସ୍ୟାର ସମାଧାନ: BMC କମିଶନର

author img

By

Published : Jul 24, 2023, 10:14 PM IST

ମାର୍କେଟ ବିଲ୍ଡିଂ ସମସ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ । ଦୁଇ ଦିନ ଭିତରେ ମାର୍କେଟ ବିଲ୍ଡିଂ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି କମିଶନର । ଅଧିକ ପଢ଼ନ୍ତୁ

ଦୁଇ ଦିନ ଭିତରେ ହେବ ମାର୍କେଟ ବିଲ୍ଡିଂ ସମସ୍ୟାର ସମାଧାନ

ଭୁବନେଶ୍ବର: ଦୁଇ ଦିନ ଭିତରେ ହେବ ମାର୍କେଟ ବିଲ୍ଡିଂ ସମସ୍ୟାର ସମାଧାନ । ମାର୍କେଟ ବିଲ୍ଡିଂ ଖୋଲିବାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି କମିଶନର । ସେପଟେ ଗତକାଲିଠାରୁ ଏହି ସମସ୍ୟାର ସମାଧାନ ପାଇଁ ଆଜି ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦେଇଥିଲା ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ସମସ୍ୟା ଦୂର ନହେଲେ ସାରା ଭୁବନେଶ୍ବର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଚେତାବନୀ ଦେଇଥିଲା । ତେବେ ଏହାର ତୁରନ୍ତ ନିଷ୍କର୍ସ ବାହାରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି କମିଶନର ।

ଏନେଇ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, "ଆମେ ଉଠାଦୋକାନୀଙ୍କୁ ଥଇଥାନ କରିବା ପାଇଁ ଜାଗା ଚିହ୍ନଟ କରୁଛୁ । ଆମର ଟିମ୍ ବିଭାଗ ସହ ଆଲୋଚନା କରି ଜାଗା ଚିହ୍ନଟ ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି । ଷ୍ଟ୍ରିଟ୍ ଭେଣ୍ଡର ଆଇନ୍ ଅନୁସାରେ ଆମେ ସେମାନଙ୍କୁ ଥଇଥାନ କରିବୁ ।" ଏହାପରେ ମାର୍କେଟ ବିଲ୍ଡିଂର ଦୁଇ ଗୋଷ୍ଠୀ ସହ ଆଲୋଚନା କରିବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି କମିଶନର । ପ୍ରକାଶ ଥାଉ କି, ଆଜିକୁ ୮ ଦିନରେ ପହଞ୍ଚିଛି ମାର୍କେଟ ବିଲ୍ଡିଂ ଧାରଣା । ନିଜ ନିଜ ଜିଦରେ ଅଟଳ ଅଛନ୍ତି ମାର୍କେଟ ବିଲ୍ଡିଂର ବ୍ୟବସାୟୀ ସଂଘ । ୧୭ ତାରିଖରୁ ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି ମାର୍କେଟ ବିଲ୍ଡିଂ । ଯାହା ଫଳରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ । ଦୋକାନ ବନ୍ଦ ଯୋଗୁଁ କୋଟି କୋଟି ଟଙ୍କା କ୍ଷତି ହେଉଛି । ନା ସ୍ଥାୟୀ ବ୍ୟବସାୟୀ, ନା ଉଠା ବ୍ୟବସାୟୀ ଦୋକାନ ଖୋଲୁଛନ୍ତି । ଏହାର ସମଧାନ ପାଇଁ ବିଏମ୍‌ସିର ହସ୍ତକ୍ଷେପ ଉଭୟ ସଂଘ ଲୋଡୁଥିବା ବେଳେ ଆଜି ଏନେଇ କମିଶନର ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମାର୍କେଟ ବିଲ୍ଡିଂ ଖୋଲିବା ପ୍ରସଙ୍ଗ: ବାହାରିଲାନି ନିଷ୍କର୍ସ, ମହଲତ ଦେଲା ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ

ଗତକାଲି ମୁହାଁମୁହିଁ ହୋଇଥିଲେ ମାର୍କେଟ ବିଲ୍ଡିଂ ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟ ସଂଘର ସଦସ୍ୟ । ଯୁକ୍ତିତର୍କ ସହ ନିଜ ନିଜର ବ୍ୟାନର ଧରି ବୁଲିଥିଲେ । ହେଲେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ତେଣୁ ସରକାରଙ୍କୁ ଆଜି ପର୍ଯ୍ୟନ୍ତ ମହଲତ ଦେଇଥିଲା ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ସାରା ଭୁବନେଶ୍ବର ଗୋଟିଏ ଦିନ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି କହିଥିଲା ବ୍ୟବସାୟୀ ସଂଘ । ଭୁବନେଶ୍ବରର ସମସ୍ତ ବ୍ୟବସାୟୀ ସଂଘ ବୈଠକରେ ଯୋଗଦେଇ ଏହାକୁ ସମର୍ଥନ ଜଣାଇଥିଲେ । ତେବେ ଏଭଳି କୌଣସି ପରିସ୍ଥିତି ପୂର୍ବରୁ ୨ ଦିନ ଭିତରେ ଏହି ସମସ୍ୟାର ସମାଧାନ ହେବାନେଇ ଆଜି ବିଏମ୍‌ସି କମିଶନର ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.