ETV Bharat / state

ଜାଗା ମିଶନ ପ୍ରମାଣ ପତ୍ର ନେଇ ବଢୁଛି ଅଭିଯୋଗର ଫର୍ଦ୍ଦ, ସ୍ପଷ୍ଟୀକରଣ ରଖିଲା ବିଏମସି

author img

By ETV Bharat Odisha Team

Published : Sep 4, 2023, 8:46 PM IST

Updated : Sep 4, 2023, 9:38 PM IST

ଜାଗା ମିଶନର ପ୍ରମାଣ ପତ୍ରକୁ ନେଇ ବଢୁଛି ଦ୍ଵନ୍ଦ୍ବ । ସ୍ପଷ୍ଟୀକରଣ ରଖିଲେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ଅଧିକ ପଢନ୍ତୁ

Jaga mission
Jaga mission

ଜାଗା ମିଶନ ପ୍ରମାଣ ପତ୍ର ନେଇ ବଢୁଛି ଅଭିଯୋଗର ଫର୍ଦ୍ଦ, ସ୍ପଷ୍ଟୀକରଣ ରଖିଲା ବିଏମସି

ଭୁବନେଶ୍ବର: ଜାଗା ମିଶନର ପ୍ରମାଣ ପତ୍ରକୁ ନେଇ ବଢୁଛି ଦ୍ଵନ୍ଦ୍ବ । ଦିନକୁ ଦିନ ବଢୁଛି ଅଭିଯୋଗର ଫର୍ଦ୍ଦ । ବିଏମସିର ଅଭିଯୋଗ ପ୍ରକୋଷ୍ଠ ଆଗରେ ବଢୁଛି ହିତାଧିକାରୀଙ୍କ ଭିଡ଼ । ଜାଗା ମିଶନରେ ପ୍ରିମିୟମ କାଟାଗୋରୀରେ ଥିବା ହିତାଧିକାରୀ ପ୍ରିମିୟମ ବାତିଲ ପାଇଁ ଲଗାଉଛନ୍ତି ଲମ୍ବା ଧାଡି । କାରଣ ଜାଗା ମିଶନରେ ପ୍ରମାଣ ପତ୍ର ନେଉନାହାନ୍ତି ବସ୍ତିବାସିନ୍ଦା । ସେମାନଙ୍କ ପାଇଁ ପ୍ରମାଣ ପତ୍ର ଅପେକ୍ଷା ଭାରି ପଡ଼ିଯାଇଛି ବିଏମସିର ପ୍ରିମିୟମ ଟଙ୍କା ଭରଣ । ଏଭଳି ଅଭିଯୋଗ ଆସିବା ପରେ ଏପଟେ ମତ ବଦଳାଇଛି ବିଏମସି ।

ଏନେଇ ଜଣେ ହିତାଧିକାରୀ କହିଛନ୍ତି, "ଦାନା ୬ ଟଙ୍କାକୁ ଘୋଡା ୯ ଟଙ୍କା ଭଳି ଆମେ ପ୍ରମାଣ ପତ୍ର ନେବୁ କାହିଁକି ବରଂ ଫେରାଇ ଦେବୁ । ସରକାର ଗରିବଙ୍କୁ ମୁଣ୍ଡ ଗୁଞ୍ଜିବା ଓ ନିଜସ୍ବ ଘର ତିଆରି ପାଇଁ ଯଦି ଜାଗା ଦେଉଛନ୍ତି ତେବେ ସମାନ ଭାବରେ କାହିଁକି ଦେଉନାହାନ୍ତି ? କାହାକୁ ମାଗଣା ତ କାହାକୁ ଫାଇନ ବା ପ୍ରିମିୟମ ଦେବାକୁ କାହିଁକି କହୁଛନ୍ତି ? ତାହା ପୁଣି ୩ ଦିନରେ । ଯଦି ଆମେ ଫାଇନ ଦେବୁ ତେବେ କେଉଁ ଆଧାରରେ ଫାଇନ ଦେବୁ ? ତାହା ବି ସ୍ପଷ୍ଟ ବି କରୁନାହିଁ ବିଏମସି ।" ଏ ନେଇ ଅଭିଯୋଗର ଫର୍ଦ୍ଦ ବଢୁଥିବା ବେଳେ ଆଜି ସ୍ପଷ୍ଟୋକ୍ତି ବାଢ଼ି ନିଜର ମତ ବଦଳାଇଛି ବିଏମସି ।

ଏହା ବି ପଢନ୍ତୁ- ଜାଗା ମିଶନରେ ହୋଇଛି ଅନିୟମିତତା ! ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

ବିଏମସି ଏହି ତଥ୍ୟକୁ ଭୁଲ ପ୍ରମାଣିତ କରିଛି । ଲୋକଙ୍କ ଦ୍ବନ୍ଦ୍ବ ଦୂର କରି ବିଏମସି କମିଶନର ଅମୃତ କୁଲାଙ୍ଗେ କହିଛନ୍ତି, "୩ ଦିନ ନୁହେଁ, ବରଂ ୬ ମାସ ମଧ୍ୟରେ ୬ଟି କିସ୍ତିରେ ଟଙ୍କା ଭରି ଜାଗା ପାଇ ପାରିବେ ହିତାଧିକାରୀ । ପଟ୍ଟାକୁ ନେଇ ଅନେକ ବିବାଦ ସୃଷ୍ଟି ହେଉଛି, ତେଣୁ ପୁଣି ଆମର ୨ ଜଣିଆ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ଏମାନେ ଲୋକଙ୍କ ପାଖକୁ ଯିବେ, ଜାଗାକୁ ନେଇ ଯାହା ଦ୍ଵନ୍ଦ୍ବ ରହିଛି ସେ ସମ୍ବନ୍ଧରେ ଆଲୋଚନା ସହ ସମାଧାନ କରିବେ । ଯେଉଁ ପଟ୍ଟା ହିତାଧୀକାରୀଙ୍କୁ ଦିଆଯାଇଛି ତାହା ଶତ ପ୍ରତିଶତ ପ୍ରମାଣିତ । ଏହାକୁ ଦେଇ ଲୋକମାନେ ବ୍ୟାଙ୍କରୁ ଲୋନ ମଧ୍ୟ ନେଇପାରିବେ ।"

ସୂଚନା ଥାଉ କି ଭୁବନେଶ୍ବରରେ ଯୋଗ୍ୟ ହିତାଧିକାରୀ ତାଲିକାରେ ୫୧ ହଜାର ପ୍ରମାଣ ପତ୍ର ମଧ୍ୟରୁ ୨୨ ହଜାର ପ୍ରିମିୟମ ପ୍ରମାଣପତ୍ର ଥିବା ବେଳେ ଏବେ ବି ୧୫ ହଜାର ଲୋକେ ପ୍ରମାଣପତ୍ର ନାଁ ଧରୁନାହାନ୍ତି । କାରଣ ଏମାନଙ୍କର ଅଭିଯୋଗ ଯେ ଆମେମାନେ ହେଉଛୁ ଗରିବ ଖଟିଖିଆ ଶ୍ରେଣୀର ଲୋକ। ମୁଲ ଲାଗିଲେ ଦିନକୁ ଦି ଓଳି ଖାଉଛୁ। ଏଭଳି ସ୍ଥିତିରେ ଅତିରିକ୍ତ ଜମି ବାବଦକୁ ଯଦି ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ପୈଠ କରିବୁ ତେବେ ଏତେ ଟଙ୍କା ଆମେ କେଉଁଠୁ ଆଣିବୁ।

ଏନେଇ ସତ୍ୟ ନଗର ଦୁର୍ଗା ମଣ୍ଡପର ଶୁଭଲକ୍ଷ୍ମୀ ମିଶ୍ର କହିଛନ୍ତି, "ଆମେ ପରିବାର ମାତ୍ର ତିନି ଜଣ ୧୫୦ ରୁ ୨୦୦ ଗୋଟିଏ ମାତ୍ର କୋଠାରେ ରହିଆସୁଛୁ । ଏହା ପରେ ବି ୧ ଲକ୍ଷ ୧୧ ହଜାର ୨୨୬ ଟଙ୍କାର ଡିମାଣ୍ଡ ନୋଟିସ ମୋ ପାଖକୁ ଆସିଛି । ତାହା କେଉଁ ଆଧାରରେ ଆସିଛି ବୋଲି ସେ ପ୍ରଶ୍ନ କରିଥିବା ବେଳେ ଆଉ ଥରେ ତାଲିକା ଯାଞ୍ଚ ସହ ମୋତେ ପଟ୍ଟା ଦିଆଯାଉ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 4, 2023, 9:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.