ETV Bharat / state

ତାତି ପାଇଁ ରକ୍ତର ଅଭାବ, ହୋଇପାରୁନି ବ୍ଲଡ୍‌ ଡୋନେସନ୍‌ କ୍ୟାମ୍ପ୍‌ - ହୋଇପାରୁନି ବ୍ଲଡ ଡୋନେସନ କ୍ୟାମ୍ପ

ଚଳିତବର୍ଷ ଅଧିକ ପରିମାଣରେ ଖରା ହେଉଥିବା ବେଳେ ଏଥିପାଇଁ ରାଜ୍ୟରେ ରକ୍ତର ଅଭାବ ଦେଖାଦେଇଛି । ପ୍ରମୁଖ ବ୍ଲଡ୍‌ ବ୍ୟାଙ୍କ୍‌ଗୁଡ଼ିକ ଖାଲି । ଅଧିକ ତାତି କାରଣରୁ ବ୍ଲଡ୍‌ ଡୋନେସନ୍‌ କ୍ୟାମ୍ପ୍‌ର ଆୟୋଜନ ହୋଇପାରୁନଥିବାରୁ ଆବଶ୍ୟକ ପରିମାଣର ରକ୍ତ ମିଳି ପାରୁନାହିଁ । ଅଧିକ ପଢ଼ନ୍ତୁ

ହୋଇପାରୁନି ବ୍ଲଡ ଡୋନେସନ କ୍ୟାମ୍ପ
ହୋଇପାରୁନି ବ୍ଲଡ ଡୋନେସନ କ୍ୟାମ୍ପ
author img

By

Published : May 13, 2023, 5:34 PM IST

ହୋଇପାରୁନି ବ୍ଲଡ ଡୋନେସନ କ୍ୟାମ୍ପ

ଭୁବନେଶ୍ବର: ତାତି ପାଇଁ ବଢ଼ୁଛି ରକ୍ତର ଅଭାବ । ହୋଇପାରୁନି ବ୍ଲଡ୍‌ ଡୋନେସନ୍‌ କ୍ୟାମ୍ପ୍‌ । ଖରାଦିନେ ବ୍ଲଡ ବ୍ୟାଙ୍କରେ ରକ୍ତ ଖାଲି । ରାଜ୍ୟର ପ୍ରମୁଖ ମେଡିକାଲ କଲେଜଗୁଡ଼ିକରେ ମିଳୁନାହିଁ ଆବଶ୍ୟକ ପରିମାଣର ରକ୍ତ । ରକ୍ତ ପାଇଁ ଦିନଦିନ ଅପେକ୍ଷା କଲେ ମଧ୍ୟ ନିରାଶ ହେଉଛନ୍ତି ରୋଗୀ । ତେବେ ଖରାଦିନେ ବ୍ଲଡ୍‌ ଡୋନେସନ୍‌ କ୍ୟାମ୍ପ୍‌ ହୋଇ ପାରୁନଥିବାରୁ ରକ୍ତର ଅଭାବ ଦେଖା ଦେଇଛି ।

ଖରାଦିନେ ପ୍ରାୟତଃ ରକ୍ତର ଅଭାବ ଦେଖାଯାଉଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ସବୁ ବ୍ଲଡ୍‌ ବ୍ୟାଙ୍କ୍‌ରେ ଆୟୋଜନ ହୋଇପାରୁନି ଆବଶ୍ୟକ ପରିମାଣର ଆଉଟ୍‌ଡୋର୍‌ ରକ୍ତଦାନ ଶିବିର । ଏହାକୁ ନଜରରେ ରଖି ସ୍ଵେଚ୍ଛାକୃତ ତଥା ଇନ୍‌ଡୋର୍‌ ବ୍ଲଡ୍‌ ଡୋନେସନ କ୍ୟାମ୍ପ ଆୟୋଜନ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ବାର୍ଷିକ ଜନସଂଖ୍ୟାର ୧ ପ୍ରତିଶତ ୟୁନିଟ ରକ୍ତ ଦରକାର ହୋଇଥାଏ । ସେହି ମଧ୍ୟରୁ ପ୍ରାୟ ୭୦ରୁ ୭୫ ପ୍ରତିଶତ ୟୁନିଟ୍‌ ରକ୍ତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରୁ ମିଳିଥାଏ । କିନ୍ତୁ ଖରା ଯୋଗୁଁ ଏବେ ଏହି ପରିମାଣ ପ୍ରାୟ ୬୦ ପ୍ରତିଶତକୁ କମି ଆସିଛି । ଛୋଟ ଛୋଟ ଜିଲ୍ଲା ମୁଖ୍ୟତଃ ବୌଦ୍ଧ, ଫୁଲବାଣୀ ତଥା ଉପାନ୍ତ ଜିଲ୍ଲା ମାଲକାନଗିରି ଆଦିରେ ରକ୍ତ ଅଭାବ ଅଧିକ ରହିଛି । ତେଣୁ ଅଧିକ ସଂଖ୍ୟକ ରକ୍ତଦାନ ଶିବିର ଆୟୋଜନ ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଖରାଦିନେ ରକ୍ତର ଘୋର ଅଭାବ ଦେଖା ଦେଇଥିବାରୁ କେହି କେହି ନିଜ ଆଡୁ ଡୋନର ଆଣି ରକ୍ତ ଏକ୍ସଚେଞ୍ଜ୍ କରିବାକୁ ଚାହିଁଲେ ବି ତାହା ମଧ୍ୟ ସହଜରେ ମିଳିପାରୁନି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜ୍ୟର ଅନେକ ବଡ ବଡ ମେଡିକାଲ କଲେଜରେ । ରାଜ୍ୟର ପ୍ରମୁଖ କଟକର ଏସସିବି ଓ ସେଣ୍ଟ୍ରାଲ ରେଡକ୍ରସ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖା ଦେଇଛି । ପ୍ରତିଦିନ ଏହି ଭଣ୍ଡାର ଉପରେ ନିର୍ଭର କରନ୍ତି ପ୍ରାୟ ୨ ହଜାରରୁ ଅଧିକ ରୋଗୀ । ଥାଲାସେମିଆ, କର୍କଟ, ବୋନ୍‌ମ୍ୟାରୋ, ସାଧାରଣ ତଥା ଜଟିଳ ଅପରେସନ ସାଙ୍ଗକୁ ଦୁର୍ଘଟଣା ପାଇଁ ରକ୍ତ ଆବଶ୍ୟକତା ରହିଥାଏ । ତେବେ ଖରା ଯୋଗୁଁ ରକ୍ତ ଅଭାବ ଦେଖା ଦେଇଥିବାରୁ କାହାକୁ ଘଣ୍ଟାଘଣ୍ଟା ତ କାହାକୁ ଦିନଦିନ ଅପେକ୍ଷା କରିବାକୁ ପଡ଼ୁଛି । ଏହା ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ୨ରୁ ୩ ମାସ ପର୍ଯ୍ୟନ୍ତ ଏହି ସଙ୍କଟ ଦେଖାଯାଇଥାଏ । ତେବେ ଚଳିତବର୍ଷ ଅଧିକ ଖରା ଯୋଗୁଁ ରକ୍ତଦାନ ପାଇଁ କେହି ଆଗକୁ ଆସୁନାହାନ୍ତି । ଏପରିସ୍ଥଳେ ଅନେକ ସମୟରେ ଭଣ୍ଡାରରେ ସମସ୍ତ ଗ୍ରୁପର ରକ୍ତ ମିଳିବା ସମ୍ଭବପର ହୋଇପାରୁ ନାହିଁ । ତେବେ ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଓ ରକ୍ତ ନିରାପତ୍ତା ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ସିଭି ସତ୍ୟନାରାୟଣ ରାଓ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.