ETV Bharat / state

ଅସଲି ବାଜିଗର, 10 ପ୍ରାଣୀଙ୍କ ପେଟ ପୋଷୁଛନ୍ତି ଦୃଷ୍ଟିହୀନ ନରସିଂହ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗାରସିଂହ ପଞ୍ଚାୟତ ଚିରାମାରୁ ଗ୍ରାମର ନରସିଂହ ରାଉତ। ପିଲାବେଳୁ ହରାଇଛନ୍ତି ଦୃଷ୍ଟିଶକ୍ତି । ନିଜ ପରିଶ୍ରମ ବଳରେ ଚଳାଉଛନ୍ତି ୧୦ ଜଣିଆ ପରିବାର । ହେଲେ ସରକାରୀ ଯୋଜନାରୁ ବଞ୍ଚିତ । ଅଧିକ ଖବର ପଢନ୍ତୁ...

author img

By

Published : Nov 29, 2019, 8:08 PM IST

Updated : Nov 30, 2019, 1:30 AM IST

ଅସଲି ବାଜିଗର; ଦୃଷ୍ଟିହୀନ ସତ୍ତ୍ବେ ପରିବାର ଚଳାଉଛନ୍ତି ନରସିଂହ
ଅସଲି ବାଜିଗର; ଦୃଷ୍ଟିହୀନ ସତ୍ତ୍ବେ ପରିବାର ଚଳାଉଛନ୍ତି ନରସିଂହ

ଖୋର୍ଦ୍ଧା: ଇଶ୍ବରଙ୍କ ସୃଷ୍ଟି ବଡ଼ ବିଚିତ୍ର । ଜଣେ ସୁସ୍ଥସବଳ ବ୍ୟକ୍ତି କେତେବେଳେ ହାତରେ କପଡ଼ା ଗୁଡ଼ାଇ କୁଷ୍ଠରୋଗୀ ସାଜି ଭିକ୍ଷାବୃତ୍ତି କରୁଛି ତ ପୁଣି କେତେବେଳେ ଜଣେ ଶାରୀରିକ ଅକ୍ଷମ କାହାରି ଆଗରେ ହାତ ନପତାଇ ନିଜ ପରିଶ୍ରମ ବଳରେ ଚଳାଉଛି ନିଜର ବିରାଟ ପରିବାର । ଏପରି କ୍ଷେତ୍ରରେ ଜଣେ ଦିବ୍ୟାଙ୍ଗ ସାଜିଛନ୍ତି ଅନ୍ୟପାଇଁ ଉଦାହରଣ । ଚାଲନ୍ତୁ ଜାଣିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗାରସିଂହ ପଞ୍ଚାୟତ ଚିରାମାରୁ ଗ୍ରାମର ନରସିଂହ ରାଉତଙ୍କ ବିଷୟରେ ।

ଅସଲି ବାଜିଗର; 10 ପ୍ରାଣୀଙ୍କ ପେଟ ପୋଷୁଛନ୍ତି ଦିବ୍ୟାଙ୍ଗ ନରସିଂହ

ନାଁ ନରସିଂହ ରାଉତ । ପିଲାବେଳୁ ଦିବ୍ୟାଙ୍ଗ । ହେଲେ ସେ କାହାରି ଆଗରେ କେବେ ହାତ ପତାଇ ନାହାନ୍ତି ବରଂ ନିଜର ପରିଶ୍ରମ ବଳରେ ଚଳାଉଛନ୍ତି ୧୦ ଜଣିଆ ପରିବାର । ନରସିଂହ ଯେତେବେଳେ ଛୋଟ ହୋଇଥିଲେ ସେବେଠାରୁ ତାଙ୍କ ଦୃଷ୍ଟିଶକ୍ତି ହରାଇ ଥିଲେ । ପରେ ପରିବାର ଲୋକଙ୍କ ବହୁ ପ୍ରଚେଷ୍ଟା ପରେ ବି ଭଲ ହୋଇନଥିଲା । ଆଉ ତା ପରେ ବୋଝ ଉପରେ ନଳିତା ବିଡା ପରି ସାନ ଭାଇଙ୍କ ମୃତ୍ୟୁ ପରେ ପୁରା ପରିବାରର ଦାୟିତ୍ବ ମୁଣ୍ଡାଇଥିଲେ ସେ । ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରିବା ସହ ସବୁଥିରେ ପାରଙ୍ଗମ ନରସିଂହ ।

କୌଣସି ସମସ୍ୟାରେ ହାର ନମାନି ଆଗେଇ ଚାଲିଛନ୍ତି ସେ । ହେଲେ ସବୁଠାରୁ ବଡ କଥା ହେଲା କିଛି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଭାବେ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି ନରସିଂହ । ଯାହା ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ନରସିଂହଙ୍କ ସମ୍ପର୍କରେ ଆମେ ବେଗୁନିଆ ବିଡ଼ିଓ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନାକରି ଦେଇଛନ୍ତି ।

ନିଜ ଗୋଡରେ ନିଜେ ଛିଡା ହୋଇଥିବା ଦୃଷ୍ଟିବାଧିତ ନରସିଂହଙ୍କୁ କେବେ ଆବାସ ଯୋଜନାରେ ଘର ଖଣ୍ଡେ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଜୀବନ ସଂଗ୍ରାମରେ ହାରି ନାହାନ୍ତି ନରସିଂହ

ଖୋର୍ଦ୍ଧା : ଈଶ୍ୱରଙ୍କ ସୃଷ୍ଟି ବଡ଼ ବିଚିତ୍ର । ଜଣେ ବେଶ୍ ସୁସ୍ଥସବଳ ବ୍ୟକ୍ତି କେତେବେଳେ ହାତରେ କପଡ଼ା ଗୁଡ଼ାଇ କୁଷ୍ଠରୋଗୀ ସାଜି ଭିକ୍ଷାବୃତି କରୁଛି ତ ପୁଣି କେତେବେଳେ ଜଣେ ଅକ୍ଷମ କାହାରି ଆଗରେ ହାତ ନପତାଇ ନିଜ ପରିଶ୍ରମ ବଳରେ ଚଳାଉଛି ନିଜର ବିରାଟ ପରିବାର । ଏପରିକ୍ଷେତ୍ରରେ ଜଣେ ଦିବ୍ୟାଙ୍ଗ ଏଭଳି ହୀନମନ୍ୟତା ଲୋକଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗାରସିଂହ ପଞ୍ଚାୟତ ଚିରାମାରୁ ଗ୍ରାମର ନରସିଂହ ରାଉତ ଦେଖିବା ଗ୍ରାଉଣ୍ଡ ରିପୋର୍ଟ

Body:Vo1- ନରସିଂହ ରାଉତ ଯିଏ ପିଲାବେଳୁ ଅନ୍ଧ । ହେଲେ ସେ କାହାରି ଆଗରେ କେବେ ହାତ ପତାଇ ନାହାନ୍ତି ବରଂ ନିଜର ପରିଶ୍ରମ ବଳରେ ଚଳାଉଛନ୍ତି ନିଜର ୧୦ ଜଣିଆ ପରିବାର । ନରସିଂହଙ୍କୁ ଯେତେବେଳେ ଛୋଟ ହୋଇଥିଲା ସେତେବେଳ ତାଙ୍କ ଆଖି ଖରାପ ହୋଇଥିଲା ପରିବାର ଲୋକେ ତାଙ୍କୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ଆଖି ଭଲ ହୋଇନଥିଲା ପିଲା ବେଳୁ ଅନ୍ଧ ହୋଇଥିଲେ ମଧ୍ୟ ସେ ହାର ମାନିନଥିଲେ। କିନ୍ତୁ ଯେତେବେଳେ ତାଙ୍କର ସାନ ଭାଇ ମୃତ୍ୟୁ ହେଲା । ଭାଇ ବୋହୂ ସହିତ ଦୁଇ ପୁଅଙ୍କୁ କେମିତି ଚଳାଇବେ ସେହି କଥା ଭାବି ଦୁନିଆ ପାଲଟି ଯାଇଥିଲା ଅନ୍ଧକାରମୟ । ହେଲେ ସେ ହାରିଗଲେନି ବରଂ ତାଙ୍କର ଚେଷ୍ଟା ଜାରି ରଖିଲେ । ପିଲାଟି ବେଳୁ ଚଳାଉଥିବା ଜଳଖିଆ ଦୋକାନ ଚଳାଇ ପରିବାର ପ୍ରତିପୋଷଣ କଲେ । ଯାହା ସେ ଏପର୍ଯ୍ୟନ୍ତ ମଧ୍ୟ ଜାରି ରଖିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଜଣେ ସକ୍ଷମ ଯେଉଁ ସବୁ କାମ କରିବା କଥା ସେ କଥା ସେ ଅନ୍ଧ ହୋଇ ମଧ୍ୟ କରିପାରୁଛନ୍ତି ପାଣି ଆଣିବା ଠାରୁ କାଠ ଚିରିବା ପର୍ଯ୍ୟନ୍ତ ସବୁ କାମରେ ପାରନଙ୍ଗମ ନରଂସିହ ।

ବାଇଟ 1-ନରସିଂହ ରାଉତ,ଦୃଷ୍ଟି ବାଧିତ
2-ସୁଶାନ୍ତ କୁମାର ସାମଲ,ଗ୍ରାମବାସୀ

Vo2- ଦିନ ତମାମ ଜଳଖିଆ ଦୋକାନରେ କାମ କରି ନିଜେ ବଞ୍ଚିବା ସହ ନିଜ ପରିବାର ଚଳାଉଛନ୍ତି । ଏଥିରେ ସେ ହାର୍ ମାନିନାହାନ୍ତି । ସରକାରଙ୍କ ତରଫରୁ ଅସହାୟ, ଗରିବ, ଭିନ୍ନକ୍ଷମ ପାଇଁ ଅନେକ ଜନହିତାଧିକାରୀ ଯୋଜନାରେ ସାମିଲ କରିବା ନିୟମ ରହିଥିବା ବେଳେ କିଛି ପ୍ରଶାସନ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ରହୁଛନ୍ତି lକିନ୍ତୁ ଏପରି କିଛି ଭିନ୍ନକ୍ଷମ ଅଛନ୍ତି ଯେଉଁମାନେ କି ସରକାରୀ ସହାୟତାକୁ ଅପେକ୍ଷା ନ କରି ନିଜ କଷ୍ଟରେ କିଛି ଟଙ୍କା ରୋଜଗାର କରି ନିଜେ ବଞ୍ଚିବା ସହ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ଯାହାର ଉଦାହରଣ ଦୃଷ୍ଟି ବାଧିତ ନରସିଂହ ରାଉତ । ଗରିବ ଦିବ୍ୟାଙ୍ଗ ହୋଇଥିଲେ ମଧ୍ଯ ସରକାର ତରଫରୁ ଆବାସ ଯୋଜନା ରେ ଘର ଟିଏ ପାଇନାହାନ୍ତି ଏପର୍ଯ୍ୟନ୍ତ । ଯାହା ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଉପରକୁ ଆଙ୍ଗୁଳି ନିର୍ଦେଶ କରିଛି । ନରସିଂହଙ୍କ ସମ୍ପର୍କରେ ଆମେ ବେଗୁନିଆ ବିଡ଼ିଓ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ ସେ କ୍ୟାମେରା ସମ୍ନାରେ କିଛି କହିବାକୁ ମନାକରି ଦେଇଛନ୍ତି ।

ବାଇଟ3-କୁନ୍ତଳା ବେୱା, ଭାଇବୋହୁ
4-ରାମ ଚନ୍ଦ୍ର ଖଣ୍ଡେଇ,ଗ୍ରାମବାସୀ

Conclusion:Fvo- ନିଜ ଗାଁରେ ଏକ ଛୋଟ ଜଳଖିଆ ଦୋକାନ କରି ପରିବାର ପୋଷୁଥିବା ଦୃଷ୍ଟିବାଧିତ ନରସିଂହଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ କେବେ ତାହା ଦେଖିବାକୁ ବାକି ରହିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Nov 30, 2019, 1:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.