ETV Bharat / state

ଇଚ୍ଛା ଶକ୍ତି ଦେଲା ସଫଳତା, ଓଡିଶା ପ୍ରଶାସନିକ ପରୀକ୍ଷାରେ ଦୃଷ୍ଟି ବାଧିତଙ୍କ ସଫଳତା

ଓଡିଶା ପ୍ରଶାସନିକ ପରୀକ୍ଷା (OCS)ରେ କୃତକାର୍ଯ୍ୟ ହେଲେ ଖୋର୍ଦ୍ଧାର ଦୃଷ୍ଟି ବାଧିତ ଯୁବକ ପ୍ରସନ୍ନ କୁମାର ପଣ୍ଡା । ପ୍ରଥମ ଥର ପରୀକ୍ଷାରେ ଅସଫଳ ହେବା ପରେ ଦ୍ବିତୀୟଥରରେ ଏହି ସଫଳତା ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ

ଇଚ୍ଛା ଶକ୍ତି ଦେଲା ସଫଳତା, ଓଡିଶା ପ୍ରଶାସନିକ ପରୀକ୍ଷାରେ ଦୃଷ୍ଟି ବାଧିତଙ୍କ ସଫଳତା
ଇଚ୍ଛା ଶକ୍ତି ଦେଲା ସଫଳତା, ଓଡିଶା ପ୍ରଶାସନିକ ପରୀକ୍ଷାରେ ଦୃଷ୍ଟି ବାଧିତଙ୍କ ସଫଳତା
author img

By

Published : Oct 9, 2022, 12:29 PM IST

ଖୋର୍ଦ୍ଧା: ଓଡିଶା ପ୍ରଶାସନିକ ପରୀକ୍ଷା (OCS)ରେ କୃତକାର୍ଯ୍ୟ ହେଲେ ଦୃଷ୍ଟି ବାଧିତ । ଏଭଳି ସଫଳତା ହାସଲ କରିଥିବା ବ୍ୟକ୍ତି ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଅଲାଇଡିହ ଗ୍ରାମର ପ୍ରସନ୍ନ କୁମାର ପଣ୍ଡା । ତେବେ ସେ ପ୍ରଥମ ଥର ପରୀକ୍ଷାରେ ଅସଫଳ ହେବା ପରେ ଦ୍ବିତୀୟଥରରେ ଏହି ସଫଳତା ହାସଲ କରିଛନ୍ତି ।

ଇଚ୍ଛା ଶକ୍ତି ଦେଲା ସଫଳତା, ଓଡିଶା ପ୍ରଶାସନିକ ପରୀକ୍ଷାରେ ଦୃଷ୍ଟି ବାଧିତଙ୍କ ସଫଳତା

କଥାରେ ଅଛି ଇଚ୍ଛା ଶକ୍ତି ଥିଲେ, ଅସମ୍ଭବ କାମ ମଧ୍ୟ ସଫଳତାର ସହିତ କରିହେବ । ଏହାକୁ ପ୍ରମାଣିତ କରିଛନ୍ତି ଦୃଷ୍ଟିବାଧିତ ଯୁବକ ପ୍ରସନ୍ନ କୁମାର ପଣ୍ଡା । ଘର ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ଅଲାଇଡିହ ଗ୍ରାମରେ । ଜନ୍ମରୁ ପ୍ରସନ୍ନ ଦୃଷ୍ଟି ବାଧିତ । ନିଜେ ନିଜକୁ ଦେଖି ନାହାନ୍ତି । ଏପରିକି ଏ ଦୁନିଆ କ’ଣ ତାହା ମଧ୍ୟ ସେ ଦେଖି ନାହାନ୍ତି । ତଥାପି ସଫଳତା ପରେ ସଫଳତା ପାଇଛନ୍ତି । ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୨ରେ ୨୬୨ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ପ୍ରସନ୍ନ କୁମାର ପଣ୍ଡା ।

ସୂଚନାଯୋଗ୍ୟ, ପ୍ରସନ୍ନ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ପରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଅନ୍ତର୍ଜାତୀୟ ସଂପର୍କ ବିଷୟରେ ପିଏଚ୍‌ଡି କରୁଛନ୍ତି । ପ୍ରସନ୍ନଙ୍କ ସଫଳତାରେ ଓଡ଼ିଶାର କୋଣ ଅନୁକୋଣରୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ଏନେଇ ସେ କହିଛନ୍ତି ଯେ, "ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବି । ଏହି ସଫଳତା ହାସଲ କରିବାରେ ନିଜର ପରିବାରବର୍ଗ ବିଶେଷକରି ପତ୍ନୀଙ୍କ ପ୍ରଚେଷ୍ଟା ଓ ସହଯୋଗ ଯୋଗୁଁ ହିଁ ସବୁ ସମ୍ଭବ ହୋଇପାରିଛି ।" ପ୍ରଥମେ ପରୀକ୍ଷା ଦେଇଥିବା ବେଳେ ସେଥିରେ ସେ କୃତକାର୍ଯ୍ୟ ହୋଇପାରି ନଥିଲେ । କିନ୍ତୁ ଧୌର୍ଯ୍ୟ ନହରାଇ ଦ୍ବିତୀୟଥର ପରୀକ୍ଷା ଦେଇ ସଫଳତା ହାସଲ କରିଛନ୍ତି ପ୍ରସନ୍ନ କୁମାର ପଣ୍ଡା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.