ETV Bharat / state

ଆନ୍ଦୋଳନକୁ ଓହ୍ଲାଇଲା ବିଜେପି ଯୁବମୋର୍ଚ୍ଚା, ସବୁ ନିର୍ବାଚନ ମଣ୍ଡଳୀରେ ଜଳିବ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା

author img

By

Published : Feb 17, 2023, 4:59 PM IST

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗରେ ବିଜେପିର ୩ ଦିନିଆ ଆନ୍ଦୋଳନ ଗୁରୁବାର ସରିଥିବା ବେଳେ ଏବେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି ଯୁବମୋର୍ଚ୍ଚା । ଆଜିଠାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ଆନ୍ଦୋଳନ କରି ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ । ଅଧିକ ପଢ଼ନ୍ତୁ

BJYM Press Meet
ବିଜେପି ଯୁବମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ

ବିଜେପି ଯୁବମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଜେପି ଓ ବିଜେଡି ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ସେତେ ତୀବ୍ର ହେବାରେ ଲାଗିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅଭିଯୋଗ ସହ ନବ ଦାସ ହତ୍ୟାକାଣ୍ଡର CBI ତଦନ୍ତ ଦାବିରେ ବିଜେପି ନେତାମାନେ ଗତ ୩ ଦିନ ଧରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଗତକାଲି (ଗୁରୁବାର) ରାଜଭବନ ଆଗରେ ଧାରଣା ଦେଇ ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛନ୍ତିି ବିଜେପି ନେତା । ଏହାପରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ମଧ୍ୟ ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛି ।

ବିଜେପିର ୩ ଦିନିଆ ଆନ୍ଦୋଳନ ସରିଥିବାବେଳେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ଆନ୍ଦୋଳନକୁ ଜାରି ରଖିବ ବିଜେପି ଯୁବମୋର୍ଚ୍ଚା । ଏନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି (ଶୁକ୍ରବାର) ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଏହାସହ ନବ ଦାସ ହତ୍ୟାକାଣ୍ଡ ଘଟଣା ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ଈରାଶିଷ । ନିକଟରେ ବିରୋଧି ଦଳ ନେତାଙ୍କୁ ମହିଳା ପୋଲିସ ଅଧିକାରୀ ଦୁର୍ବ୍ୟବହାର କରିବା ଗ୍ରହଣୀୟ ନୁହେଁ ବୋଲି ଈରାଶିଷ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଈରାଶିଷ କହିଛନ୍ତି, "ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ମୁଖ୍ୟମନ୍ତ୍ରୀ ନୀରବ । କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରଗଲା । ଏହି ପ୍ରସଙ୍ଗରେ ଯୁବମୋର୍ଚ୍ଚା ତୃଣମୂଳସ୍ତରରୁ ଆନ୍ଦୋଳନ କରିବ | ଆଜିଠାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯିବ । ନବ ଦାସ ହାତ୍ୟକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଉପରୁ ଲୋକଙ୍କ ଭରସା ଉଠିଗଲାଣି । ତେଣୁ ଏହି ଘଟଣାର CBI ତଦନ୍ତ ଦାବି କରୁଛୁ । ଗୃହ ବିଭାଗ ଦାୟିତ୍ବରେ ଥାଇ ମଖ୍ୟମନ୍ତ୍ରୀ ଏହାକୁ ସମ୍ଭାଳି ପାରୁନଥିବାରୁ ମୁଖ୍ୟମନ୍ତ୍ରୀ ଏହି ପଦରୁ ଇସ୍ତଫା ଦିଅନ୍ତୁ । ପୋଲିସ କାହିଁକି ଚୁପ ବସିଛି ? ଜୟନାରାୟଣ ମିଶ୍ରଙ୍କୁ ଜଣେ ପୋଲିସ ଅଧିକାରୀ ଯେଉଁଭଳି ଦୁର୍ବ୍ୟବହାର କଲେ ତାହା ଗ୍ରହଣୀୟ ନୁହେଁ ।" ତେଣୁ ଆଜିଠାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ଯୁବମୋର୍ଚ୍ଚା ବିକ୍ଷୋଭ କରିବ ବୋଲି କହିଛନ୍ତି ଈରାଶିଷ ।

ତେବେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକାଣ୍ଡ ପରେ ଦୀର୍ଘଦିନ ହେବ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅଭିଯୋଗ ଆଣି ବିଜେପି ବିକ୍ଷୋଭ ପଦର୍ଶନ କରୁଛି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ସହ ମହିଳା ପୋଲିସ ଅଧିକାରୀଙ୍କ ଭିତରେ ବିବାଦ ମଧ୍ୟ ଏବେ ଉଗ୍ର ରୂପ ନେଉଛି । ସମ୍ବଲପୁର ଜିଲ୍ଲା ପୋଲିସ ସଙ୍ଘ ପକ୍ଷରୁ ଜୟନାରାୟଣଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ଏହି ଘଟଣାରେ ବିଜେଡି ନେତା ଅରୂପ ପଟ୍ଟନାୟକ ମଧ୍ୟ ଜୟନାରାୟଣଙ୍କୁ ଖୋଲା ଧମକ ଦେଇଥିଲେ । କହିଥିଲେ, "ଏଭଳି ଧକ୍କା ମାରିବା ଲୋକ ମୋ ଆଗରେ ପଡ଼ିନାହାନ୍ତି । ନହେଲେ ତାଙ୍କ ଅବସ୍ଥା କଣ ହୋଇଥାନ୍ତା ସେ ଜାଣିଥାନ୍ତେ ।" ଏନେଇ ବିଜେପି ପକ୍ଷରୁ ଆଜି ଅରୂପଙ୍କ ନାମରେ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.