ଖୋର୍ଦ୍ଧା: କେନ୍ଦ୍ର ସରକାର ଏନସିଆର ଏବଂ ଏନପିଆର ଲାଗୁ କରିବା ପରେ ଦିଲ୍ଲୀରେ ସୃଷ୍ଟି ହୋଇଥିଲା ଦଙ୍ଗା । କିନ୍ତୁ ଏହି ଦଙ୍ଗା କମ୍ୟୁନିଷ୍ଟ ନେତାଙ୍କ ପ୍ରରୋଚନାରେ ହୋଇଥିବା ଦର୍ଶାଇ କମ୍ୟୁନିଷ୍ଟ ନେତା, ଶିକ୍ଷାବିତ ଓ କିଛି ଛାତ୍ରଙ୍କୁ ଗିରଫ କରାଯାଇଛି ।
ମଙ୍ଗଳବାର, ସିପିଆଇଏମ ଜିଲ୍ଲା କମିଟି ଏହାର ପ୍ରତିବାଦ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସେମାନଙ୍କ କହିବାକଥା ଦିଲ୍ଲୀ ଦଙ୍ଗାରେ ଯେଉଁମାନଙ୍କୁ ଗିରଫ କରାଯାଇଛି, ସେମାନେ ଏନସିଆର ଏବଂ ଏନପିଆର ସମ୍ପର୍କରେ ଲୋକଙ୍କୁ ସଚେତନ କରୁଥିଲେ । କିନ୍ତୁ କେନ୍ଦ୍ରର ବିଜେପି ସରକାର ଆକ୍ରୋଶ ମୂଳକ ଭାବେ ସେମାନଙ୍କୁ ଗିରଫ କରିଛି ।
ଏମାନଙ୍କ ନାମରେ ହୋଇଥିବା ମାମଲାକୁ ଶୀଘ୍ର ରଦ୍ଦ କରିବାପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ