ETV Bharat / state

ନବ ଦାସ ହତ୍ୟାକାଣ୍ଡ, କାଲି ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

author img

By

Published : Feb 27, 2023, 8:13 PM IST

ଆସନ୍ତାକାଲି ବିଧାନସଭା ଘେରାଉ କରିବ ବିଜେପିର ଯୁବ ମୋର୍ଚ୍ଚା । ଏନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

bjp youth morcha
bjp youth morcha
bjp youth morcha

ଭୁବନେଶ୍ବର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ଜାରି ରଖିଛି ବିଜେପି । ଆସନ୍ତାକାଲି ବିଧାନସଭା ଘେରାଉ କରିବ ବିଜେପିର ଯୁବ ମୋର୍ଚ୍ଚା। ସାରା ରାଜ୍ୟରୁ ଯୁବ ମୋର୍ଚ୍ଚାର ସଦସ୍ୟ ଭୁବନେଶ୍ୱର ଆସି ଆନ୍ଦୋଳନରେ ସାମିଲ ହେବେ । ଏନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଏନେଇ ଗୋଲକ କହିଛନ୍ତି ଯେ କ୍ୟାବିନେଟ ମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ମାସେ ପୁରିବାକୁ ବସିଲାଣି । ହତ୍ୟା ପଛର ଉଦ୍ଦେଶ୍ୟ ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ । ଯାହା ପ୍ରମାଣ କରୁଛି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । କ୍ୟାବିନେଟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାର କାରଣ ସ୍ପଷ୍ଟ କରିନାହାନ୍ତି ରାଜ୍ୟ ସରକାର । ବିଜେପି ଏହି ପ୍ରସଙ୍ଗକୁ ବିଧାନସଭା ଭିତରେ ଓ ବାହାରେ ଉଠାଇ ଚାଲିଛି । ଓଡିଶା ଆଇନ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ବିଧାନସଭାରେ ଆଜି ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀଙ୍କ ଉତ୍ତର ଓଡ଼ିଶାବାସୀଙ୍କ ସନ୍ଦେହକୁ ଆହୁରୀ ଘନୀଭୂତ କରୁଛି ।

ଯାହାକୁ କ୍ରାଇମବ୍ରାଞ୍ଚ ହତ୍ୟାକାରୀ ବୋଲି କହୁଛି କିନ୍ତୁ ବିଧାନସଭା ଉତ୍ତର ଚମକେଇଲା ପରି ରହିଛି । ମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ 13 ବର୍ଷ ଧରି ଅଭିଯୁକ୍ତ ଗୋପାଳ ଦାସ ଝାରସୁଗୁଡାର ବିଭିନ୍ନ ଥାନାରେ ନିଯୁକ୍ତ ଥିଲେ । ସେହି ସମୟରେ ସେ 18ଟି ପ୍ରଶଂସା ପତ୍ର , 9ଟି ଆର୍ଥିକ ପୁରସ୍କାର ପାଇଛନ୍ତି । ଅର୍ଥାତ ପ୍ରତ୍ୟେକ ବର୍ଷ କିଛି ନା କିଛି ସେ ପୁରସ୍କାର ପାଇଛନ୍ତି । 10 ବର୍ଷ ହେଲା ଯଦି ସେ ମାନସିକ ରୋଗୀ ଥିଲେ, ସେ ପୁରସ୍କାର ପାଇଛନ୍ତି କିପରି ବୋଲି ଗୋଲକ ପ୍ରଶ୍ନ କରିଛନ୍ତି । 9 ତାରିଖରେ ନାର୍କୋ ଟେଷ୍ଟ ହେଲା, ଏ ନେଇ ସୂଚନା କିଛି ଦିଆଯାଉନାହିଁ । ହତ୍ୟାର କାରଣ ନକହି ଗୋପାଳ ପାଗଳ ବୋଲି ଚିତ୍ରଣ କରୁଛନ୍ତି ସରକାର । ବିଧାନସଭା ତଥ୍ୟ କହୁଛି, ଗୋପାଳ ପାଗଳ ନୁହେଁ ।

ତେବେ ହତ୍ୟା କିଏ କରିଛି ଆଉ କଣ ପାଇଁ କରିଛି ତାହା ସ୍ପଷ୍ଟ କରୁନାହାନ୍ତି ସରକାର । ତେଣୁ ଏହାର ଜବାବ ମାଗିବା ପାଇଁ ଭାରତୀୟ ଜନତା ପାର୍ଟି ର ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିବ । ବିଧାନସଭା ଘେରାଉ କରି ବିଜେପି ଯୁବ ମୋର୍ଚ୍ଚା ସରକାରଙ୍କୁ ଜବାବ ମାଗିବ । ଜବାବ ନ ମିଳିବା ଯାଏଁ ବିଜେପି ବିଧାନସଭା ଠୁ ନେଇ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିବ । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.