ETV Bharat / state

କଥାରେ ନୁହେଁ କାମରେ ମହିଳା ସଶକ୍ତିକରଣ କରନ୍ତୁ ସରକାର: ବିଜେପି

author img

By

Published : Jun 9, 2023, 8:25 AM IST

ବିଜେପି ଜନସମ୍ପର୍କ ଅଭିଯାନରେ ସାମିଲ ହେଲା ମହିଳା ମୋର୍ଚ୍ଚା । ଓଡିଶା ସରକାରଙ୍କ ଖାଲି କଥାରେ ଓ ପ୍ରଚାର ପ୍ରସାରରେ ନାରୀ ସଶକ୍ତିକରଣ କରୁଥିବା ଅଭିଯୋଗ କରିଛି ବିଜେପି ମହିଳା ମୋର୍ଚ୍ଚ । ଅଧିକ ପଢନ୍ତୁ

କଥାରେ ନୁହେଁ କାମରେ ମହିଳା ସଶକ୍ତିକରଣ କରୁ ସରକାର

ବିଜେପି ମହିଳା ମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ମେ 1ରୁ ଜୁନ 30 ତାରିଖ ପର୍ଯ୍ୟନ୍ତ ନଅ ସାଲ ବେମିସାଲ ଏବଂ ଜନ ସମ୍ପର୍କରୁ ଜନ ସମର୍ଥନ ଡାକରା ଦେଇଛି ବିଜେପି । ବାହାନଗା ଟ୍ରେନ ଟ୍ରାଜେଡି ପାଇଁ ଆମେ ଏହି କାର୍ଯ୍ୟକ୍ରମକୁ ବନ୍ଦ ରଖିଥିଲୁ । ଯାହାକୁ ପୁଣି ଥରେ ଆଗକୁ ନିଆଯିବ । ମୋଦିଙ୍କ ଶାସନ କାଳରେ ମହିଳା ମାନେ ଅଧିକ ଲାଭାନିତ ହୋଇଛନ୍ତି ଏ ବାର୍ତ୍ତା ଘରେ ଘରେ ପହଞ୍ଚାଇବେ ବିଜେପି ମହିଳା ମୋର୍ଚ୍ଚାର କର୍ମୀ ମାନେ । ଗୋଟେ ପିଲା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି ମୋଦି ସରକାର । କିନ୍ତୁ ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ନିଜ ଯୋଜନା ଭାବେ ଫାଇଦା ନେଇଛନ୍ତି । ଏବେ ବିଜେପିର ମହା ଜନସମ୍ପର୍କ ଅଭିଯାନରେ ମହିଳା ମୋର୍ଚ୍ଚା ଯୋଡି ହୋଇଛି । ରାଜ୍ୟରେ କୋଣ ଅନୁକୋଣରେ ଆମେ ପହଞ୍ଚିବୁ । ଲୋକମାନଙ୍କୁ ମୋଦି ସରକାରଙ୍କର ଯୋଜନା ନେଇ ସକ୍ରିୟ କରିବୁ ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା ।

‘‘ମହିଳା ମାନଙ୍କ ପାଇଁ ମୋଦି ସରକାର ବହୁ ଯୋଜନା କରିଛନ୍ତି ଯାହା ହେଲା, କର୍ମଜୀବୀ ମହିଳାଙ୍କ ପାଇଁ ମାତୃତ୍ୱ ବନ୍ଦନା ଯୋଜନା । ଭ୍ରୁଣ ହତ୍ୟା ପାଇଁ ବେଟି ବଚାଉ ବେଟି ପଢ଼ାଅ ଯୋଜନା । ଝିଅଙ୍କୁ ପାଠ ପଢେଇବା ଓ ବଢ଼େଇବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଓଡ଼ିଶାର 14 ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଚୁଲି ଧୂଆଁରୁ ରକ୍ଷା କରିବା ପାଇଁ ଉଜ୍ଜ୍ୱଳା ଗ୍ୟାସରେ ସୁରକ୍ଷା ଦେଲେ । ମହିଳା ମାନେ ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଜନ ଧନ ଆକାଉଣ୍ଟ ଖୋଲିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାଙ୍କୁ ପ୍ରାଧାନ୍ୟ । ପିଇବା ପାଣି ପାଇଁ ହର ଘର ଜଳ ଯୋଜନା । ମହିଳା ଓ ଶିଶୁଙ୍କ ପାଇଁ ପୋଷଣ ଯୋଜନା ଓ ମିଲେଟ ମିଶନ । ଷ୍ଟାଟଅପରେ ମହିଳା ଉଦ୍ୟୋଗୀଙ୍କୁ ରିହାତି ଦେଇ ସୁଧ ଦିଆଯାଉଛି । ଏହିପରି ବହୁ ଯୋଜନା କରିଛନ୍ତି ମୋଦି ସରକାର । ହେଲେ ଏ ସବୁ ଲୋକମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ତାକୁ ନେଇ ଆମେ ସଚେତନ କରିବୁ ।’’ ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା ।

ସେହିପରି ରାଜ୍ୟ ସରକାରଙ୍କର ମନ୍ତ୍ରୀ ମାନେ ଓଡିଶାରେ କେତେ ସମ୍ମାନ ଦେଉଛନ୍ତି ମହିଳା ମାନଙ୍କୁ ତାର ଉଦାହରଣ ଦେଲା ବିଜେପି ମହିଳା ମୋର୍ଚ୍ଚା । ଦିବ୍ୟ ଶଙ୍କର ମିଶ୍ର, ଶ୍ରୀକାନ୍ତ ସାହୁ, ବିଜୟ ଶଙ୍କର ଦାସ, ଅରୁଣ ସାହୁ ଏବଂ ପ୍ରଣବ ବଳବନ୍ତରାୟଙ୍କ ଫଟୋ ଦେଖାଇ ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନରେ ମହିଳା ହିଂସା ହେଉଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟରେ ମହିଳା ହିଂସା ବଢୁଛି ଏହି ପ୍ରସଙ୍ଗକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଘର ଘରକୁ ଯିବ । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଖରେ ପହଞ୍ଚିବୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ କହିବୁ ଏବଂ ନୂଆ ଭୋଟରଙ୍କୁ ବିଜେପି ସହ ସାମିଲ କରିବୁ ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.