ETV Bharat / state

ମେ ୩୦ରୁ ମହାଜନସମ୍ପର୍କ ଅଭିଯାନ ଆରମ୍ଭ କରିବ ଜିଲ୍ଲା ବିଜେପି

author img

By

Published : May 23, 2023, 6:38 AM IST

ଭୁବନେଶ୍ୱର ସାଂଗଠନିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ । 2024 ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ମନମୋହନ ସାମଲ । ଅଧିକ ପଢ଼ନ୍ତୁ

bjp maha jansampark abhiyan
ବିଜେପିର ମହାଜନସମ୍ପର୍କ ଅଭିଯାନ
ବିଜେପିର ମହାଜନସମ୍ପର୍କ ଅଭିଯାନ

ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ 2024 ସାଧାରଣ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ମେ ୩୦ରୁ ଜୁନ ୩୦ ପର୍ଯ୍ୟନ୍ତ ମହାଜନ ସମ୍ପର୍କ ଅଭିଯାନ ଆରମ୍ଭ କରିବ ବିଜେପି । ବିଗତ 9 ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଜନା କେତେମାତ୍ରାରେ ଲୋକଙ୍କ ପାଖରେ ପହଞ୍ଚିଛି ଏବଂ ଆଗକୁ କେମିତି ପହଞ୍ଚିବ ସେନେଇ ବିଜେପି ଲୋକଙ୍କ ପାଖକୁ ଯିବ ।

ଏହା ମଧ୍ୟ ପଢ଼ନ୍ତୁ: Mahanadi Water Dispute: ଝାରସୁଗୁଡ଼ାରେ ପହଞ୍ଚିଲା ଟ୍ରିବ୍ୟୁନାଲ ଟିମ, କ୍ଷେତ୍ର ପରିଦର୍ଶନ ଜାରି

ଦୀର୍ଘ 1 ମାସ ପାଇଁ ସାଂଗଠନିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତି ଅନୁସାରେ ସବୁ କାର୍ଯ୍ୟକ୍ରମ କରାଯିବ । ଲୋକସଭା, ବିଧାନସଭା, ମଣ୍ଡଳ, ବୁଥ ଏବଂ ୱାର୍ଡ ସ୍ତରୀୟ କାର୍ଯ୍ୟକ୍ରମ ହେବ ବୋଲି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟର ସବୁ ପରିବାର ସହ ସମ୍ପର୍କ କରାଯିବ । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାର କିପରି ହଡ଼ପ କରି ନିଜ ନାମ ନେଉଛନ୍ତି ଏନେଇ ପ୍ରତ୍ୟେକ ବୁଥ୍‌କୁ ଯାଇ ଲୋକମାନଙ୍କୁ ସଚେତନ କରାଯିବ । ସାଂଗଠନିକ ଅଭିବୃଦ୍ଧି ସହ ମୋଦୀ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରଚାର କରାଯିବ । ସଂଗଠନର ପୁନର୍ବିନ୍ୟାସ କରାଯିବ ଏବଂ ବୃହତ ଲଢେଇ ପାଇଁ ପ୍ରସ୍ତୁତି କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଶା ମାଣ୍ଡିଆ ଖାଇବ ସାରା ଦୁନିଆ: ଦିନ ଥିଲା ମାଣ୍ଡିଆ ଗରିବଙ୍କ ଖାଦ୍ୟ, ଏବେ ପାଲଟିଛି ସମସ୍ତଙ୍କ ମନପସନ୍ଦ

ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ସାଂଗଠନିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ହୋଇଥିଲା । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ମନମୋହନ ସାମଲ କର୍ମକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । 2024 ସାଧାରଣ ନିର୍ବାଚନରେ ବିଜେପି କିପରି ମୁଖ୍ୟ ଭୂମିକା ଗ୍ରହଣ କରିବ, ସାଙ୍ଗଠନିକ ଜିଲ୍ଲା ବିଜେପି ସେଥିପାଇଁ ଉଦ୍ୟମ କରୁଛି । ରାଜ୍ଯରେ 23 ବର୍ଷରେ ଦୁର୍ନୀତି ସରକାରକୁ କେମିତି ହଟାଇବାକୁ ମଣ୍ଡଳ ସ୍ତରୀୟ ଆଲୋଚନା କରାଯାଇଛି । ସେହିପରି ଆନ୍ଦୋଳନକୁ କିପରି ବ୍ୟାପକ କରାଯିବ ତାହା ମଧ୍ଯ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଏଣିକି ଅନଲାଇନରେ ITI ଏବଂ ଡିପ୍ଲୋମା ସ୍ପଟ୍ ଆଡମିଶନ, ଧନ୍ଦାମୂଳକ ଶିକ୍ଷାକୁ ଫୋକସ୍

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.