ETV Bharat / state

ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ସହରାଞ୍ଚଳ ଜଳମଗ୍ନ; ଆନ୍ଦୋଳକୁ ଓହ୍ଲାଇବ ବିଜେପି - ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି

ଅସରାଏ ବର୍ଷାରେ ଟ୍ବିନ୍‌ସିଟି ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ଅନେକ ସହରାଞ୍ଚଳ ଜଳମଗ୍ନ ହୋଇଯାଉଛି । ଏହି ସମସ୍ୟା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି । ଏହାର ତୁରନ୍ତ ସମାଧାନ ନହେଲେ ବିଏମ୍‌ସି, ସିଏମ୍‌ସି ସମେତ ରାଜ୍ୟର ସମସ୍ତ ମ୍ୟୁନିସପାଲଟି ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି ଘୋଷଣା କରିଛି ବିଜେପି । ଅଧିକ ପଢ଼ନ୍ତୁ

ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ସହରାଞ୍ଚଳ ଜଳମଗ୍ନ

author img

By

Published : Jul 17, 2023, 9:00 PM IST

ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ସହରାଞ୍ଚଳ ଜଳମଗ୍ନ

ଭୁବନେଶ୍ବର: ଜଳବନ୍ଦୀରୁ ଭୁବନେଶ୍ବରବାସୀଙ୍କୁ ରକ୍ଷା କରିବା ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ହେଲେ ଖୋଦ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳର ସଦସ୍ୟ, ମେୟର, ପ୍ରଶାସନିକ ଅଧିକାରୀ ରହୁଥିବା ରାଜଧାନୀର ଅବସ୍ଥା ବେହାଲ । ଯଦି ରାଜଧାନୀରେ ଏଭଳି ଅବସ୍ଥା, ତାହାଲେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର ପରିସ୍ଥିତି ସହଜେ ଅନୁମେୟ । ବର୍ଷା ଦିନ ପୂର୍ବରୁ ପ୍ରଶାସନ ନଦୀବନ୍ଧର ସୁରକ୍ଷା ତଥା ସହରାଞ୍ଚଳର ପାଣି ନିଷ୍କାସନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହି କାରଣରୁ ଆଜି ଏଭଳି ଉତ୍କଟ ପରିସ୍ଥିତ ସୃଷ୍ଟି ହୋଇଛି । କଟକରେ ଜଣେ ୨୧ ବର୍ଷୀୟ ଯୁବକ ଖୋଲା ଡ୍ରେନରେ ପଡି ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖଦ ଘଟଣା । ଏଭଳି ପରିସ୍ଥିତିକୁ ନେଇ ବିଏମ୍‌ସି, ସିଏମ୍‌ସି ସମେତ ରାଜ୍ୟର ସମସ୍ତ ମ୍ୟୁନିସପାଲଟି ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି ଘୋଷଣା କରିଛି ବିଜେପି ।

'ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ସହରାଞ୍ଚଳ ଜଳମଗ୍ନ': ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, "ଗୋଟିଏ ପଟେ ଚାଷୀକୁଳ ବର୍ଷାକୁ ଅନାଇ ବସିଥିବାବେଳେ ଅନ୍ୟପଟେ ସାମାନ୍ୟ ବର୍ଷା ପାଣିରେ ରାଜ୍ୟବାସୀଙ୍କ ଜୀବନ ହନ୍ତସନ୍ତ । ମାତ୍ର କେଇ ଘଣ୍ଟା ବର୍ଷା ପାଣିରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମନୁଷ୍ୟକୃତ ବନ୍ୟା ବିପଦ ମାଡି ଆସିଛି । ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା କାରଣରୁ ଭୁବନେଶ୍ବର, କଟକ ସମେତ ଅନ୍ୟାନ୍ୟ ସହରାଞ୍ଚଳବାସୀ ଆଜି ପାଣି ଘେରରେ ରହିଛନ୍ତି । ନଦୀ ଶୁଖିଲା ପଡିଛି, କିନ୍ତୁ ମନୁଷ୍ୟକୃତ ବନ୍ୟାରେ ସମଗ୍ର ଓଡିଶା ଆଜି ଜଳମଗ୍ନ । ବର୍ଷାଦିନ ପୂର୍ବରୁ ପ୍ରଶାସନ ନଦୀବନ୍ଧର ସୁରକ୍ଷା ତଥା ସହରାଞ୍ଚଳର ପାଣି ନିଷ୍କାସନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକରିଥିବା କାରଣରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।" ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ମନୋଜ କହିଛନ୍ତି ।

'ସିଙ୍ଗାପୁରରେ ସମୟ କଟାଉଥିଲେ ମେୟର': ମନୋଜ ଆହୁରି ମଧ୍ୟ କହିଛନ୍ତି, "ଭୁବନେଶ୍ବର ଓ କଟକ ମହାନଗରରେ ଏଭଳି ଜଳବନ୍ଦୀ ସମସ୍ୟା ଆସିବା ପୂର୍ବରୁ ମେୟର ଓ ଅନ୍ୟମାନେ ସର୍ବଦଳୀୟ ବୈଠକ ଡାକିବା, ସମସ୍ତ ବିଭାଗ ସହିତ ସମନ୍ବୟ ରଖି ଅଧିକାରୀମାନଙ୍କ ସହ ଆଲୋଚନା କରିବା ବଦଳରେ ନିଜର ସ୍ବାର୍ଥ ସାଧନ ପାଇଁ ସିଙ୍ଗାପୁରରେ ସମୟ କଟାଉଥିଲେ । ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଅସରାଏ ବର୍ଷାରେ ଭୁବନେଶ୍ବର, କଟକ, ଭଦ୍ରକ ସମେତ ଅନ୍ୟାନ୍ୟ ସହରାଞ୍ଚଳରେ ରାସ୍ତା ଉପରେ ପାଣି ଲହଡି ମାରିବା ସହ ମୁକୁଳା ଡ୍ରେନରେ ପଡି ଲୋକଙ୍କ ଜୀବନ ଯାଉଛି । ଗତକାଲି କଟକରେ ଜଣେ ୨୧ ବର୍ଷୀୟ ଯୁବକ ଖୋଲା ଡ୍ରେନରେ ପଡିଯାଇ ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖଦ ଘଟଣା । ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିବା ସତ୍ତ୍ବେ ସାମାନ୍ୟ ବର୍ଷା ପାଣିରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଜଳବନ୍ଦୀରୁ ଭୁବନେଶ୍ବରବାସୀଙ୍କୁ ରକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ୨୦୧୪ରେ ଘୋଷଣା କରିଥିଲେ । ଏଥିପାଇଁ ୨୦୧୮ ମସିହାରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।" ଏହି ଟଙ୍କା ଯଦି ଖର୍ଚ୍ଚ ହୋଇଛି, ତାହାଲେ ଅସରାଏ ବର୍ଷାରେ କାହିଁକି ରାଜଧାନୀ ଜଳବନ୍ଦୀ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ବ୍ୟାପକ ଦୁର୍ନୀତି ଏବଂ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ଏଭଳି ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବା ସ୍ବାଭାବିକ ବୋଲି କହିଛନ୍ତି ବିଜେପି ମୁଖପାତ୍ର ।

ଏହା ମଧ୍ୟ ପଢ଼ନ୍ତୁ...ବନ୍ଧୁ ଘର ବୁଲି ଆସିଥିଲେ, ମୁକୁଳା ଡ୍ରେନରେ ପଡି ଚାଲିଗଲା ଯୁବକଙ୍କ ଜୀବନ

ଆନ୍ଦୋଳନକୁ ଓହ୍ଲାଇବ ବିଜେପି: ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଜନଶୁଣାଣୀର ନୂଆ ଭେଳିକି ଆରମ୍ଭ କରିଛନ୍ତି । ବର୍ଷାଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କାହିଁକି ସମୀକ୍ଷା କରିଲେ ନାହିଁ ? ମୁଖ୍ୟମନ୍ତ୍ରୀ କଣ ଅଜ୍ଞାତ ବାସରେ ଅଛନ୍ତି କି ? ଯଦି ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ବିଭିନ୍ନ ଜିଲ୍ଲା ବୁଲାଇ ଜନଶୁଣାଣୀ କରିବା ପାଇଁ ପଠାଉଛନ୍ତି, ତାହେଲେ ପାଣି ଘେରରେ ଥିବା ସହରାଞ୍ଚଳବାସୀଙ୍କ ସମସ୍ୟାର ଜନଶୁଣାଣି କେବେ ହେବ ? ତଥାକଥିତ 'ଟି-କନସେପ୍ଟ'ରେ ଜଳବନ୍ଦୀ ସମସ୍ୟାର ସମାଧାନ ଆସୁଛି ନା ନାହିଁ ? ସାମାନ୍ୟ ବର୍ଷା ପାଣିରେ ବୈତରଣୀରେ ନଦୀ ବନ୍ଧ ଭାଙ୍ଗିବା, ଜଗତସିଂହପୁର ମାଛଗାଁ କେନାଲ ବନ୍ଧ ଭାଙ୍ଗିଯିବା ଘଟଣା ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନିତୀକୁ ପ୍ରମାଣ କରିଛି । କେବଳ ଏହି ଦୁଇ ବନ୍ଧ ନୁହେଁ ବରଂ ବିଭିନ୍ନ ଜିଲ୍ଲାର ନଦୀବନ୍ଧର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବି ନିମ୍ନମାନର କାମ ପାଇଁ ମାତ୍ର ଅଳ୍ପଦିନରେ ଭୁଶୁଡି ପଡୁଛି ।" ରାଜ୍ୟ ସରକାର ମନୁଷ୍ୟକୃତ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନକରିଲେ ଆଗାମୀ ଦିନରେ ବିଜେପି ତରଫରୁ ବିଏମ୍‌ସି, ସିଏମ୍‌ସି ସମେତ ରାଜ୍ୟର ସମସ୍ତ ମ୍ୟୁନିସପାଲଟି ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.