ETV Bharat / state

ଅର୍ଚ୍ଚନା ଓ ଧର୍ମେନ୍ଦ୍ର ସାହୁ ମାମଲା: ଆସନ୍ତା ୩୧ରେ ନବୀନ ନିବାସ ଘେରିବ ବିଜେପି

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ମାମଲା । ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା ବାଟରେ ଯିବ ବୋଲି କହୁଥିବା ବେଳେ ଏହି ଦୁଇଟି ଘଟଣାରେ ସେମିତି କିଛି ହେଉନାହିଁ । ଏଣୁ ମୁଖ୍ୟମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବାକୁ ବିଜେପି ଆସନ୍ତା ୩୧ରେ ନବୀନ ନିବାସ ଘେରିବ ବୋଲି କହିଛି । ଅଧିକ ପଢନ୍ତୁ

author img

By

Published : Oct 23, 2022, 4:19 PM IST

Updated : Oct 23, 2022, 9:15 PM IST

ଅର୍ଚ୍ଚନା ଓ ଧର୍ମେନ୍ଦ୍ର ମାମଲା: ଆସନ୍ତା 31ରେ ନବୀନ ନିବାସ ଘେରିବ ବିଜେପି

ଭୁବନେଶ୍ବର: ଅର୍ଚ୍ଚନା ନାଗ କେଳେଙ୍କାରୀ ଏବଂ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା । ଏହି ୨ଟି ବହୁଚର୍ଚ୍ଚିତ ମାମଲାରେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ଏବଂ ପୋଲିସର ତଦନ୍ତ ସଠିକ ଭାବେ ଚାଲୁନଥିବା ଅଭିଯୋଗ କରି ଅହୋରାତ୍ର ସତ୍ୟାଗ୍ରହ କରୁଛି ବିଜେପି । ଦଳୀୟ ନେତା ସମ୍ପୃକ୍ତି ଥିବାରୁ ବିଜେଡିର କିଛି ପାୱାରଫୁଲ ନେତା ପୋଲିସ ଉପରେ ଚାପ ପକାଉଥିବାବେଳେ, ମୁଖ୍ୟମନ୍ତ୍ରୀ ଚୁପ ରହିଥବା ବିଜେପିର ଅଭିଯୋଗ । ଏଣୁ ଆସନ୍ତା ୩୧ରେ ମୁଖ୍ୟମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବାକୁ ବିଜେପି ନବୀନ ନିବାସ ଘେରାଉ କରିବ ବୋଲି କହିଛି ।

ଏ ନେଇ ବିଜେପି ମୁଖପାତ୍ର ପୃଥ୍ବୀରୀଜ ରହିଚନ୍ଦନ କହିଛନ୍ତି, " ଅର୍ଚ୍ଚନା ନାଗ କେଳେଙ୍କାରୀରେ ଅନେକ ଶାସକ ଦଳର ମନ୍ତ୍ରୀ ଓ ନେତା ସମ୍ପୃକ୍ତ ଥିବା ଏବଂ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ରହିଛି । ଏ ସମସ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ତେବେ ତାଙ୍କ ନିଦ୍ରା ଭଙ୍ଗ କରିବା ଲାଗି ୩୧ ତାରିଖରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ନବୀନ ନିବାସ ଘେରିବେ । ବିଜେପି କର୍ମୀମାନେ ବାଦ୍ୟଯନ୍ତ୍ର ନେଇ ଏହି ଘେରାଉ କରିବେ ।"

ଅର୍ଚ୍ଚନା ଓ ଧର୍ମେନ୍ଦ୍ର ସାହୁ ମାମଲା: ଆସନ୍ତା ୩୧ରେ ନବୀନ ନିବାସ ଘେରିବ ବିଜେପି

ଏହା ବି ପଢନ୍ତୁ- ଅର୍ଚ୍ଚନା ଓ ଧର୍ମେନ୍ଦ୍ର ମାମଲା: ତଦନ୍ତକୁ ନେଇ ପ୍ରେସମିଟରେ ଗର୍ଜିଲା ବିଜେପି, ଆସନ୍ତାକାଲିଠୁ ଅହରାତ୍ର ସତ୍ୟାଗ୍ରହ

ଏହାସହିତ ବିଜେପି ପୋଲିସ ପ୍ରଶାସନକୁ ୪୮ ଘଣ୍ଟାର ମହଲତ ଦେଇଛି । ଯଦି ୪୮ ଘଣ୍ଟା ଭିତରେ ପୋଲିସର ନୈତିକତାରେ ସୁଧାର ଆସିବ ନାହିଁ ଏବଂ ପୋଲିସ ନିଜର ଦାୟିତ୍ବ ଶାସକ ଦଳରେ ଚାପରେ ଆସି ତଦନ୍ତକୁ ଅଣଦେଖା କରିବା ସହ ବାଟବଣା କରି ଭୁଲ ରାସ୍ତାରେ ଚଳାଇବ ତେବେ ରାଜ୍ୟ ସାରା ବୁଦ୍ଧିଜୀବୀ ବର୍ଗ, ଶିକ୍ଷିତ ଲୋକ, କୃଷକ, ଛାତ୍ରଛାତ୍ରୀଙ୍କ ଠାରେ ଜାଗରଣ ସୃଷ୍ଟି କରିବା ପାଇଁ ବିଜେପି ବିଭିନ୍ନ ସବଡିଭିଜନ ଓ ଜିଲ୍ଲା ସ୍ତରରେ ଆନ୍ଦୋଳନକୁ ତୀବ୍ରତର କରିବ । ୪୮ ଘଣ୍ଟା ପରେ ଜାଗରଣ ସୃଷ୍ଟି କରିବା ପାଇଁ ଏହି ଅଭିଯାନ ଆରମ୍ଭ କରିବ ବିଜେପି ।

ବିଜେପି ଅଭିଯୋଗ କରିଛି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା ବାଟରେ ଯିବ ବୋଲି କହୁଥିବାବେଳେ ଏହି ଦୁଇଟି ଘଟଣାରେ ସେମିତି କିଛି ହେଉନାହିଁ । ବ୍ଲାକମେଲର ଅର୍ଚ୍ଚନା କେସରେ ବିନା ତୃତୀୟ ମହଲା ଓ ବଡ ବଡିଆଙ୍କ ସମ୍ପୃକ୍ତିରେ ଏତେ ବଡ ସାମ୍ରାଜ୍ୟ ସମ୍ଭବ ନଥିଲା ବୋଲି କହିଛି ବିଜେପି । ଯେଉଁ ବଡ ବଡ ନେତା ଓ ମନ୍ତ୍ରୀ ସାମିଲ ଅଛନ୍ତି ସେମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଉ । କେବଳ ଅର୍ଚ୍ଚନାକୁ ଜେଲରେ ରଖିଦେଲେ ହେବ ନାହିଁ, ଯାହାଙ୍କ ଇସାରାରେ ଏତେ ଟଙ୍କା ଏକାଠି କରିପାରିଲେ ଅର୍ଚ୍ଚନା ତାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି । ଏହି ଦୁଇଟି ଘଟଣାରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ୪୮ ଘଣ୍ଟା ସମୟ ଦେଇଛି ବିଜେପି ।

ସୂଚନା ଥାଉ କି, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଓ ଅର୍ଚ୍ଚନା ନାଗ ସହିତ ଶାସକଦଳ ବିଧାୟକ ଓ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗର ଆହୋରାତ୍ର ଧାରଣ ଦେଇଥିଲା ବିଜେପି । ପ୍ରତିବାଦ ଆଜି ଶେଷ ହୋଇଥିବା ବେଳେ ଦୁଇ ଘଟଣାରେ କାର୍ଯ୍ୟାନଷ୍ଠାନ ପାଇଁ ବିଜେପି ୪୮ ଘଣ୍ଟାର ମହଲତ ଦେଇଛି । ଏହି ଆନ୍ଦୋଳନ ଶନିବାର ଆରମ୍ଭ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 23, 2022, 9:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.