ETV Bharat / state

ୟୁନିଟ 9 ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲା ବିଜେପି ଟିମ - ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ

ରମାଦେବୀ ଯୁକ୍ତ ଦୁଇ କଲେଜ ୟୁନିଟ 9 ବିଦ୍ୟାଳୟରେ ମିଶିଯିବା ପ୍ରସଙ୍ଗରେ ଆଜି ବିଜେପି ର ଏକ ଟିମ ପରିଦର୍ଶନ କରିଛି। ଗତକାଲି ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ୟୁନିଟ 9 ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକମାନେ ବିକ୍ଷୋଭ କରିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ବିଜେପିର ଏକ ଟିମ ୟୁନିଟ 9 ବାଳିକା ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଅଧିକ ପଢନ୍ତୁ

ୟୁନିଟ 9 ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲା ବିଜେପି ଟିମ

author img

By

Published : Jul 18, 2023, 9:27 PM IST

ୟୁନିଟ 9 ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲା ବିଜେପି ଟିମ

ଭୁବନେଶ୍ବର: ୟୁନିଟ 9 ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜେପି ଟିମ। ରମାଦେବୀ ଯୁକ୍ତ ଦୁଇ କଲେଜ ୟୁନିଟ 9 ବିଦ୍ୟାଳୟରେ ମିଶିଯିବା ପ୍ରସଙ୍ଗରେ ଆଜି ବିଜେପିର ଏକ ଟିମ ଉକ୍ତ ବିଦ୍ୟାଳୟ ପରିଦର୍ଶନ କରିଛି। ସ୍କୁଲ ବଞ୍ଚିଲେ କଲେଜ ବଞ୍ଚିବ ବୋଲି କହିଛି ବିଜେପି।

ରମାଦେବୀ ଯୁକ୍ତ ଦୁଇ କଲେଜ ୟୁନିଟ 9 ବିଦ୍ୟାଳୟରେ ମିଶିଯିବା ପ୍ରସଙ୍ଗରେ ଆଜି ବିଜେପି ର ଏକ ଟିମ ପରିଦର୍ଶନ କରିଛି। ଗତକାଲି ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ୟୁନିଟ 9 ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକମାନେ ବିକ୍ଷୋଭ କରିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ବିଜେପିର ଏକ ଟିମ ୟୁନିଟ 9 ବାଳିକା ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ଏହାବି ପଢନ୍ତୁ- ରମାଦେବୀ ବିଶ୍ଵବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ବିଜେପି କହିଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରତି ନିଜେ ରାଜ୍ୟ ସରକାର ଷଡଯନ୍ତ୍ର କରୁଛନ୍ତି। ସେହି ଷଡଯନ୍ତ୍ରର ଶିକାର ହେବାକୁ ଯାଉଛି ୟୁନିଟ 9 ବାଳିକା ଉଚ୍ଚ ବିଦ୍ୟାଳୟ। ଛାତ୍ରୀ ପୂର୍ବତନ ଛାତ୍ରୀ, ଅଭିଭାବକ ସମସ୍ତେ ଦୁଃଖିତ। ଏଠାରେ ପ୍ରତିବର୍ଷ ସତ ପ୍ରତିଶତ ଫଳ ମଧ୍ୟ ହେଉଛି। ସରକାର କଣ ପାଇଁ ଷଡଯନ୍ତ୍ର କରୁଛନ୍ତି ? ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ। ଏହାକୁ ଦେଖିବାକୁ ଆସିଥିଲୁ। ଆମେ ସମସ୍ତଙ୍କ ସହ ଆଲୋଚନା କରିଛୁ। ସରକାରଙ୍କ ଷଡଯନ୍ତ୍ର କିଛି ବୁଝା ପଡୁନି। ଏହା ପଛର ରହସ୍ୟ କଣ ? ବେସରକାରୀ ସଂସ୍ଥାକୁ ଦେଇ ଦେବା ପାଇଁ ନା ଉଚ୍ଚ ଶିକ୍ଷା କଥା କୁହାଯାଉଛି। ଆଗେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ବ ଦିଅନ୍ତୁ ସରକାର। 1967 ମସିହାର ସ୍କୁଲ ଏହି ସ୍କୁଲ ରହୁ, ଆମେ ଆଲୋଚନା କରି ଆଗାମୀ ଦିନର କାର୍ଯ୍ୟକ୍ରମ ଗ୍ରହଣ କରିବୁ। ପୂର୍ବରୁ ଆଇଏଏସ ମାନଙ୍କ ପାଇଁ ଏହି ଜମି ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିଲା, ପରେ ପ୍ରତିକ୍ରିୟା ପ୍ରକାଶ ପାଇଲା ଆଉ ଏବେ ରମାଦେବୀ ବିଶ୍ଵବିଦ୍ୟାଳୟ କଥା ଯୋଡିକି କୁହାଯାଉଛି। କିନ୍ତୁ ସ୍କୁଲ ବଞ୍ଚିଲେ କଲେଜ ବଞ୍ଚିବ ବୋଲି ଦଳ କହିଛି ।

ସୂଚନା ଅନୁଯାୟୀ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ। ରମାଦେବୀ ମହିଳା ଉଚ୍ଚ ବିଦ୍ୟାଳୟ ୟୁନିଟ 9 ବାଳିକା ସ୍କୁଲ କୁ ସ୍ଥାନାନ୍ତର କରାଯିବ। ଏନେଇ ଚାଲିଛି ପ୍ରସ୍ତୁତି। ୟୁନିଟ 9 ର ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୟୁନିଟ 9 ସରକାରୀ ବାଳକ ବିଦ୍ୟାଳୟରେ ସାମିଲ କରାଯିବ। ଏହା ସହ ୟୁନିଟ 9 ବାଳିକା ଉଚ୍ଚ ବିଦ୍ୟାଳୟ ଓ ରାମା ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ଉନ୍ନତ ପାଇଁ ଭିତ୍ତିଭୂମିର ସହ ନୂତନ ଶ୍ରେଣୀଗୃହ ପ୍ରସ୍ତୁତି କରିବା ସହ ଅଡିଟୋରିୟମ୍, ଲାଇବ୍ରେରୀ ପ୍ରସ୍ତୁତ କରାଯିବ। ଏହା ସହ ବିଜ୍ଞାନ ଲାବୋରେଟୋରୀ, ହଷ୍ଟେଲ ଇତ୍ୟାଦି ନିର୍ମାଣ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.