ETV Bharat / state

ଅର୍ଚ୍ଚନା ଓ ଧର୍ମେନ୍ଦ୍ର ମାମଲା: ତଦନ୍ତକୁ ନେଇ ପ୍ରେସମିଟରେ ଗର୍ଜିଲା ବିଜେପି, ଆସନ୍ତାକାଲିଠୁ ଅହରାତ୍ର ସତ୍ୟାଗ୍ରହ

author img

By

Published : Oct 21, 2022, 7:11 PM IST

ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ ଏବଂ ଧର୍ମେନ୍ଦ୍ର ମୃତ୍ୟୁ ଘଟଣାରେ ଗର୍ଜିଲା ବିଜେପି । ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ପୃଥ୍ବୀରାଜ । ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶା ପୋଲିସ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ତାଙ୍କ ନିଦ ଭାଙ୍ଗିବା ଲାଗି ଶନିବାର ଠାରୁ ଅହରାତ୍ର ସତ୍ୟାଗ୍ରହ ଆରମ୍ଭ କରିବ ବିଜେପି । ଦେଖନ୍ତୁ ଏହି ରିପୋର୍ଟ

ଅର୍ଚ୍ଚନା ଓ ଧର୍ମେନ୍ଦ୍ର ମାମଲା: ତଦନ୍ତକୁ ନେଇ ପ୍ରେସମିଟରେ ଗର୍ଜିଲା ବିଜେପି, ଆସନ୍ତାକାଲିଠୁ ଅହରାତ୍ର ସତ୍ୟାଗ୍ରହ
ଅର୍ଚ୍ଚନା ଓ ଧର୍ମେନ୍ଦ୍ର ମାମଲା: ତଦନ୍ତକୁ ନେଇ ପ୍ରେସମିଟରେ ଗର୍ଜିଲା ବିଜେପି, ଆସନ୍ତାକାଲିଠୁ ଅହରାତ୍ର ସତ୍ୟାଗ୍ରହ

ଭୁବନେଶ୍ବର: ବ୍ଲାକମେଲର ଅର୍ଚ୍ଚନା ନାଗ ଏବଂ ଧର୍ମେନ୍ଦ୍ର ମୃତ୍ୟୁ ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଆଇନ ତା ବାଟରେ ଯିବାକୁ ରାସ୍ତା ପରିସ୍କାର କରନ୍ତୁ ରାଜ୍ୟ ସରକାର । ଧର୍ମେନ୍ଦ୍ର ମୃତ୍ୟୁ ମାମଲାରେ ଗଣଶିକ୍ଷା ମନ୍ତ୍ରୀଙ୍କ ସିଧା ସିଧା ସମ୍ପୃକ୍ତି ଥିବା ନେଇ ଫୋନ ଅଡିଓ ଆସିବା ପରେ ମଧ୍ୟ କାହିଁକି ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଖାଲି ସେତିକି ନୁହେଁ, ଧର୍ମେନ୍ଦ୍ରଙ୍କ ଆକାଉଣ୍ଟରୁ ୨ ମାସରେ ୨୫ରୁ ୩୦ ଲକ୍ଷ ଟଙ୍କା ମନ୍ତ୍ରୀଙ୍କ ପାଖକୁ କେଉଁ ପରିସ୍ଥିତିରେ ଟ୍ରାଞ୍ଜାକସନ ହେଲା ଏହାର ତଦନ୍ତ କରାଯାଉ । ମୃତ୍ୟୁକାଳୀନ ଜମାନବନ୍ଦୀ ଭାବେ ଏହି ଫୋନ ରେକର୍ଡିଂକୁ ନିଆଯାଇ ମନ୍ତ୍ରୀ ସମୀର ଦାସଙ୍କୁ ଜେରା କରାଯାଉ ବୋଲି ଦାବି କରିଛି ବିଜେପି ।

ସେହିପରି ବ୍ଲାକମେଲର ଅର୍ଚ୍ଚନା କେସରେ ବିନା ତୃତୀୟ ମହଲା ଓ ବଡ ବଡିଆଙ୍କ ସମ୍ପୃକ୍ତିରେ ଏତେ ବଡ ସାମ୍ରାଜ୍ୟ ସମ୍ଭବ ନଥିଲା ବୋଲି କହିଛି ବିଜେପି । ଯେଉଁ ବଡ ବଡ ନେତା ଓ ମନ୍ତ୍ରୀ ସାମିଲ ଅଛନ୍ତି ସେମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଉ । କେବଳ ଅର୍ଚ୍ଚନାକୁ ଜେଲରେ ରଖିଦେଲେ ହେବ ନାହିଁ, ଯାହାଙ୍କ ଇସାରାରେ ଏତେ ଟଙ୍କା ଏକାଠି କରିପାରିଲେ ଅର୍ଚ୍ଚନା ତାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି । ଏହି ଦୁଇଟି ଘଟଣାରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ 48 ଘଣ୍ଟା ସମୟ ଦେଇଛି ବିଜେପି । ଆସନ୍ତାକାଲି ଠାରୁ କମିଶନରେଟ ପୋଲିସ କାର୍ଯ୍ୟାଳୟ ଆଗରେ ଅହରାତ୍ର ସତ୍ୟାଗ୍ରହ ଆରମ୍ଭ କରିବ ବିଜେପି ।

ଏହା ମଧ୍ୟ ପଢନ୍ତୁ: Archana Nag case: ପ୍ରସଙ୍ଗ ବିଧାନସଭାରେ ଉଠାଇବୁ, ସରକାରଙ୍କୁ ଜବାବ ମାଗିବୁ: ତାରା

ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା ବାଟରେ ଯିବ ବୋଲି କହୁଥିବା ବେଳେ ଏହି ଦୁଇଟି ଘଟଣାରେ ସେମିତି କିଛି ହେଉନାହିଁ । ଅନ୍ୟପକ୍ଷରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରଶ୍ନ କରିଥିଲେ ମଧ୍ୟ ସେ ଏହାକୁ ମୁହଁ ଆଡେଇ ଚାଲିଯାଉଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ବଡ ପ୍ରଶ୍ନ ପୋଲିସ କାହିଁକି ଚୁପ । କାହିଁକି ନିରବତା ଅବଲମ୍ବନ କରୁଛି ପୋଲିସ । କଣ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଅଛି ବୋଲି । ଧର୍ମେନ୍ଦ୍ର ମାମଲାରେ ମନ୍ତ୍ରୀ ସମୀର ଦାସ ଏବଂ ଅର୍ଚ୍ଚନା ମାମଲାରେ ବିଜେଡିର ବଡବଡ ନେତା ମନ୍ତ୍ରୀ ସାମିଲ ଥିବାରୁ ପୋଲିସ ଜାଣିଶୁଣି ଚୁପ ରହୁନାହିଁ ତ ?

ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନା ନାଗ ମାମଲା: ବହୁ ବିଜେପି ଓ ବିଜେଡି ନେତା ସାମିଲ, ପୋଲିସ ସ୍ଥାଣୁ ପାଲଟିଛି କହିଲେ ତାରା

ସେପଟେ ଆଇନ ଶୃଙ୍ଖଳା ନେଇ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ସରକାରୀ ଦଳ ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ଓଡ଼ିଶାବାସୀ ଜାଣିଛନ୍ତି ବେଆଇନ କାମକୁ ମୁଖ୍ୟମନ୍ତ୍ରୀ କେବେ ପ୍ରଶୟ ଦିଅନ୍ତି ନାହିଁ । ସବୁବେଳେ ଜିରୋ ଟୋଲରାନ୍ସ ନିତି ଆପଣାଇଥାନ୍ତି । ଆଇନ ଶୁଙ୍ଖଳା କଥା ଆସିଲେ ମୁଖ୍ୟମନ୍ତ୍ରୀ କାହାକୁ ଘଣ୍ଟ ଘୋଡାଇବାର ନଜିର ନାହିଁ କି ଆଗକୁ ମଧ୍ୟ ଆସିବ ନାହିଁ । ଆଇନ ତା ବାଟରେ ଯିବ । ତଦନ୍ତ ଚାଲିଛି । ଧାର୍ଯ୍ୟ ଧରି ସମୟକୁ ଅପେକ୍ଷା କରନ୍ତୁ । ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ । ତେଣୁ ସେମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ।"

ଏହା ମଧ୍ୟ ପଢନ୍ତୁ: Archana Scandal: ଅଶ୍ବିନୀ ପାତ୍ର କହିଲେ ଅର୍ଚ୍ଚନା ଅଳିଆ ଗଦା, ଯିଏ ନିଆଁ ଖାଇଛି ସେ ଅଙ୍ଗାର

ଦିନ ପରେ ଦିନ ଗଡିଚାଲିଛି । ଏହି ଦୁଇଟି ମାମଲାରେ ପୋଲିସର ତଦନ୍ତ ଯେଉଁଠି କି ସେଇଠି । ଧର୍ମେନ୍ଦ୍ର ମାମଲାରେ ପୋଲିସ ମନ୍ତ୍ରୀଙ୍କୁ ଜେରା ନ କରିବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡା କରିଛି । ସେପଟେ ଅର୍ଚ୍ଚନା ବ୍ଲାକମେଲ ମାମଲାରେ ଯେଉଁ ନେତା ମନ୍ତ୍ରୀ ଓ ଅଫିସରଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି ସେନେଇ ମଧ୍ୟ ଆଖିଦୃଶିଆ ତଦନ୍ତ କରିନାହିଁ ପୋଲିସ । ଯାହା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.