ETV Bharat / state

କେତେ ମହିଳାଙ୍କୁ ସଂରକ୍ଷଣ ଦେଇଛନ୍ତି ବିଜେଡି ସରକାର: ବିଜେପି

author img

By ETV Bharat Odisha Team

Published : Sep 6, 2023, 7:56 PM IST

ମହିଳା ସଂରକ୍ଷଣ ବିଲ ନେଇ ବିଜେଡି ଉପରେ ବର୍ଷିଲା ବିଜେପି । ବିଧାନସଭାଠୁ ଆରମ୍ଭ କରି ରାଜ୍ୟସଭା ପର୍ଯ୍ୟନ୍ତ ବିଜେଡି ସରକାର ମହିଳାଙ୍କୁ କେତେ ସଂରକ୍ଷଣ ଦେଇଛନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ଵର୍ଯ୍ୟା ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ଅଧିକ ପଢ଼ନ୍ତୁ

women reservation bill
ମହିଳା ସଂରକ୍ଷଣ ବିଲ

ମହିଳା ସଂରକ୍ଷଣ ବିଲ

ଭୁବନେଶ୍ବର: ମହିଳା ସଂରକ୍ଷଣ ବିଲ ନେଇ ବିଜେଡି ଉପରେ ବର୍ଷିଲା ବିଜେପି । ବିଧାନସଭାଠୁ ଆରମ୍ଭ କରି ରାଜ୍ୟସଭା ପର୍ଯ୍ୟନ୍ତ ବିଜେଡି ସରକାର ମହିଳାଙ୍କୁ କେତେ ସଂରକ୍ଷଣ ଦେଇଛନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ଵର୍ଯ୍ୟା ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ମହିଳା ସଂରକ୍ଷଣ ବିଲକୁ ନେଇ ବିଜେଡି ବେଶ ଆଶାବାଦୀ ଅଛି । ସଂସଦର ଆସନ୍ତା ଅଧିବେଶନରେ ଯଦି ଏହି ବିଲ ପାରିତ ହେଉଛି ସଂସଦରେ ତାହା ଶୁଭଙ୍କର ବିଷୟ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

ଏହା ମଧ୍ୟ ପଢ଼ନ୍ତୁ: Parliament Special Session: ମହିଳା ସଂରକ୍ଷଣ ବିଲ ନେଇ ବଢିଲା ଆଶା, ଦାବି କରିଥିଲା ବିଜେଡି

ଏହାର ପ୍ରତିକ୍ରିୟା ରଖି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ଵର୍ଯ୍ୟା ବିଶ୍ୱାଳ କହିଛନ୍ତି, "ବିଜେଡି ମହିଳାଙ୍କୁ କେତେ ପ୍ରତିଶତ ସଂରକ୍ଷଣ ଦେଇଛି? ମହିଳାମାନଙ୍କ ବିକାଶ ଉପରେ ବିଜେପି ସବୁବେଳେ ଗୁରୁତ୍ବ ଦେଇ ଆସିଛି । ବିଜେଡି ଯାହା କୁହେ ତାହା କରେ ନାହିଁ । ବିଶ୍ୱରେ ରାଜନୀତି କ୍ଷେତ୍ରରେ ଭାରତକୁ ଦେଖିଲେ ମହିଳାଙ୍କ ଅଂଶ କମ ଅଛି । ଏହାକୁ ବଢାଇବା ଲାଗି ବିଜେପି ସରକାର ପ୍ରତିବଦ୍ଧ । ଭାରତୀୟ ଜନତା ପାର୍ଟିର ସାଂଗଠନିକ ପୋଷ୍ଟରେ 33% ମହିଳା ଅଛନ୍ତି । ରାଜ୍ୟସଭା ପ୍ରତିନିଧିମାନଙ୍କ ମଧ୍ୟରେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛି ବିଜେପି । ମହିଳାମାନେ କେମିତି ଆଗକୁ ଯିବେ ସେନେଇ ଭାରତୀୟ ଜନତା ପାର୍ଟି କାମ କରିଥାଏ । ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ । ଅଳ୍ପ ଦିନ ମଧ୍ୟରେ ବିଲ ଆସିପାରେ । କିନ୍ତୁ ରାଜନୀତିରେ ଭାରତୀୟ ଜନତା ପାର୍ଟିରେ ମହିଳାଙ୍କୁ ପ୍ରୋତ୍ସାହନ ମିଳି ଆସୁଛି ।"

ଏହା ମଧ୍ୟ ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ: ସମର୍ଥନ କଲା ବିଜେପି

ଏହା ମଧ୍ୟ ପଢ଼ନ୍ତୁ: RajyaSabha: ସଂସଦରେ ବିଜେଡି ପୁଣି ଉଠାଇଲା ମହିଳା ସଂରକ୍ଷଣ ଦାବି

ଐଶ୍ଵର୍ଯ୍ୟା ବିଶ୍ୱାଳ ଆହୁରି ମଧ୍ୟ କହିଛନ୍ତି, ବିଜେଡି ଯେତେବେଳେ ମହିଳା ସଂରକ୍ଷଣ କଥା କହେ, ମୋତେ ହସ ଲାଗେ । ବିଧାନସଭାଠୁ ଆରମ୍ଭ କରି ରାଜ୍ୟସଭା ପର୍ଯ୍ୟନ୍ତ କେତେ ମହିଳାଙ୍କୁ ସଂରକ୍ଷଣ ଦେଇଛନ୍ତି ବିଜେଡି ସରକାର? ଗୋଟିଏ ଆଞ୍ଚଳିକ ଦଳ ହୋଇ ମହିଳାଙ୍କୁ ସଂରକ୍ଷଣ ଦେଇ ପାରିଥାନ୍ତେ । ବିଧାୟକ କଥା କୁହନ୍ତୁ ଅବା ମନ୍ତ୍ରୀମଣ୍ଡଳ କଥା, 33% ମହିଳା କାହାନ୍ତି? ଯଦି ସେ କରି ପାରୁନାହାନ୍ତି, ତେବେ କହିବା ମଧ୍ୟ ଉଚିତ ନୁହେଁ ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ଵର୍ଯ୍ୟା ବିଶ୍ୱାଳ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.