ETV Bharat / state

OCA ନିର୍ବାଚନରେ ବିଜେଡ଼ି ନେତା ସାମିଲ ଅର୍ଥ ଦୁର୍ନୀତିକୁ ପ୍ରଶୟ ଦେବା: ବିଜେପି - ପୃଥ୍ବୀରାଜ ହରିଚନ୍ଦନ

ଓଡ଼ିଶା କ୍ରିକେଟ ଆସୋସିଏସନ ନିର୍ବାଚନରେ ପ୍ରାର୍ଥୀ ଭାବେ ଶାସକ ଦଳ ନେତା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଏହି ନିର୍ବାଚନରେ ବିଜେଡ଼ି ନେତା ସାମିଲ ଅର୍ଥ ଦୁର୍ନୀତିକୁ ପ୍ରଶୟ ଦେବ ବୋଲି ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ

ବିଜେପିର ଅଭିଯୋଗ ପରେ ବିଜେଡ଼ିର ପ୍ରତିକ୍ରିୟା, ଓସିଏ ପୂର୍ବରୁ ବି ରାଜନେତାଙ୍କ ହାତକୁ ଯାଇଛି

author img

By

Published : Oct 21, 2022, 9:10 PM IST

ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏ ନିର୍ବାଚନ । ରାଜ୍ୟ ସରକାରଙ୍କ ପ୍ରତିନିଧି ଏହି ନିର୍ବାଚନରେ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କ୍ରୀଡା କ୍ଷେତ୍ରରେ ଶାସକ ଦଳର ପ୍ରତିନିଧି ସାମିଲ ହୋଇ ଦୁର୍ନୀତିର ରାସ୍ତା ତିଆରି କରୁଥିବା କହିଛି ବିଜେପି । ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେଡ଼ି । ଓସିଏ ପୂର୍ବରୁ ମଧ୍ୟ ରାଜନୈତିକ ଲୋକଙ୍କ ହାତକୁ ଯାଇଛି। ତେଣୁ ରାଜନୈତିକ ବ୍ୟକ୍ତିଙ୍କ ହାତକୁ ଯିବା ଅର୍ଥ ରାଜନୀତି କରିବା ନୁହେଁ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।

OCA ନିର୍ବାଚନରେ ବିଜେଡ଼ି ନେତା ସାମିଲ ଅର୍ଥ ଦୁର୍ନୀତିକୁ ପ୍ରଶୟ ଦେବା: ବିଜେପି

ଆଜି ସାମ୍ବାଦିକ ସମ୍ମିଳନୀରେ ଓସିଏ ନିର୍ବାଚନକୁ ନେଇ ବିଜେପିର ମୁଖପାତ୍ର ପୃଥ୍ବୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, " କ୍ରୀଡା ଆସୋସିଏନସକୁ ସରକାର ପ୍ରଚ୍ଛଦପଟରୁ ନିୟନ୍ତ୍ରଣ କରୁଥିଲେ । ଆଜି ସରକାର ସେଥିରେ ନିଜ ଦଳୀୟ ନେତାଙ୍କୁ ସାମିଲ କରିବାକୁ ଯାଉଛନ୍ତି । ଏହା ଦ୍ବାରା ଖେଳ ବଦଳରେ ଅଧିକ ବ୍ୟଭିଚାର ଓ ଦୁର୍ନୀତି ଚାଲିବ । ଓସିଏ ନିର୍ବାଚନରେ ବିଜେଡି ସଂଗଠନର ସଂଗଠକ ସାମିଲ ହେବା ଅର୍ଥ ଦୁର୍ନୀତିକୁ ପ୍ରଶ୍ରୟ ଦେବା ।"

ଏହା ବି ପଢନ୍ତୁ- OCA ନିର୍ବାଚନ କାଉଣ୍ଟଡାଉନ, ନାମାଙ୍କନ ଦାଖଲ ଆରମ୍ଭ

ତେବେ ବିଜେପିର ଏହି ଅଭିଯୋଗ ପରେ ପ୍ରତିକ୍ରିୟା ରଖି ବିଜେଡ଼ି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, " ଓସିଏ ପୂର୍ବରୁ ମଧ୍ୟ ରାଜନୈତିକ ଲୋକଙ୍କ ହାତକୁ ଯାଇଛି। ତେଣୁ ରାଜନୈତିକ ବ୍ୟକ୍ତିଙ୍କ ହାତକୁ ଯିବା ଅର୍ଥ ରାଜନୀତି କରିବା ନୁହେଁ । ଯେଉଁମାନଙ୍କ କ୍ରୀଡ଼ାରେ ଅଭିଜ୍ଞତା ବା ରୁଚି ଥାଏ ସେମାନେ କ୍ରୀଡା କ୍ଷେତ୍ରରେ ଦାୟିତ୍ବ ନିଅନ୍ତି । ମୁଖ୍ୟମନ୍ତ୍ରୀ କ୍ରୀଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି । ଆଗାମୀ ଦିନରେ ବାରବାଟୀର ଆହୁରି ଉନ୍ନତି ହେବ । ପୂର୍ବରୁ ଜାତୀୟ ଓ ଅନ୍ତର୍ଜାତୀୟ ଖେଳ କରି ରାଜ୍ୟ ସରକାରଙ୍କୁ ଅନେକ ପ୍ରଶଂସା ମିଳିଛି। ଯାହାକି ବିରୋଧୀ ସହି ପାରୁ ନାହାଁନ୍ତି ।"

ସୂଚନା ଥାଉ କି ଓସିଏ ନିର୍ବାଚନ ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ଓସିଏ ନିର୍ବାଚନ ଅଧିକାରୀ । ଆଜିଠୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର 28 ତାରିଖରେ ଓସିଏ ନିର୍ବାଚନ ଅନୁଷ୍ଠିତ ହେବ । ଆଶୀର୍ବାଦ ବେହେରା ପ୍ୟାନେଲ ପକ୍ଷରୁ ୩ ଜଣ ପାର୍ଥୀ ଚୂଡାନ୍ତ ହୋଇସାରିଥିବାବେଳେ ସଭାପତି ପଦ ରେସରେ ରହିଛନ୍ତି ପ୍ରଣବ ପ୍ରକାଶ ଦାସ । ଚଳିତ ଓସିଏ ନିର୍ବାଚନରେ ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ବୋଲି ଚୂଡ଼ାନ୍ତ ହୋଇ ସାରିଛି । ଏହାସହ ସମ୍ପାଦକ ପଦ ପାଇଁ ସଞ୍ଜୟ ବେହେରା ଓ ଉପସଭାପତି ପଦ ପାଇଁ ପଙ୍କଜ ଲୋଚନ ମହାନ୍ତିଙ୍କ ପ୍ରାର୍ଥୀତ୍ବ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.