ETV Bharat / state

ପ୍ରାଥମିକ ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରାଥମିକତା ନାହିଁ: ବିଜେପି - ସାମୂହିକ ଛୁଟିରେ ଠିକା ଶିକ୍ଷକ ସଂଘ

ପ୍ରାଥମିକ ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରାଥମିକତା ନାହଁ । ଏବେ ରାଜ୍ୟରେ ୫୦ ହଜାର ସ୍କୁଲରେ ଶିକ୍ଷାଦାନ ବନ୍ଦ । ଶିକ୍ଷକଙ୍କ ସମସ୍ୟାର ସମାଧାନ କରି ପାରିଲେନି ସରକାର ।

ପ୍ରାଥମିକ ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରାଥମିକତା ନାହଁ

author img

By ETV Bharat Odisha Team

Published : Sep 13, 2023, 8:59 PM IST

Updated : Sep 14, 2023, 1:00 PM IST

ପ୍ରାଥମିକ ଶିକ୍ଷା ସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ବର: ପ୍ରାଥମିକ ଶିକ୍ଷା ସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଶିକ୍ଷକଙ୍କ ସମସ୍ୟା ନଶୁଣିବାରୁ ଆଜି ରାଜ୍ୟରେ ୫୦ ହଜାର ସ୍କୁଲରେ ଶିକ୍ଷାଦାନ ବନ୍ଦ ଥିବା ଅଭିଯୋଗ କରିଛି ବିଜେପି । ବିଜେପି କହିଛି ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନହେବାରୁ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠରେ ବ୍ରେକ୍‌ ଲାଗିଛି ।

ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ, ‘‘ଏହା ସରକାରୀ ପ୍ରାୟୋଜିତ ବିପର୍ଯ୍ୟୟ । 5T ଶାସନ ପାଞ୍ଚ ଦିନ ସ୍କୁଲ ବନ୍ଦ ରହିଲା । ଗତବର୍ଷ ବବି ଦାସ ଶିକ୍ଷକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ କଛି ଫାଇଦା ହେଲା ନାହିଁ । ୫-ଟି ଟ୍ରାନ୍ସିମିସନ ନାଁରେ ସ୍କୁଲର କାନ୍ଥ, ବାଡକୁ ସବୁଜ ରଙ୍ଗ କରିବାରେ ୩,୪୧୦କୋଟି ଟଙ୍କା ଖର୍ଚ୍ଚ କରାଗଲା । ଜଣେ ସଚିବଙ୍କ ଗସ୍ତରେ ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ତାହେଲେ ୪୦ ଲକ୍ଷ ପିଲାଙ୍କ ପାଠପଢା ବାବଦରେ ଖର୍ଚ୍ଚ କରିବା ପାଇଁ କାହିଁକି ଅର୍ଥ ନାହିଁ । ଗଣଶିକ୍ଷା ମନ୍ତ୍ରୀ ଶଙ୍ଖ ଭବନରେ କାର୍ଯ୍ୟକର୍ତ୍ତାଙ୍କୁ ଟ୍ରେନିଂ ଦେଲେ ହେଲେ ଶିକ୍ଷକ ପାଖକୁ ଗଲନି କି ସମସ୍ୟା ଶୁଣିଲେନି । ରାଜ୍ୟରେ ଅସହାୟ ରାଜନେତା ଆତ୍ମବିଭୋର ପ୍ରଶାସକ ସ୍ଥିତି ପାଇଁ ଏମିତି ଅବସ୍ଥା ।’’

ଏହା ମଧ୍ୟ ପଢନ୍ତୁ..ଆଜିଠୁ ସାମୂହିକ ଛୁଟିରେ ଠିକା ଶିକ୍ଷକ ସଂଘ

ସେ ଆହୁରି କହିଛନ୍ତି, ‘‘ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଆଜି ଏକ କଳାଦିନ । ରାଜ୍ୟରେ ୫ଦିନ ଧରି ଚାଲିଥିବା ଶିକ୍ଷକ ଆନ୍ଦୋଳନକୁ ରାଜ୍ୟ ସରକାର ସାମାଧାନ କରିପାରିଲେ ନାହିଁ । ଯାହା ଫଳରେ ଆଜି ରାଜ୍ୟର ୫୦ହଜାର ସ୍କୁଲରେ ତାଲା ପଡିବାକୁ ଯାଉଛି । ୧ଲକ୍ଷ ୩୦ହଜାର ଶିକ୍ଷକ ଆଜି ରାଜରାସ୍ତାରେ ନିଜ ଅଧିକାର ପାଇଁ ଳଢ଼େଇ କରୁଛନ୍ତି । ଯାହା ଫଳରେ ରାଜ୍ୟର ୪୦ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ବିଜୁ ଜନତା ଦଳର ସଭାରେ ଯୋଗ ଦେବା ପାଇଁ ସମୟ ଅଛି । କିନ୍ତୁ ସରକାରୀ ଦଳର ମନ୍ତ୍ରୀ, ବିଧାୟକ, ସାଂସଦ, ଅଧିକାରୀମାନଙ୍କୁ ଶିକ୍ଷକମାନଙ୍କ ଆନ୍ଦୋଳନ ସମସ୍ୟା ସମାଧାନ କରିବା, ଆନ୍ଦୋଳନସ୍ଥାନକୁ ଯିବା ପାଇଁ ସମୟ ହେଲାନାହିଁ । ଅକ୍ଟୋବର ୨୦୨୨ରେ ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଶାରୁ ଠିକା ନିଯୁକ୍ତି ହଟିଗଲା ବୋଲି ଘୋଷଣା କରିଥିଲେ । ସରକାର ଯେଉଁ କଥା ନିଜେ ଘୋଷଣା କରୁଛନ୍ତି ସେହି କଥାକୁ କାହିଁକି ମାନୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମିଛ ଘୋଷଣା ପ୍ରତିଶ୍ରୁତି ଦେବାରେ ରେକର୍ଡ କରିଛି ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 14, 2023, 1:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.