ETV Bharat / state

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ରିପୋର୍ଟକୁ ନେଇ ବର୍ଷିଲା ବିଜେପି

author img

By

Published : Jan 3, 2023, 7:44 AM IST

ଏହି ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ନିର୍ବାଚନ ପୂର୍ବରୁ ମିଛ ସର୍ଭେ ରିପୋର୍ଟ ଦେଇ ଲୋକଙ୍କୁ ଭ୍ରମିତ କରିବାର ଉଦ୍ୟମ ଆରମ୍ଭ କରିଛନ୍ତି । ଲୋକଙ୍କ ଆଖିରେ ଅନ୍ଧ ପୁଟୁଳୀ ବାନ୍ଧିବା ବନ୍ଦ କରନ୍ତୁ ସରକାର । ଏହା ଏକ ପ୍ରାୟୋଜିତ ସର୍ଭେ ରିପୋର୍ଟ। ହରିୟାଣାରେ ସର୍ବାଧିକ ଏବଂ ଓଡିଶାରେ ସର୍ବନିମ୍ନ ବୋଲି ଏକ ରିପୋର୍ଟ ରୁ ପ୍ରକାଶ ପାଇଛି। ଅଧିକ ପଢନ୍ତୁ

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ରିପୋର୍ଟକୁ  ନେଇ ବର୍ଷିଲା ବିଜେପି
ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ରିପୋର୍ଟକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ବର: ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ସର୍ଭେ ରିପୋର୍ଟକୁ ନେଇ ଏବେ ରାଜ୍ୟ ରାଜନୀତି ହୁଲସ୍ତୁଲ । ଓଡିଶାରେ ଡିସେମ୍ବର ମାସରେ ବେକାରୀ ହାର ସର୍ବନିମ୍ନ 0.9 ପ୍ରତିଶତ ଥିବା ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।

ଏହି ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ନିର୍ବାଚନ ପୂର୍ବରୁ ମିଛ ସର୍ଭେ ରିପୋର୍ଟ ଦେଇ ଲୋକଙ୍କୁ ଭ୍ରମିତ କରିବାର ଉଦ୍ୟମ ଆରମ୍ଭ କରିଛନ୍ତି । ଲୋକଙ୍କ ଆଖିରେ ଅନ୍ଧ ପୁଟୁଳୀ ବାନ୍ଧିବା ବନ୍ଦ କରନ୍ତୁ ସରକାର । ଏହାଏକ ପ୍ରାୟୋଜିତ ସର୍ଭେ ରିପୋର୍ଟ । ହରିୟାଣାରେ ସର୍ବାଧିକ ଏବଂ ଓଡିଶାରେ ସର୍ବନିମ୍ନ ବୋଲି ଏକ ରିପୋର୍ଟରୁ ପ୍ରକାଶ ପାଇଛି। ହେଲେ ଜାତୀୟ ଇଣ୍ଡେକ୍ସ ଯେତେଥର ଆସିଛି ନବୀନ ପଟ୍ଟନାୟକ ପ୍ରାୟୋଜିତ ଭାବେ ରିପୋର୍ଟ ନିଜ ସପକ୍ଷରେ ଆଣିଛନ୍ତି ।

ବାସ୍ତବରେ ଯେତିକି ଜାତୀୟ ସ୍ତରର ସଂସ୍ଥା ସର୍ଭେ କରିଛନ୍ତି ଓଡିଶାରେ ବେକାରୀ ହାର ଜାତୀୟ ହାରଠାରୁ ଅଧିକ ଆସିଛି । ଓଡିଶାରେ ବେକାରୀ ହାର ଅତ୍ୟନ୍ତ ଉଦବେଗ ଜନକ । ଓଡିଶାରେ ନା ଶିଳ୍ପାୟନ ଅଛି, ନା ନିଯୁକ୍ତି ସୃଷ୍ଟିର ସୁଯୋଗ ଅଛି । ଯାହାଦ୍ୱାରା ଓଡିଶାର ଯୁବକ ଯୁବତୀ ନିଯୁକ୍ତି ପାଇବେ । ରାଜ୍ୟ ବାହାରକୁ ଯାଇ ଦାଦନ ଖଟିବାକୁ ଯାଉଛନ୍ତି ଯୁବବର୍ଗ । ରାଜ୍ୟ ସରକାର ଓଡିଶାରେ ନିଯୁକ୍ତି ସୃଷ୍ଟିର ନୈତିକ ଦାୟିତ୍ୱ କେବେ ବି ପାଳନ କରିନାହାନ୍ତି । କେବେ ବି ସରକାର ନିଯୁକ୍ତି ଦିଗରେ ଦୃଷ୍ଟି ଦେଇନାହାନ୍ତି । ତେଣୁ ଏହି ସର୍ଭେ ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ । କାରଣ ପୂର୍ବରୁ ଅନେକ ସର୍ବେକ୍ଷଣରେ ଓଡ଼ିଶା ବେକାରୀ କ୍ଷେତ୍ରରେ ବହୁତ ଅଧିକ ବୋଲି ଜଣାପଡ଼ିଛି । କିନ୍ତୁ ହଠାତ କେମିତି ନିଯୁକ୍ତି ବଢିଗଲା ବୋଲି କହିଛନ୍ତି ପୃଥ୍ବୀରାଜ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.