ETV Bharat / state

ଅଶୋକ ପଣ୍ଡା ପ୍ରଧାନମନ୍ତ୍ରୀଙ୍କୁ ଅସମ୍ମାନ କରିଥିବା ଅଭିଯୋଗ, ରାଜରାସ୍ତାକୁ ଓହ୍ଲାଇଲା ବିଜେପି

author img

By

Published : Aug 8, 2023, 6:33 AM IST

ଲିଙ୍ଗରାଜ ଷ୍ଟେସନ ଉଦଘାଟନ ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା ସଂଘୀୟ ବ୍ୟବସ୍ଥାର ଅବମାନନା କରିଥିବା ଅଭିଯୋଗ କରି ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଲିଙ୍ଗରାଜ ଷ୍ଟେସନ ସମ୍ମୁଖରେ ମନ୍ତ୍ରୀଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଶ ପୁତ୍ତଳିକା ଦାହ କରିଛି । ଅଧିକ ପଢ଼ନ୍ତୁ

protest in bhubaneswar
ବିଜେପିର ବିକ୍ଷୋଭ ପ୍ରଦର୍ଶନ
ବିଜେପିର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଲିଙ୍ଗରାଜ ଷ୍ଟେସନ ଉଦଘାଟନ ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା ସଂଘୀୟ ବ୍ୟବସ୍ଥାର ଅବମାନନା କରିଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଲା ବିଜେପି । ଲିଙ୍ଗରାଜ ଷ୍ଟେସନ ସମ୍ମୁଖରେ ମନ୍ତ୍ରୀଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଶ ପୁତ୍ତଳିକା ଦାହ କରିଛି ।

ବିଜେପି ଅଭିଯୋଗ ଅନୁଯାୟୀ, ମନ୍ତ୍ରୀ ଅଶୋକ ପଣ୍ଡା ଉଦଘାଟନ ଦିନ ନିଜ ପଟୁଆର ଧରି ସଭାସ୍ଥଳ ଲିଙ୍ଗରାଜ ଷ୍ଟେସନ ଆସିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପୂର୍ବରୁ ଉଠି ଚାଲିଯାଇଥିଲେ । ଯାହା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅବମାନନା ହୋଇଥିବା ବିଜେପି ଅଭିଯୋଗ କରିଛି । ମନ୍ତ୍ରୀଙ୍କୁ ବିରୋଧ କରି ଏକାମ୍ର ନିର୍ବାଚନ ମଣ୍ଡଳୀର ଲିଙ୍ଗରାଜ ଷ୍ଟେସନ ସମ୍ମୁଖରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଛି । ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିବା ସହ କୁଶ ପୁତ୍ତଳିକା ଦାହ କରିଛି ବିଜେପି । ଏସମ୍ପର୍କରେ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି," ମନ୍ତ୍ରୀ ଅଶୋକ ପଣ୍ଡା ଏଭଳି ଏକ ଭୁଲ କରିବା ପୂର୍ବରୁ ଜାଣି ରଖିବାର ଥିଲା ଯେ ପ୍ରଧାନମନ୍ତ୍ରୀ ଯେକୌଣସି ଦଳର ହୁଅନ୍ତୁ ନା କାହିଁକି ସେ ସାମ୍ବିଧାନିକ ପଦବୀରେ ଅଛନ୍ତି । ତେଣୁ ଅସମ୍ମାନ କରିବା ଏଭଳି ଉଚିତ ନଥିଲା । ତେଣୁ ମନ୍ତ୍ରୀ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ: Amrit Bharat Station Scheme: ୫୦୮ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କଲେ ମୋଦି

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାରା ଦେଶରେ ୫୦୮ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ସାରା ଦେଶରେ ବିଭିନ୍ନ ରାଜ୍ୟରେ ଉଦଘାଟନ ଉତ୍ସବ ପାଳନ ହୋଇଥିଲା । କେବଳ ବିଜେପି ଶାସିତ ନୁହେଁ ବରଂ ଯେଉଁଠାରେ ବିଜେପି ଶାସନରେ ନାହିଁ ସେଠି ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଓଡ଼ିଶାର ୨୫ଟି ଷ୍ଟେସନ ଏହି ଯୋଜନାରେ ସାମିଲ ହୋଇଛି ଏବଂ ଏଥିପାଇଁ ପ୍ରାୟ ୫୩୧ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଭୁବନେଶ୍ୱରର ୨ଟି ଷ୍ଟେସନ ଯଥା ଲିଙ୍ଗରାଜ ଷ୍ଟେସନ ଓ ମଞ୍ଚେଶ୍ଵର ଷ୍ଟେସନର ଏହି ଯୋଜନା ଅଧୀନରେ ନବୀକରଣ କରାଯିବ । ଲିଙ୍ଗରାଜ ଷ୍ଟେସନର ଉନ୍ନତିକରଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । କନ୍ତୁ ମନ୍ତ୍ରୀ ମାତ୍ର ପାଞ୍ଚ ମିନିଟ ରହି ନିଜ ଭାଷଣ ସାରିଦେଇ ଉଦଘାଟନ ଓ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପୂର୍ବରୁ ପଳାଇଯାଇଥିଲେ । ଯାହାକୁ ନେଇ ବିଜେପି ପ୍ରତିବାଦ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.