ETV Bharat / state

ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ନବଙ୍କ ହତ୍ୟାକାଣ୍ଡର ସମ୍ଭାବନା: ବିଜେପି - ନବ ଦାସ ହତ୍ୟାକାଣ୍ଡ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ନବଙ୍କ ହତ୍ୟାକାଣ୍ଡ ପଛରେ ଗଭୀର ଷଡଯନ୍ତ୍ର ରହିଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ କାରଣରୁ ହତ୍ୟାକାଣ୍ଡ ଘଟିଥିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ନବ ଦାସ ହତ୍ୟାକାଣ୍ଡରେ ବିଜେଡିକୁ ଦାୟୀ କଲା ବିଜେପି

author img

By

Published : Feb 1, 2023, 9:35 PM IST

ନବ ଦାସ ହତ୍ୟାକାଣ୍ଡରେ ବିଜେଡିକୁ ଦାୟୀ କଲା ବିଜେପି

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ଏହି ହତ୍ୟାକାଣ୍ଡ ପଛରେ ଶାସକ ଦଳ ଓ ପ୍ରଶାସନିକ କ୍ଷେତ୍ରର ଶୀର୍ଷସ୍ତରରେ ଷଡ଼ଯନ୍ତ୍ର ହୋଇଥିବା ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଅଭିଯୋଗ କରିଥିଲା । ତେବେ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଅଭିସନ୍ଧି ଥିବା ସନ୍ଦେହ କରିଛି ବିଜେପି । ନବଙ୍କ ହତ୍ୟାକାଣ୍ଡ ପଛରେ ଗଭୀର ଷଡଯନ୍ତ୍ର ରହିଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ କାରଣରୁ ହତ୍ୟାକାଣ୍ଡ ଘଟିଥିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ପରେ ତାଙ୍କର ମୃତ୍ୟୁ ଘଟିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏନେଇ ରାଜ୍ୟ ସରକାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିବାବେଳେ ତତ୍ପରତା ପ୍ରକାଶ ପାଇଛି । ମନ୍ତ୍ରୀ ନବ ଦାସ ବ୍ରଜରାଜନଗର ଗସ୍ତ କରୁଥିବା ସମୟରେ ତାଙ୍କ ସୁରକ୍ଷାରେ ନିୟୋଜିତ ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ତାଙ୍କୁ ଗୁଳି ମାଡ଼ କରିଥିଲା । ଏଥିରେ ମନ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା । ତେବେ ଅଭିଯୁକ୍ତ ଏଏସ୍‌ଆଇ କଣ ପାଇଁ ଏପରି କାଣ୍ଡ ଘଟାଇଲା, ସେନେଇ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଅଧିକା ତଦନ୍ତ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଏନେଇ ଝାରସୁଗୁଡ଼ା JMFC କୋର୍ଟ ପକ୍ଷରୁ ଅଭିଯୁକ୍ତ ଗୋପାଳକୁ 4 ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ଏହାପରେ ଗୋପାଳ ଦାସକୁ ଝାରସୁଗୁଡା ଉପକାରାଗାରୁ ବାହାର କରାଯାଇ ସ୍ବାସ୍ଥ୍ୟପରୀକ୍ଷା ପରେ ଝାରସୁଗୁଡାସ୍ଥିତ OSAPର ଦ୍ବିତୀୟ ବାଟାଲିଅନରେ ରଖି ପଚରାଉଚରା କରୁଛି ପୋଲିସ ।

ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ । ଏହା ପଛରେ ଗଭୀର ଷଡ଼ଯନ୍ତ୍ର ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଓ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ କର୍ମୀ ହତ୍ୟା କରିବା ଘଟଣାକୁ ନିନ୍ଦା କରିବା ସହ ଗୃହ ବିଭାରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା କଂଗ୍ରେସ । ଏହାସହ ଏଭଳି ସମ୍ବେଦନଶୀଳ ଘଟଣାର ଏସ୍‌ଆଇଟି ତଦନ୍ତ ଦାବି କରିଥିଲେ କଂଗ୍ରେସ ନେତା । ତେବେ ଆଜି ବିଜେପି ମଧ୍ୟ ସମାନ କଥାକୁ ଦୋହରାଇଛି । ନବଙ୍କ ହତ୍ୟାକାଣ୍ଡ ପଛରେ ଗଭୀର ଷଡଯନ୍ତ୍ର ରହିଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ସେପଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଗତକାଲି ନବ ଦାସଙ୍କ ମୃତ୍ୟୁକୁ ନେଇ ବିଜେଡିକୁ ଦାୟୀ କରିଥିଲେ । ସମ୍ବଲପୁରରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଆଣିଥିବା ଅଭିଯୋଗର ଆଜି ଜବାବ ରଖିଛି ବିଜେଡି । ଜୟଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଶ୍ରୀମୟୀ କହିଛନ୍ତି ଯେ, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ହେଉଛନ୍ତି ଜଣେ ହତ୍ୟା ଅଭିଯୁକ୍ତ । ବିଜେଡିର ଜନୈକ କର୍ମୀଙ୍କ ହତ୍ୟା ଅଭିଯୋଗରେ ସମ୍ପୃକ୍ତ ହୋଇ ଜେଲ୍‌ ଯାଇଥିଲେ । ଜେଲରେ ଅନେକ ଦିନ କାଟିବା ପରେ ସେ ଜାମିନରେ ଆସିଛନ୍ତି ।" ତେଣୁ ବିଜେଡି ଜଣେ ହତ୍ୟା ଅଭିଯୁକ୍ତଙ୍କ ମନ୍ତବ୍ୟକୁ ଗୁରୁତ୍ୱର ଦେବା ପାଇଁ ଚାହୁଁନାହିଁ ବୋଲି ସେ କହିଛନ୍ତି ।

ଏନେଇ ପୃଥ୍ବୀରାଜ କହିଛନ୍ତି, "ହତ୍ୟାକାଣ୍ଡ ପରେ ଯଦି ପ୍ରତ୍ୟେକ ବିନ୍ଦୁକୁ ଯୋଡ଼ାଯାଏ, ଗୋପାଳ ଦାସଙ୍କୁ ଯେଉଁଭଳି ପାଗଳ ବୋଲି ଦର୍ଶାଗଲା ସେଥିରୁ ଜଣାପଡୁଛି ଖସାଇବାକୁ ଉଦ୍ୟମ ହେଉଛି ଏବଂ କ୍ଲିନଚିଟ ଦେବାକୁ ଯୋଜନା ହେଉଛି । ବିଜୁ ଜନତା ଦଳର ନେତାମାନେ ନିଜର ରାଜନୈତିକ ଶିଷ୍ଟାଚାର ଓ ଭଦ୍ରାମୀକୁ ପାର କରିଯାଇଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଯେଉଁଭଳି କଥା କୁହାଯାଇଛି ତାହା ଦୁର୍ଭାଗ୍ୟଜନକ ଅଟେ । ଅଭଦ୍ରଙ୍କ ଭଳି କଥାବାର୍ତ୍ତା ଗ୍ରହଣୀୟ ନୁହେଁ । ବିଜେଡି ସଭାପତି ଏହାକୁ ଦେଖିବା ଉଚିତ ଏବଂ ଅନ୍ତତଃ କ୍ଷମା ମାଗିବା କଥା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.