ETV Bharat / state

କୃଷି ବୀମା ପ୍ରଧାନମନ୍ତ୍ରୀଙ୍କର ଯୁଗାନ୍ତକାରୀ ପଦକ୍ଷେପ: ବିଜେପି

author img

By

Published : Nov 1, 2022, 9:34 AM IST

ବିଜେଡିର କୃଷକ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । କୃଷି ବୀମା ପ୍ରଧାନମନ୍ତ୍ରୀଙ୍କର ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ କହିଛନ୍ତି । ଏହାକୁ ନେଇ ରାଜ୍ୟରେ ଶାସକ ଦଳ ଅଯଥା ଡ୍ରାମା କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

କୃଷି ବୀମା ପ୍ରଧାନମନ୍ତ୍ରୀଙ୍କର ଯୁଗାନ୍ତକାରୀ ପଦକ୍ଷେପ: ବିଜେପି
କୃଷି ବୀମା ପ୍ରଧାନମନ୍ତ୍ରୀଙ୍କର ଯୁଗାନ୍ତକାରୀ ପଦକ୍ଷେପ: ବିଜେପି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା ବା PMFVYରେ (Pradhan Mantri Fasal Vima Yojana) ବ୍ୟାପକ ଅନିୟମିତତା ହୋଇଥିବା ବାରମ୍ବାର ଅଭିଯୋଗ କରୁଛି ବିଜେଡି । ବୀମା କମ୍ପାନୀ ଉପରେ ପଡିଛି ୫୦୦ କୋଟି ବୀମା ରାଶି । ପ୍ରତିବାଦରେ ବିଜେଡି ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ଓ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । କୃଷି ବୀମା ପ୍ରଧାନମନ୍ତ୍ରୀଙ୍କର ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ କହିଛନ୍ତି ।

ବିଜେଡିର କୃଷକ ଆନ୍ଦୋଳନ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟାରେ କହିଛନ୍ତି, "ରାଜ୍ୟରେ ଶାସକ ଦଳ କୃଷକ ମାନଙ୍କ ପାଇଁ ଗୋଟିଏ ନୂଆ ଧାରଣର ଡ୍ରାମା ଆରମ୍ଭ କରିଛି । କୃଷି ବୀମା ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ । ତାକୁ ବଦନାମ କରିବାକୁ ବିଜେଡି ଡ୍ରାମା କରୁଛି । ମିଛ କହିବା ଡ୍ରାମା କରିବାରେ ଶାସକ ଦଳର ପ୍ରବଳ ଦକ୍ଷତା ଅଛି । କୃଷି ବୀମାରେ କିଛି ଗୁଡିଏ ଇନ୍‌ସୁରାନ୍ସର କ୍ଲେମକୁ ନେଇ ଯେଉଁଠି ଦ୍ବନ୍ଦ୍ବ ରହିଛି, ସେ ଯାଗାରେ ଅନେକ ବିଭିନ୍ନ ରାଜ୍ୟର ସରକାର କେନ୍ଦ୍ରକୁ ଜଣାଇଥିଲେ । କେନ୍ଦ୍ର ସରକାର ଏକ ନୂଆ ଗାଇଡଲାଇନରେ କିଛି ନୂଆ ଅମେଣ୍ଡମେଣ୍ଟ ଆଣିଥିଲେ । ସେହି ଅନୁସାରେ ଯେଉଁଗୁଡିକ ଡିସପୁଟ ଇନ୍‌ସୁରାନ୍ସ ରହିଛି ସେନେଇ ରାଜ୍ୟ ସରକାର ବୈଷୟିକ ଆଡଭାଇଜରୀ କମିଟି ଗଠନ କରନ୍ତୁ । ଚାଷୀଙ୍କ ଇନ୍‌ସୁରାନ୍ସ କିଭଳି କ୍ଲେମ ହେବ ସେନେଇ ତଦାରଖ କରିବେ । ରାଜ୍ୟରେ ସମାଧାନ ନହେଲେ କେନ୍ଦ୍ର ସରକାରଙ୍କ କୃଷି ବିଭାଗର ବୈଷୟିକ କମିଟି ବୁଝିବ । ଏ ହେଉଛି ସତ୍ୟ ।"

ଏହା ମଧ୍ୟ ପଢ଼ନ୍ତୁ...ବୀମା କମ୍ପାନୀ ଉପରେ ପଡିଛି ୫୦୦ କୋଟି ବୀମା ରାଶି, ରାଜ୍ୟବ୍ୟାପି ବିକ୍ଷୋଭ କଲା ବିଜେଡି

ଚାଷୀ ଅସୁବିଧାରେ ନପଡିବା ପାଇଁ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ କହିଛନ୍ତି । ତେବେ କେନ୍ଦ୍ରରୁ ଚିଠି ଆସିବା ପରେ ମଧ୍ୟ ରାଜ୍ୟ ସରକାର ବୈଷୟିକ କମିଟି ଗଠନ କରିନଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "ଏକ ଦକ୍ଷତାହୀନ କମିଟିକୁ ରାଜ୍ୟ ସରକାର ମାନ୍ୟତା ଦେଲେ । ଫଳରେ ଚାଷୀ ଅସୁବିଧାରେ ପଡିଲେ । ଏହି କମିଟି ୧୮୯ଟି କୃଷି ବୀମା ଅଭିଯୋଗ କେନ୍ଦ୍ର ଆଡଭାଇଜରି କମିଟିକୁ ରେକମେଣ୍ଡ କରିଛନ୍ତି । ସବୁ ରାଜ୍ୟର ନିଷ୍ପତ୍ତି ଆସନ୍ତା ନଭେମ୍ବର ୩ରେ ହେବ ।" ତେବେ ସରକାରୀ ଦଳ ରାଜ୍ୟବାସୀଙ୍କୁ ଅଯଥା ବିଭ୍ରାନ୍ତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.