ଭୁବନେଶ୍ବର: ବିଜେପିର ମିଶନ ୨୦୨୪ । ଗୁରୁମନ୍ତ୍ର ନେଇ ଦିଲ୍ଲୀରୁ ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତିନି ଦିନିଆ ଦିଲ୍ଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ଓ ଆନ୍ୟାନ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା ସାରି ଓଡ଼ିଶା ଫେରିଛନ୍ତି ବିଜେପି ରାଜ୍ୟ ସଭାପତି । ତେବେ ଦିଲ୍ଲୀରୁ ଫେରିବା ପରେ କହିଛନ୍ତି, 51 ପ୍ରତିଶତରୁ ଅଧିକ ଭୋଟ ପାଇଁ ଆମେ ଲଢ଼େଇ କରିବୁ । ରାଜ୍ୟର ଜନତା ପରିବର୍ତ୍ତନ ଚାହୁଁଛନ୍ତି । ଆମେ ପରିବର୍ତ୍ତନ ଆଣିବୁ । ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ସହ ଭେଟିଛି । ଏହା ସହିତ ଓଡିଶାକୁ ଅମିତ ଶାହ ଆସିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି । ପ୍ରଧାନମନ୍ତ୍ରୀ ବି ଓଡ଼ିଶା ଆସିବେ ସେ ବିଷୟରେ ବି ଆଲୋଚନା ହୋଇଛି । କର୍ଣ୍ଣାଟକରେ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ ବୋଲି ସେ କହିଛନ୍ତି ।
ଓଡିଶା ଫେରିବା ପରେ ରାଜ୍ୟ ବିଜେପି ସଭାପତି କହିଛନ୍ତି, "ସରକାର କରିବା ପାଇଁ ସହଯୋଗ ଦେବେ ବୋଲି କେନ୍ଦ୍ରୀୟ ନେତା ମାନେ କହିଛନ୍ତି । ତାଙ୍କ ପାଖରେ ଓଡିଶାର ସ୍ଥିତି ବିଷୟରେ ତଥ୍ୟ ଅଛି । ଓଡିଶା ଲୋକ ସରକାର ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଦିଲ୍ଲୀ ନେତା ଜାଣିଛନ୍ତି । ନେତାମାନେ ଖୋଲା ହୃଦୟରେ ସହାୟତା କରିବେ ବୋଲି କେନ୍ଦ୍ରୀୟ ନେତା ପ୍ରତିଶୃତି ଦେଇଛନ୍ତି । ଦିଲ୍ଲୀ ଗସ୍ତ ସଫଳ ହୋଇଛି । ଓଡିଶା ପାଇଁ କେନ୍ଦ୍ର ନେତୃତ୍ୱ ସିରିୟସ୍ ଅଛନ୍ତି । କର୍ଣ୍ଣାଟକ ନିର୍ବାଚନରେ ବ୍ୟସ୍ତତା କାରଣରୁ ଜେପି ନଡ୍ଡାଙ୍କ ସହ ଭେଟ ହୋଇନାହିଁ ।"
ସେ ଆହୁରି ମଧ୍ୟ କହିଛନ୍ତି, "ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ ପାଇଁ ପ୍ଲାନ ଅଛି । କେନ୍ଦ୍ରରେ ପୁଣି ବିଜେପି ସରକାର କରିବ । ଓଡ଼ିଶାରେ ବି ସରକାର ପରିବର୍ତ୍ତନ ହେବ । ରାଜ୍ୟରେ ୨୦୨୪ରେ ଡବଲ ଇଞ୍ଜିନ ସରକାର ସତ୍ତାକୁ ଆସିବ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି । 51 ପ୍ରତିଶତରୁ ଅଧିକ ଭୋଟ ପାଇଁ ଟାର୍ଗେଟ ରହିଛି । 51 ପ୍ରତିଶତରୁ ଅଧିକ ଭୋଟ ମିଳିଲେ ସରକାର ହୋଇଯିବ । ବିଜେପିକୁ କ୍ଷମତାରୁ ରୋକିବା ପାଇଁ ବିଜେଡି ଅପପ୍ରଚାର କରୁଛି ବୋଲି ମନମୋହନ କହିଛନ୍ତି । ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ଦରକାର । 2024ରେ ସରକାର ଆମେ କରିବୁ ବୋଲି କେନ୍ଦ୍ରରେ ଚର୍ଚ୍ଚା ଜୋର୍ ଧରିଛି । ଡ଼ବଲ ଇଞ୍ଜିନ ସରକାର ହେବ । ସବୁ ଶୀର୍ଷ ନେତୃତ୍ଵମାନଙ୍କ ସହିତ ମୁଁ ଆଲୋଚନା କରିଛି । ସେହିପରି ଆଜି ସଂସଦୀୟ ବୋର୍ଡ ବୈଠକ ବସୁଛି । ଗୋଟିଏ ଦିନ ଭିତରେ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ।"
ଇଟିଭି ଭାରତ, ଭୁବନେଶ୍ବର