ETV Bharat / state

ନଡ୍ଡାଙ୍କ ଗସ୍ତ ଓଡିଶା ରାଜନୀତିରେ ଏକ ଟର୍ଣ୍ଣିଂ ପଏଣ୍ଟ ହେବ: ମନମୋହନ ସାମଲ - ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ଓଡିଶା ରାଜନୀତିରେ ଏକ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

ନଡ୍ଡାଙ୍କ ଗସ୍ତ ଓଡିଶା ରାଜନୀତିରେ ଏକ ଟର୍ଣ୍ଣିଂ ପଏଣ୍ଟ ହେବ

author img

By

Published : Jun 20, 2023, 10:52 PM IST

ନଡ୍ଡାଙ୍କ ଗସ୍ତ ଓଡିଶା ରାଜନୀତିରେ ଏକ ଟର୍ଣ୍ଣିଂ ପଏଣ୍ଟ ହେବ

ଭୁବନେଶ୍ବର: କେନ୍ଦ୍ରରେ ମୋଦି ସରକାରଙ୍କର ୯ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ମହା ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛି ବିଜେପି । ଏଥିପାଇଁ ଦେଶବ୍ୟାପୀ ବିଭିନ୍ନ ଜନସଭାର ଆୟୋଜନ କରି ସେଥିରେ କେନ୍ଦ୍ରୀୟ ନେତା ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ଏହାରି ମଧ୍ୟରେ ବିଜେପି ଟାର୍ଗେଟରେ ରହିଛି ପଶ୍ଚିମ ଓଡ଼ିଶା । ଏଥିପାଇଁ ଆସନ୍ତା ୨୨ ତାରିଖରେ କଳାହାଣ୍ଡିରେ ଆୟୋଜିତ ହେବାକୁ ଥିବା ଜନସମ୍ପର୍କ ସଭାରେ ଯୋଗଦେବା ପାଇଁ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ତେବେ ନଡ୍ଡା ଓଡିଶାକୁ ଦୁଇ ଦିନିଆ ଗସ୍ତରେ ଆସୁଥିବା ବେଳେ କଳାହାଣ୍ଡିରେ 23 ତାରିଖରେ କାର୍ଯ୍ୟକ୍ରମ ହେବା ନେଇ ସୂଚନା ମିଳିଛି ।

ଏନେଇ ଗଣମାଧ୍ୟମକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ନଡ୍ଡାଙ୍କ ଓଡିଶା ଗସ୍ତ ଓଡିଶା ରାଜନୀତିରେ ଏକ ଟର୍ଣ୍ଣିଂ ପଏଣ୍ଟ ହେବ । ପୂର୍ବରୁ ଯେତେବେଳେ ସେ ଆସିଥିଲେ, କହିଥିଲେ ଓଡିଶାର ସରକାର କିଏ ଚଳାଉଛନ୍ତି । ବର୍ତ୍ତମାନ ସରକାର ଦୁର୍ନୀତି, ଭ୍ରଷ୍ଟାଚାରରେ ବୁଡି ଯାଇଛି । ଏ ସରକାରକୁ ଯେତେ ଶବ୍ଦ କହିଲେ ବି କମ ହେବ । କଳାହାଣ୍ଡିରେ ଯେଉଁ ସଭା ହେବ, ଜନମାନସ ଉପରେ ପ୍ରଭାବ ପକାଇବ । ଲୋକେ ଅସନ୍ତୋଷ ଅଛନ୍ତି । ତାର ବିସ୍ଫୋରଣ ଆରମ୍ଭ ହୋଇଛି, ଆହୁରି ହେବ । ସବୁ ବର୍ଗର ଲୋକ ତ୍ରାହି ତ୍ରାହି ଡାକିଲେଣି । ଲୋକମାନେ ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି । ସାରା ରାଜ୍ୟରେ ଗରିବ ଲୋକଙ୍କ ପଇସାକୁ ଶୋଷଣ କରାଯାଉଛି । ରାଜ୍ୟ ରାଜକୋଷ ଏବଂ କେନ୍ଦ୍ରର ଟଙ୍କା ମିଶିଗଲେ ରାଜ୍ୟ ସୁନା ହୋଇଯାନ୍ତା । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ଦେଉଛନ୍ତି ଓଡିଶାକୁ । ଭାରତ ବର୍ଷରେ ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର ହେଉଛି ଓଡିଶା ସରକାର । ସବୁ ନିର୍ବାଚନ ଜିତି ଆସିଛନ୍ତି । ପଇସା ବାଣ୍ଟିବା ବନ୍ଦ ହେଲେ ହାରିଯାଉଛନ୍ତି ।"

ସେ ଆହୁରି କହିଛନ୍ତି, "ଗତଥର ପଶ୍ଚିମ ଓଡିଶାରେ ୫ ଲୋକସଭା ଆସନ ଜିତିଥିଲୁ, ଏଥର ସବୁ ଜିତିବୁ । ଲୋକମାନେ ମନ ସ୍ଥିର କରି ସାରିଛନ୍ତି ଡବଲ ଇଞ୍ଜିନ ସରକାର ଦରକାର । ଓଡିଶାର ଲୋକ ଉଭୟ ଲୋକସଭା ଏବଂ ବିଧାନସଭା ଜିତାଇବେ । କେନ୍ଦ୍ରରେ ତୃତୀୟ ଥର ହେବ ସରକାର ଏବଂ ଓଡିଶାରେ ପ୍ରଥମ ଥର ବିଜେପି ସରକାର ହେବ । ସେଥିପାଇଁ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ମୁଁ କହୁଛି । ରାଷ୍ଟ୍ରୀୟ ସଭାପତି ଓଡିଶା ବିଷୟରେ ତନ୍ନତନ୍ନ କରି ଜାଣିଛନ୍ତି । ଏଥର ବି ରାଜ୍ୟ ସରକାରଙ୍କୁ ଟାର୍ଗଟେ କରିବେ । ରାଜ୍ୟ ସରକାର ବଦଳିବା ଦରକାର । ଏହା ହିଁ ମୁଖ୍ୟ ପ୍ରସଙ୍ଗ । କେନ୍ଦ୍ର ସରକାରଙ୍କୁ ବିଜେଡି କାହିଁକି ସମର୍ଥନ କରୁଛି, ସେଇଟା ନବୀନ ବାବୁ କହିବେ । କିଛି ସ୍ଵାର୍ଥ ଅଛି । ଓଡ଼ିଶାର ବିଜେପିକୁ ଗାଳି ଦେଉଛ, କିନ୍ତୁ କେନ୍ଦ୍ରର ବିଜେପିକୁ ସହଯୋଗ କରୁଛ ।" କଣ ପାଇଁ ସେମାନେ ଏହା କରିବାକୁ ବାଧ୍ୟ ବୋଲି ପ୍ରଶ୍ନ କରିଛନ୍ତି ମନମୋହନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.